Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆସିଲା ଚାଉଳିଆଗଞ୍ଜ ଥାନା ମହିଳା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ, ହତ୍ୟା ନା ଆତ୍ମହତ୍ୟା ?

Crime

IIC Beauty Mohanty / ଆସିଲା ଚାଉଳିଆଗଞ୍ଜ ଥାନା ମହିଳା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ, ହତ୍ୟା ନା ଆତ୍ମହତ୍ୟା ?

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଆସିଲା ଚାଉଳିଆଗଞ୍ଜ ଥାନା ମହିଳା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ, ହତ୍ୟା ନା ଆତ୍ମହତ୍ୟା ?
IIC Beauty Mohanty

Key Points

IIC ବ୍ୟୁଟି ମହାନ୍ତି ମୃତ୍ୟୁ ମାମଲା
ଆସିଲା ପୋଷ୍ଟମର୍ଟମ ରିପୋର୍ଟ
ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା
କଟକ: ଚାଉଳିଆଗଞ୍ଜ ଥାନା ମହିଳା ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା । ପୋଲିସ ହସ୍ତଗତ ହେଲା ମୃତ ମହିଳା ଅଧିକାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । କଟକ ଏସସିବି ମେଡିକାଲର ଏଫଏମଟି ବିଭାଗ ପକ୍ଷରୁ ମଙ୍ଗଳାବାଗ ଥାନାକୁ ଦିଆଗଲା ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, 'ଶ୍ୱାସରୁଦ୍ଧ' ଯୋଗୁଁ ବିୟୁଟି ମହାନ୍ତିଙ୍କ ଜୀବନ ଯାଇଛି । ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେଭଳି କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିବା ସୂଚନା । ମୃତ୍ୟୁର ପ୍ରକୃତ କାରଣ ଓ ପୂର୍ଣ୍ଣାଙ୍ଗ ତଥ୍ୟ ପାଇଁ ଏବେ ବିସ୍ରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏସସିବି ମେଡିକାଲର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହି ପୋଷ୍ଟମର୍ଟମ କରିଥିଲେ ।

କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ମହିଳା ଆଇଆଇସିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଶୁକ୍ରବାର ରାତିରେ ସବୁ ସ୍ବାଭାବିକ ଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଶନିବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଲା ତାହା ସନ୍ଦେହ ସୃଷ୍ଟି କରିଥିଲା । ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ କଟକ ବଡ଼ ମେଡିକାଲକୁ ପଠାଯାଇଥିଲା ।

  • ଭାଇ ଆଣିଛନ୍ତି ହତ୍ୟା ଅଭିଯୋଗ
ମୃତ ବିୟୁଟିଙ୍କ ବେକ ଓ ଗୋଡ଼ରେ ଦାଗ ରହିଥିଲା । କୌଣସି କେମିକାଲ୍ ଦିଆଯାଇଥିବାରୁ ଶରୀର କଳା ପଡ଼ି ଆସୁଥିବା ଅଭିଯୋଗ ଆଣି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ସେପଟେ ବ୍ୟୁଟିଙ୍କ ସ୍ଵାମୀ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମନୋମାଳନ୍ୟ ନଥିବା କହିବା ପରେ ବିୟୁଟିଙ୍କ ଭାଇ ହତ୍ୟା ଅଭିଯୋଗ ଆଣିଛନ୍ତି ।

  • କଣ ପୂରା ଘଟଣା ?
ଶୁକ୍ରବାର ଦିନ ୧୧ଟାରେ ଆଇଆଇସି ବିୟୁଟି ମହାନ୍ତି ଥାନାରେ ନିଜ ଚ୍ୟାମ୍ବରକୁ ଆସି ବିଭିନ୍ନ ମାମଲା ବୁଝିଥିବା ବେଳେ ଖରାବେଳେ କିଛି ସମୟ ଥାନାର ସିସିଟିଏନ୍‌ଏସ୍ ରୁମ୍‌ରେ ବସିଥିଲେ । ଦିନ ୨.୩୦ଟାରେ ଲାଲବାଗ ଥାନା ପରିସର କ୍ୱାର୍ଟର୍ସକୁ ଯାଇ ସନ୍ଧ୍ୟାରେ ପୁଣି ଥାନାକୁ ଫେରି ଆସିଥିଲେ । ଥାନାର ପୁରୁଣା ମାମଲାଗୁଡିକୁ କ୍ଲୋଜ୍ କରିବାକୁ ଥାନା କର୍ମଚାରୀଙ୍କୁ କହିଥିଲେ । ରାତି ପ୍ରାୟ ୮ଟା ସମୟରେ ଜୋନ୍-୫ ଏସିପି ସୁଧାଂଶୁ ଜେନା ଥାନାକୁ ଆସି ବିଭିନ୍ନ କେସ୍ ସଂପର୍କରେ ବିୟୁଟିଙ୍କ ସହ ଆଲୋଚନା କଲା ବେଳେ ସମସ୍ତେ ମିଶି ବ୍ଲାକ୍ କଫି ପିଇଥିଲେ। କିନ୍ତୁ ବିୟୁଟି କୌଣସି ଚାପରେ ଅଛନ୍ତି ବୋଲି ସେତେବେଳେ ବି ଜଣାପଡ଼ିନଥିଲା ।

ପଢନ୍ତୁ ଏହି ଖବର: IIC ବିୟୁଟି ମହାନ୍ତି ମୃତ୍ୟୁ ମାମଲାର ତଦନ୍ତ ଦାବି କଲା ଓଡ଼ିଶା ପୋଲିସ ଅଫିସର ସଂଘ

ରାତି ପ୍ରାୟ ୯ଟା ୧୫ରେ ଚାଉଳିଆଗଞ୍ଜ ଥାନାର ଦ୍ବିତୀୟ ମହଲାରେ ଥିବା ରେଷ୍ଟରୁମ୍‌କୁ ବିୟୁଟି ଯାଇଥିଲେ । ରାତି ୧୧ଟା ସମୟରେ ଥାନା ଡ୍ରାଇଭର ଖାଇବା ପାଇଁ ଫୋନ୍ କରିବାରୁ ବିୟୁଟି ଆଉ ଫୋନ୍ ଉଠାଇ ନଥିଲେ । ଶନିବାର ସକାଳ ପ୍ରାୟ ୮ଟା ସମୟରେ ଥାନା ଭିଏଚ୍‌ଏଫ୍ ଦାୟିତ୍ଵରେ ଥିବା ଜଣେ ମହିଳା କର୍ମଚାରୀ ବିୟୁଟିଙ୍କୁ ଫୋନ କରିଥିଲେ । ତେବେ ସେ ଫୋନ୍ ନ ଉଠାଇବାରୁ ଉପରକୁ ଯାଇ କବାଟ ବାଡ଼େଇଥିଲେ । କିନ୍ତୁ କବାଟ ନ ଖୋଲିବାରୁ ତଳକୁ ଫେରିଥିଲେ । ସକାଳ ୯ଟା ପାଖାପାଖି ସମୟରେ ଗ୍ରୁପ କଲ୍ ପାଇଁ ଚାଉଳିଆଗଞ୍ଜ ଥାନାର ଆଡିସନାଲ୍ ଆଇଆଇସି ସୂର୍ଯ୍ୟକାନ୍ତ ସେଠୀ ଓ ଥାନାର କିଛି କର୍ମଚାରୀ ଆଇଆଇସିଙ୍କ ରେଷ୍ଟରୁମ୍‌କୁ ଯିବା ପାଇଁ ପ୍ରଥମ କବାଟକୁ ପିଟିଥିଲେ ବି ନଖୋଲିବାରୁ ତାହାକୁ ଭାଙ୍ଗିଥିଲେ । ଏହାପରେ ବିୟୁଟିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored