|
logo
Live
Argus News App
GET APP

Argus News - ବୋମାମାଡ଼ରେ ଥରିଲା ବାଙ୍କୀ; ନୂଆବର୍ଷ ରାତିରେ ଘର ଉପରକୁ ବୋମା ଫିଙ୍ଗିଲେ

Crime

Crime In Odisha / ବୋମାମାଡ଼ରେ ଥରିଲା ବାଙ୍କୀ; ନୂଆବର୍ଷ ରାତିରେ ଘର ଉପରକୁ ବୋମା ଫିଙ୍ଗିଲେ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ବୋମାମାଡ଼ରେ ଥରିଲା ବାଙ୍କୀ; ନୂଆବର୍ଷ ରାତିରେ ଘର ଉପରକୁ ବୋମା ଫିଙ୍ଗିଲେ
New Year Night Bomb Blast in Banki Area

Key Points

ଭୋର୍ ସମୟରେ ଘର ଉପରକୁ ଫିଙ୍ଗିଲେ ବୋମା । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଭୋର୍ ସମୟରେ ବୋମାମାଡ଼ ହୋଇଛି ।
ବାଙ୍କୀ (କଟକ): ନୂଆବର୍ଷ ରାତିରେ ଆତଙ୍କ । ଭୋର୍ ସମୟରେ ଘର ଉପରକୁ ଫିଙ୍ଗିଲେ ବୋମା । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଭୋର୍ ସମୟରେ ବୋମାମାଡ଼ ହୋଇଛି । ତାଳବସ୍ତ ଗାଁର ଚିନ୍ତାମଣି ବେହେରାଙ୍କ ଘର ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ ।

ମିଳିଥିବା ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଛି । ଚିନ୍ତାମଣିଙ୍କ ଘର ସହ ତାଙ୍କର ସିମେଣ୍ଟ ଦୋକାନ ଉପରକୁ ବୋମାମାଡ଼ କରାଯାଇଛି । ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କେହି ଆହତ ହୋଇ ନାହାନ୍ତି ।

ଏଥିସହ ପଢ଼ନ୍ତୁ: ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ିରେ ଘାଇଲା ଭୁବନେଶ୍ଵର; ଉପକୂଳ ଓଡ଼ିଶାରେ ବି ସମାନ ସ୍ଥିତି

ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ବୋମାମାଡ଼ରେ ସମ୍ପୂର୍ଣ୍ଣ ବାଙ୍କୀ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଚିନ୍ତାମଣିଙ୍କ ଘରେ ଥିବା ଆସବାବପତ୍ର ଭାଙ୍ଗିରୁଜି ଯାଇଛି । ତେବେ କିଏ ଓ କାହିଁକି ବୋମାମାଡ଼ କଲା ତାହା ସ୍ପଷ୍ଟ ହୋଇ ନାହିଁ ।

ଚିନ୍ତାମଣି ସିମେଣ୍ଟ ଗୋଦାମ କରିଥିବାରୁ କେହି ସହି ନପାରି ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି । ବୋମାମାଡ଼ ସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ କରିବା ପରେ ସ୍ପଷ୍ଟ ହୋଇ ପାରିବ କିଏ ଓ କାହିଁକି ବୋମାମାଡ଼ କରିଛି ।

ଏଥିସହ ପଢ଼ନ୍ତୁ: ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; 'ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଆସୁ'

ଏହା ପୂର୍ବରୁ ୨୦୨୪ ନଭେମ୍ବର ଓ ଅଗଷ୍ଟରେ ବାଙ୍କୀ ଥାନା ଅଞ୍ଚଳରେ ବୋମାମାଡ଼ ହୋଇଥିଲା । ନଭେମ୍ବରରେ ଦାଦାବଟିକୁ ନେଇ ଠିକାଦାରଙ୍କ ଜେସିବି ଉପରକୁ ବୋମାମାଡ଼ ହୋଇଥିଲା ।

ସେହିଭଳି ଅଗଷ୍ଟ ମାସରେ ବାଙ୍କୀ ଥାନା ରାମଚନ୍ଦପୁର ଗାଁରେ ବୋମାମାଡ଼ ହୋଇଥିବା ବେଳେ ସେଥିରେ ୬ ଜଣ ଗୁରୁତର ଆହତ ହୋଇଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନର ବିବାଦରୁ ସେତେବେଳେ ବୋମା ଫୁଟିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Crime In Odisha: ବୋମାମାଡ଼ରେ ଥରିଲା ବାଙ୍କୀ; ନୂଆବର୍ଷ ରାତିରେ ଘର ଉପରକୁ ବୋମା ଫିଙ୍ଗିଲେ | Argus News