Fog / ପ୍ରଦୂଷଣ ସାଙ୍ଗକୁ ଘନ କୁହୁଡ଼ିରେ ଘାଇଲା ଭୁବନେଶ୍ଵର; ଉପକୂଳ ଓଡ଼ିଶାରେ ବି ସମାନ ସ୍ଥିତି
·3 months ago·2 min read

Key Points
ରାସ୍ତା ତ ଦୂରର କଥା, ଦେଖାଯାଉନି ମୁହଁ । ଭୁବନେଶ୍ଵର ବିମାନବନ୍ଦର ଅଞ୍ଚଳରେ ସକାଳ ୭ଟା ସୁଦ୍ଧା ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଛି ।
ଭୁବନେଶ୍ଵର: ଟ୍ଵିନ୍ ସିଟି ସହ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି । ରାସ୍ତା ତ ଦୂରର କଥା, ଦେଖାଯାଉନି ମୁହଁ । ଭୁବନେଶ୍ଵର ବିମାନବନ୍ଦର ଅଞ୍ଚଳରେ ସକାଳ ୭ଟା ସୁଦ୍ଧା ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଛି । ରାଜଧାନୀର ଅନ୍ୟ ଅଞ୍ଚଳରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଛି ।
ଉପଗ୍ରହରୁ ମିଳୁଥିବା ସୂଚନା ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା ଉପରେ କୁହୁଡ଼ିର ପ୍ରଭାବ ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଏବଂ ଦେବଗଡ଼ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିଛି ।
ଏଥିସହ ପଢ଼ନ୍ତୁ: ବଡ଼ ଇସାରା ଦେଲେ ମୋକିମ୍; 'ନୂଆବର୍ଷରେ ହେବାକୁ ଯାଉଛି ବହୁତ କିଛି'
ସେପଟ ଆଜି ମଧ୍ୟ ଭୁବନେଶ୍ଵରର ଏୟାର କ୍ଵାଲିଟି ଇଣ୍ଡେକ୍ସ ୩୦୦ ଉପରେ ରହିଛି । ୟୁନିଟ୍-୮ରେ AQI ସ୍ତର ୩୫୭ ଥିବାବେଳେ ମଞ୍ଚେଶ୍ୱରରେ ୩୨୯ ରହିଛି । ମାଷ୍ଟରକ୍ୟାଣ୍ଟିନରେ ୩୫୧, ରମାଦେବୀ କଲେଜ ପାଖରେ ୩୬୦, ଇମ୍ଫୋସିଟିରେ ୩୪୬, କିଟ୍ ୩୫୪, ଲିଙ୍ଗରାଜ ମନ୍ଦିର ପାଖରେ ୩୫୧, କଳିଙ୍ଗ ହସ୍ପିଟାଲ ପାଖରେ ୩୭୭ ରହିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଅତ୍ୟଧିକ ଘନ କୁହୁଡ଼ି ପାଇଁ ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ପୁରୀ ମୁନିସିପାଲିଟିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର
ସେହିଭଳି ଘନ କୁହୁଡ଼ି ନେଇ ଆଜି ବାଲେଶ୍ଵର, ଗଜପତି, ଗଞ୍ଜାମ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କନ୍ଧମାଳ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।
ପାଣିପାଗ କେନ୍ଦ୍ର ଅନୁସାରେ, ସର୍ବନିମ୍ନ ରାତି ତାପମାତ୍ରା ଆଗାମୀ ୪ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ପରବର୍ତ୍ତୀ ୩ ଦିନରେ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହୋଇନପାରେ ।
ରାଜଧାନୀ ଭୁବନେଶ୍ୱର ରେ 50ମିଟର କୁ ଖସିଲା ଦୃଶ୍ୟମାନ ଦୂରତା
— usd (@usd0705) January 1, 2026
ସକାଳ 8ଟା ରୁ 8ଟା 30 ଯାଏଁ 50ମିଟର ସହ ଘନ କୁହୁଡି pic.twitter.com/MmIdte2XHs
ଉପଗ୍ରହରୁ ମିଳୁଥିବା ସୂଚନା ଅନୁଯାୟୀ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା ଉପରେ କୁହୁଡ଼ିର ପ୍ରଭାବ ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ ଏବଂ ଦେବଗଡ଼ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିଛି ।
ଏଥିସହ ପଢ଼ନ୍ତୁ: ବଡ଼ ଇସାରା ଦେଲେ ମୋକିମ୍; 'ନୂଆବର୍ଷରେ ହେବାକୁ ଯାଉଛି ବହୁତ କିଛି'
ସେପଟ ଆଜି ମଧ୍ୟ ଭୁବନେଶ୍ଵରର ଏୟାର କ୍ଵାଲିଟି ଇଣ୍ଡେକ୍ସ ୩୦୦ ଉପରେ ରହିଛି । ୟୁନିଟ୍-୮ରେ AQI ସ୍ତର ୩୫୭ ଥିବାବେଳେ ମଞ୍ଚେଶ୍ୱରରେ ୩୨୯ ରହିଛି । ମାଷ୍ଟରକ୍ୟାଣ୍ଟିନରେ ୩୫୧, ରମାଦେବୀ କଲେଜ ପାଖରେ ୩୬୦, ଇମ୍ଫୋସିଟିରେ ୩୪୬, କିଟ୍ ୩୫୪, ଲିଙ୍ଗରାଜ ମନ୍ଦିର ପାଖରେ ୩୫୧, କଳିଙ୍ଗ ହସ୍ପିଟାଲ ପାଖରେ ୩୭୭ ରହିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଅତ୍ୟଧିକ ଘନ କୁହୁଡ଼ି ପାଇଁ ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ପୁରୀ ମୁନିସିପାଲିଟିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର
ସେହିଭଳି ଘନ କୁହୁଡ଼ି ନେଇ ଆଜି ବାଲେଶ୍ଵର, ଗଜପତି, ଗଞ୍ଜାମ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ, ଯାଜପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କନ୍ଧମାଳ ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି ।
ପାଣିପାଗ କେନ୍ଦ୍ର ଅନୁସାରେ, ସର୍ବନିମ୍ନ ରାତି ତାପମାତ୍ରା ଆଗାମୀ ୪ ଦିନ ଭିତରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି । ପରବର୍ତ୍ତୀ ୩ ଦିନରେ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହୋଇନପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: