Videos
|
Politics

Jual Oram Warning / ‘ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି ତାକୁ ଜାଳି ଶେଷ କରିଦେବି’

Santosh Kumar Sahoo
Browse all articles by Santosh Kumar Sahoo
·48 mins ago·1 min read
‘ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି ତାକୁ ଜାଳି ଶେଷ କରିଦେବି’
Jual Oram Warning

Key Points

ରାଉରକେଲା ରାଜନୀତିରେ ତାତି
ଦଳୀୟ ବିରୋଧୀଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଖୋଲା ଚ୍ୟାଲେଞ୍ଜ
ଅପଦସ୍ତ କରିବାକୁ ଚେଷ୍ଟା କଲେ ଜାଳି କି ସଫା କରିଦେବି - ଜୁଏଲ ଓରାମ
ରାଉରକେଲା ଭାଜପା ରାଜନୀତିରେ ଏବେ ହଲଚଲ ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜର ବିରୋଧୀ ତଥା ଅପପ୍ରଚାର କରୁଥିବା ଗୋଷ୍ଠୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କଡ଼ା ଚେତାବନୀ ଶୁଣାଇଛନ୍ତି । ଜୁଏଲ ଓରାମ କହିଛନ୍ତି ଯେ, ଅନ୍ୟ ଦଳରୁ ଆସିଥିବା କିଛି ଲୋକ ଟଙ୍କା ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । "ସେମାନେ ଭାବୁଛନ୍ତି ମୁଁ ହଟିଗଲେ ବୋଧହୁଏ ସେମାନେ କେନ୍ଦ୍ରମନ୍ତ୍ରୀ ହୋଇଯିବେ । କିନ୍ତୁ ମୋତେ ଅପଦସ୍ତ କରିବାକୁ ଚେଷ୍ଟା କଲେ ଜାଳି କି ସଫା କରିଦେବି," ବୋଲି ସେ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେପିର ପଞ୍ଚାୟତ ପାଗଭିଡା, ସେପ୍ଟେମ୍ବର ୧୭ରୁ ମାସିକିଆ ସେବା ସଙ୍କଳ୍ପ ଅଭିଯାନ


ନିଜର ସଂଘର୍ଷ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, "ମୁଁ ଏହି ଦଳକୁ ନିଜ ରକ୍ତ ମାଂସ ଦେଇ ଠିଆ କରିଛି । ଦଳ ମୋତେ ଯେତିକି ସମ୍ମାନ ଓ ସ୍ଥାନ ଦେଇଛି, ତାହା ଯଥେଷ୍ଟ । କିନ୍ତୁ ମୋ ସମ୍ମାନରେ କିଏ ହାତ ଲଗାଇଲେ, ସେ ହାତକୁ କାଟି ଫିଙ୍ଗିଦେବାର ତାକତ୍ ମୋର ଅଛି । ପୂର୍ବରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିବା ଜୁଏଲ ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି । ସେ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ସେ ପୁଣି ନିର୍ବାଚନ ଲଢ଼ିବେ ଏବଂ ତାଙ୍କ ବିରୋଧରେ କିଏ କାମ କରୁଛନ୍ତି ଓ ସେମାନଙ୍କର କ’ଣ ଅବସ୍ଥା ହେଉଛି, ସେ ସବୁ ଦେଖିବେ । ଏହି ବିଷୟରେ ସେ ଦଳର ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କ ସହ ଆଲୋଚନା କରିସାରିଛନ୍ତି । ଆଗାମୀ ଦିନରେ ଏ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ବିସ୍ତୃତ ଭାବେ ଜଣାଇବେ ବୋଲି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories