Nepal Flash Flood / ନେପାଳ ବନ୍ୟାରେ ନିଖୋଜ ୪ ଓଡ଼ିଆ; ବରଗଡ଼ର ପରିବାର ଠାବ, ଏବେବି ମିଳୁନି କୁଲସୁମଙ୍କ ପତ୍ତା
·1 hour ago·2 min read

Key Points
ନେପାଳରେ ଆସିଥିବା ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର ୪ ଜଣ ନିଖୋଜ ଥିବାବେଳେ ବରଗଡ଼ର ୩ ଜଣଙ୍କ ସୂଚନା ମିଳିଛି । ଏବେବି ବାରିପଦାର ଝିଅ କୁଲସୁମ ନିଗାରଙ୍କ କୌଣସି ସୂଚନା ମିଳି ନାହିଁ ।
ବରଗଡ଼/ନୂଆଦିଲ୍ଲୀ: ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ସବୁ କିଛି ଉଜାଡ଼ି ଦେଇଛି । ନା ଅଛି ରାସ୍ତା, ନା ଅଛି ଘର । ସବୁଠି ଖାଲି ପାଣି ଓ କାଦୁଅ । ସବୁକିଛି ପୋତି ହୋଇ ଯାଇଛି, ପାଣିର ପ୍ରଖର ସୁଅ ସବୁ କିଛି ଭସାଇ ନେଇଛି । ନେପାଳରେ ଆସିଥିବା ଫ୍ଲାଶ୍ ଫ୍ଲଡ୍ରେ ଓଡ଼ିଶାର ୪ ଜଣ ନିଖୋଜ ଥିବାବେଳେ ବରଗଡ଼ର ୩ ଜଣଙ୍କ ସୂଚନା ମିଳିଛି ।
ଏବେବି ବାରିପଦାର ଝିଅ କୁଲସୁମ ନିଗାରଙ୍କ କୌଣସି ସୂଚନା ମିଳି ନାହିଁ । ନେପାଳରେ ନିଖୋଜ ଥିବା ୩ ଜଣ ଓଡ଼ିଆଙ୍କୁ ଠାବ କରାଯାଇଛି । ବରଗଡ଼ ଅଞ୍ଚଳର ଦମ୍ପତି ଏବଂ ତାଙ୍କର ଦୁଇ ବର୍ଷର ଶିଶୁ କନ୍ୟା ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନେ ଏବେ କାଠମାଣ୍ଡୁର ଏକ ଆର୍ମି କ୍ୟାମ୍ପରେ ସୁରକ୍ଷିତ ଥିବା ସୂଚନା ମିଳିଛି ।
ଏଥିସହ ପଢ଼ନ୍ତୁ: ମାନବ ଜାତି ପାଇଁ ଲଜ୍ଜା; ବନ୍ୟାରେ ଭାସୁଥିବା ଶବରୁ ସୁନା ଅଳଙ୍କାର ଚୋରି
ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବରଗଡ଼ ସରଲା ଜାମପାଲି ଅଞ୍ଚଳର ଗୁନ୍ନମ ଜୟକ୍ରୀଷ୍ଣା, ଗୁନ୍ନମ ସାଇ ବିନ୍ଦୁ କୁମାରୀ ଓ ତାଙ୍କ ୨ ବର୍ଷୀୟ ଝିଅ ଏବେ ଆର୍ମି କ୍ୟାମ୍ପରେ ଅଛନ୍ତି । ଗୁନ୍ନମ ଜୟକ୍ରୀଷ୍ଣା ନେପାଳରେ ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିବା ବେଳେ ଝିଅ ଓ ସ୍ତ୍ରୀ ସହ ସେଠାରେ ରହୁଥିଲେ ।
ବୁଧବାର ଆସିଥିବା ଫ୍ଲାଶ୍ ଫ୍ଲଡ୍ ପରେ ସେମାନଙ୍କ ସହ ଆଉ ଯୋଗାଯୋଗ ସମ୍ଭବ ହୋଇ ନଥିଲା । ଯାହାପରେ ପରିବାର ଲୋକ ପ୍ରଶାସନ ନିକଟରେ ଉଦ୍ଧାର ପାଇଁ ନିବେଦନ କରିଥିଲେ । ଏବେ ମିଳିଥିବା ସୂଚନା ଅନୁସାରେ, ବରଗଡ଼ର ପରିବାର ଆର୍ମି କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି ।
ଟ୍ରେକିଂ କରିବାକୁ ଯାଇ କୁଲସୁମ ନିଖୋଜ
ସେପଟେ ବାରିପଦା ପୌରପାଳିକାର ୨୩ ନମ୍ବର ୱାର୍ଡର କୁଲସୁମ ନିଗାର ନିଖୋଜ ଅଛନ୍ତି । ନେପାଳର ପୋଖରା ଅଞ୍ଚଳକୁ ଟ୍ରେକିଂ ପାଇଁ ଯାଇଥିବା କୁଲସୁମଙ୍କ ସହ ଗତ ୨୫ ତାରିଖରୁ ପରିବାରର ଯୋଗାଯୋଗ ହୋଇପାରୁନାହିଁ । ଫଳରେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ଓ ଆତଙ୍କ ବଢ଼ିଛି । ତୁରନ୍ତ କୁଲସୁମଙ୍କୁ ଫେରାଇ ଆଣିବାକୁ ପରିବାର ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ; ନିଖୋଜ ବାରିପଦାର ୨୧ ବର୍ଷୀୟା କୁଲସୁମ ନିଗାର
ପ୍ରଥମେ ବୁଧବାର 'ଜଳ ପ୍ରଳୟ' ଆସିଥିଲା ବହୁ କ୍ଷୟକ୍ଷତି କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ୧୫୦୦ରୁ ଅଧିକ ଲୋକ ନିଖୋଜ ରହିଥିବା ବେଳେ ୪୬୯ ଜଣଙ୍କ ମୃତ୍ୟୁ ହୋଇଛି ।

Related Topics
Explore more stories