Videos
|
Crime

Balianta Crime / କାହିଁକି ବାରମ୍ବାର ବାଲିଅନ୍ତା ? ୬ ମାସରେ ଘଟିଲାଣି ୩ ବଡ଼ ଅପରାଧ

Sushanta Sahoo
Browse all articles by Sushanta Sahoo
·33 mins ago·2 min read
କାହିଁକି ବାରମ୍ବାର ବାଲିଅନ୍ତା ? ୬ ମାସରେ ଘଟିଲାଣି ୩ ବଡ଼ ଅପରାଧ
3 Major Crimes in 6 Months

Key Points

ପ୍ରଥମେ ବାଲିଅନ୍ତା ଥାନା ଅଞ୍ଚଳରେ ପୋଲିସ ଉପସ୍ଥିତିରେ ଭିଡ଼ ହତ୍ୟା । ପରେ ପରେ ୩ ମାସରେ ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ । ମାତ୍ର ୬ ମାସ ଭିତରେ ବାଲିଅନ୍ତା ଥାନା ଅଞ୍ଚଳରେ ତିନି ତିନୋଟି ବଡ଼ ଧରଣର ଅପରାଧ । 
ବାଲିଅନ୍ତା/ଭୁବନେଶ୍ଵର: ମେ ୭ ସୌମ୍ୟରଞ୍ଜନ ସ୍ଵାଇଁ, ଅଗଷ୍ଟ ୯ ଲକ୍ଷ୍ମୀଧର ସ୍ଵାଇଁ ଆଉ ଏବେ ଅକ୍ଟୋବର ୨୦ରେ ସ୍ମୃତିରଞ୍ଜନ ମାର୍ଥା । ପ୍ରଥମେ ବାଲିଅନ୍ତା ଥାନା ଅଞ୍ଚଳରେ ପୋଲିସ ଉପସ୍ଥିତିରେ ଭିଡ଼ ହତ୍ୟା । ପରେ ପରେ ୩ ମାସରେ ୨ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ । ମାତ୍ର ୬ ମାସ ଭିତରେ ବାଲିଅନ୍ତା ଥାନା ଅଞ୍ଚଳରେ ତିନି ତିନୋଟି ବଡ଼ ଧରଣର ଅପରାଧ ଘଟିଛି ।

ଯାହାକୁ ନେଇ ପୁଣି ଥରେ ଲୋକେ ଘେରିଛନ୍ତି ବାଲିଅନ୍ତା ଥାନା । ପାଟେଣା ଗାଁର ସ୍ମୃତିରଞ୍ଜନ ମାର୍ଥାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍ମୃତିରଞ୍ଜନଙ୍କ ମୃତଦେହକୁ ଧରି ଶୁକ୍ରବାର ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ବାଲିଅନ୍ତା ଥାନା ଘେରାଉ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ସ୍କୁଲ୍ ତାଲା ଭାଙ୍ଗିବାକୁ ନେଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ; ବାଲିଅନ୍ତା ଥାନାରେ ଉତ୍ତେଜନା 

କେମିତି ହେଲା ସ୍ମୃତିରଞ୍ଜନଙ୍କ ମୃତ୍ୟୁ ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ଗତ ୨୦ ତାରିଖ ମଙ୍ଗଳବାର ଦିନ ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ସ୍ମୃତିରଞ୍ଜନ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ସ୍ମୃତିରଞ୍ଜନଙ୍କ ମୃତ୍ୟୁ ଅକ୍ଟୋବର ୨୨ (ଗୁରୁବାର) ହୋଇଛି ।

ଯାହାକୁ ନେଇ ଗୁରୁବାର ମଧ୍ୟ ବାଲିଅନ୍ତା ଥାନାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶୁକ୍ରବାର ହସ୍ପିଟାଲ୍‌ରୁ ମୃତଦେହ ଆସିବା ପରେ ଲୋକେ ବାଲିଅନ୍ତା ଥାନା ଘେରାଉ କରିଥିଲେ । ବର୍ତ୍ତମାନ ସୁଦ୍ଧା ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ପରିବାର ଲୋକେ ଦାବି କିରିଛନ୍ତି ।

ଏସିପି ଅଭିମନ୍ୟୁ ନାୟକ କହିଛନ୍ତି, "ଟଣାରେ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗୁରୁବାର ମୁଖ୍ୟ ଅଭିଯୁକ୍ତ ମହେଶ କୁମାର ରାୟ ବାହାଦୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପରିବାର ଲୋକେ ଏତଲାରେ ୩ ଜଣଙ୍କ ନାଁ ଦେଇଥିଲେ । ଖୁବଶୀଘ୍ର ପୋଲିସ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତକୁ ଆଗକୁ ବଢ଼ାଇବ ।"

ଏଥିସହ ପଢ଼ନ୍ତୁ: ଓଡ଼ିଶାରେ ଅଶୁଭ ଅକ୍ଟୋବର; କେବେକେବେ ତାଣ୍ଡବ ରଚିଛି ବାତ୍ୟା ? ଏଥର ବି ମାଡ଼ି ଆସୁଛି 

ସ୍ମୃତିରଞ୍ଜନ ମାର୍ଥାଙ୍କ ହତ୍ୟାକାରୀକୁ ତୁରନ୍ତ ଧରିବା ପାଇଁ ଗ୍ରାମବାସୀ ଦାବି କରି ପ୍ରତିବାଦ କରିଛନ୍ତି । ସପ୍ତାହକ ମଧ୍ୟରେ ତଥ୍ୟ ପ୍ରମାଣକୁ ଭିତ୍ତିକରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ପ୍ରତିବାଦ କରିବା ପରେ ଉତ୍ତେଜନା ଥମିଛି । ପରିବାର ଲୋକେ ଓ ଗ୍ରାମବାସୀ ଥାନା ଘେରାଉରୁ ଓହରିଛନ୍ତି ।

​ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଏବଂ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବାଲିଅନ୍ତା ଥାନା ସମ୍ମୁଖରେ ୨ ପ୍ଲାଟୁନ୍ ଏବଂ ପାଟେଣା ଗାଁରେ ୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତୁରନ୍ତ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଲାଗି ସମସ୍ତେ ଦାବି କରିଛନ୍ତି ।