|
logo
Live
Argus News App
GET APP

Argus News - ଏମିତି ପୁଅ କାହାକୁ ନ ମିଳୁ; 'ମାଆକୁ ମାରିଲି, ଆଉ ୩ ଜଣଙ୍କୁ ମାରିବି...'

Crime

Son Kills Mother / ଏମିତି ପୁଅ କାହାକୁ ନ ମିଳୁ; 'ମାଆକୁ ମାରିଲି, ଆଉ ୩ ଜଣଙ୍କୁ ମାରିବି...'

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଏମିତି ପୁଅ କାହାକୁ ନ ମିଳୁ; 'ମାଆକୁ ମାରିଲି, ଆଉ ୩ ଜଣଙ୍କୁ ମାରିବି...'
Man Allegedly Kills Mother by Giving Poison

Key Points

ପାରିବାରିକ କଳହକୁ ନେଇ ପୁଅ ନେଇ ଯାଇଛି ଜନ୍ମଦାତ୍ରୀ ମାଆର ଜୀବନ । ତାହା ବି ନିଜ ହାତରେ ମାଆ ମୁହଁରେ ବିଷ ଦେଇ ।
ଭୋଗରାଇ (ବାଲେଶ୍ଵର): ରାତିରେ ମାଆକୁ ମାଡ଼ ମାରିଲା । ସକାଳେ ସ୍ତ୍ରୀକୁ ବାପ ଘରେ ଛାଡ଼ି ଆସିଲା । ଦ୍ଵି ପ୍ରହରରେ ଘରେ ପହଞ୍ଚି ମାଡ଼ ମାରିଥିବା ମାଆକୁ ଖୋଜିଲା । ପଡ଼ିଶା ଘରେ ବସିଥିବା ମାଆକୁ ଘରକୁ ଡାକି ଆଣିଲା । ଆଉ ତା'ପରେ ଯାହା ଘଟିଲା ସମସ୍ତେ ସ୍ତବ୍ଧ ହୋଇଗଲେ । ସାହି ପଡ଼ିଶା ରହ ରହ କହୁଥିବା ବେଳେ ମାଆକୁ ବିଷ ପିଆଇଦେଲା ପୁଅ ।

ଏଭଳି ଅଭାବନୀୟ, ଅମାନୁଷିକ ଓ ବର୍ବର ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଚକେଇସବ ଗାଁରେ । ପାରିବାରିକ କଳହକୁ ନେଇ ପୁଅ ନେଇ ଯାଇଛି ଜନ୍ମଦାତ୍ରୀ ମାଆର ଜୀବନ । ତାହା ବି ନିଜ ହାତରେ ମାଆ ମୁହଁରେ ବିଷ ଦେଇ । ଏ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଯିଏ ଶୁଣୁଛି.. ସିଏ କହୁଛି.. "ଏମିତି ପୁଅ ଭଗବାନ କାହାରିକି ନ ଦିଅନ୍ତୁ ।"

ଏଥିସହ ପଢ଼ନ୍ତୁ: ଚୋରି କରିବାକୁ ଯାଇଥିଲା ଚୋର, ଧରାପଡ଼ିବା ଭୟରେ ଯୁବକଙ୍କୁ ଛାତରୁ ଠେଲି କଲା ହତ୍ୟା

ମାଡ଼ ମାରି ଘରୁ ତଡ଼ିଲା

ସୂଚନା ଅନୁସାରେ ମାଆ ପଦ୍ମାବତୀ ଦଳାଇ ଓ ପୁଅ ଲକ୍ଷ୍ମୀକାନ୍ତ ଦଳାଇଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୋଇଥାଏ । ଲକ୍ଷ୍ମୀକାନ୍ତଙ୍କ ପୁତୁରାଙ୍କ ଅନୁସାରେ, ଗୁରୁବାର ମଧ୍ୟ ମାଆପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ମାଆ ଉପରେ ରାଗ ଶୁଝାଇଥିଲା ଲକ୍ଷ୍ମୀକାନ୍ତ । ମାଆକୁ ମାଡ଼ ମାରି ଘରୁ ରାତି ଅଧରେ ତଡ଼ି ଦେଇଥିଲେ ।

ନିଜ ହାତରେ ପିଆଇଦେଲା ବିଷ

ଶୁକ୍ରବାର ସକାଳ ହେବା କ୍ଷଣି ସ୍ତ୍ରୀକୁ ନେଇ ଶ୍ଵଶୁର ଘରେ ଲକ୍ଷ୍ମୀକାନ୍ତ ଛାଡ଼ି ଆସିଥିଲା । ଘରକୁ ଦ୍ଵିପ୍ରହରରେ ଫେରି ପଡ଼ିଶା ଘରେ ବସିଥିବା ମାଆକୁ ଡାକିଥିଲା । ମାଆ ଘରକୁ ଆସିବା ମାତ୍ରେ ଜବରଦସ୍ତି ବିଷ ପିଆଇ ଦେଇଛି କୁଳାଙ୍ଗାର ପୁଅ ଲକ୍ଷ୍ମୀକାନ୍ତ । ଛଟପଟ ହୋଇ ସେଇଠି ଆଖି ବୁଜିଛନ୍ତି ପଦ୍ମାବତୀ ।

ଏଥିସହ ପଢ଼ନ୍ତୁ: ବିରିୟାନିରୁ ଆରମ୍ଭ, ଖଜୁରୀ ପାଇଁ ହଙ୍ଗାମା! ବାହାଘର ହେଲା ରଣକ୍ଷେତ୍ର, ଅତିଥିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ 

ପଦ୍ମାବତୀଙ୍କୁ ବିଷ ପିଆଇ ପୁଅ ଲକ୍ଷ୍ମୀକାନ୍ତ ହତ୍ୟା କରିଥିବା ପୁତୁରା ଓ ଅନ୍ୟ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ପଦ୍ମାବତୀଙ୍କ ମୃତ୍ୟୁ ପରେ ଲକ୍ଷ୍ମୀକାନ୍ତଙ୍କୁ ପରିବାର ଓ ଗାଁ ଲୋକେ ଗଛରେ ବାନ୍ଧି ମାଡ଼ ମାରିଛନ୍ତି । ପୋଲିସ ଖବର ପାଇଁ ଗାଁରେ ପହଞ୍ଚିବା ସହ ଅଭିଯୁକ୍ତ ଲକ୍ଷ୍ମୀକାନ୍ତଙ୍କୁ ଅଟକ ରଖିଛି । ପଦ୍ମାବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ ।

ଆଉ ୩ ଜଣଙ୍କୁ ମାରିବି

ତେବେ ପଦ୍ମାବତୀ-ଲକ୍ଷ୍ମୀକାନ୍ତଙ୍କ ପରିବାରରେ କେଉଁ କାରଣକୁ ନେଇ ପାରିବାରିକ କଳହ ଲାଗି ରହିଥିଲା ? ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ହେଲେ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ଗଛରେ ବନ୍ଧା ଯାଇଥିବା ବେଳେ ଆଉ ୩ ଜଣଙ୍କୁ ମାରିବାକୁ ଧମକ ଦେଇଥିବା କହିଛନ୍ତି ତାଙ୍କ ପରିବାର ଲୋକ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Son Kills Mother: ଏମିତି ପୁଅ କାହାକୁ ନ ମିଳୁ; 'ମାଆକୁ ମାରିଲି, ଆଉ ୩ ଜଣଙ୍କୁ ମାରିବି...' | Argus News