Videos
|
Crime

ATM Loot / ବେଗୁନିଆ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ; ଥାନା ପାଖ ATM ଭାଙ୍ଗି ଲୁଟିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·54 mins ago·2 min read
ବେଗୁନିଆ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ; ଥାନା ପାଖ ATM ଭାଙ୍ଗି ଲୁଟିଲେ
ATM Loot

Key Points

ଥାନା ନିକଟ ଏଟିଏମ ଭାଙ୍ଗିଲେ ଦୁର୍ବୃତ୍ତ
ପୋଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ
ଖୋର୍ଦ୍ଧା:  ଥାନା ନିକଟରେ ଲୁଟ୍ ପାଇଁ ଅପରାଧୀଙ୍କ ଉଦ୍ୟମ । ସୋମବାର ବିଳମ୍ବିତ ରାତିରେ ବେଗୁନିଆ ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ ପାଇଁ ଉଦ୍ୟମ ହୋଇଛି । ତେବେ ଦୁର୍ବୃତ୍ତ ଜଣକ ଏଟିଏମ୍ ମେସିନ୍‌କୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ ବି ଟଙ୍କା ଲୁଟିବାରେ ବିଫଳ ହୋଇଛନ୍ତି । ଥାନା ପାଖ ଏଟିଏମ ଭାଙ୍ଗି ପୋଲିସକୁ ଦୁର୍ବୃତ୍ତମାନେ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

  • ରାତିରେ ନଥିଲେ ସୁରକ୍ଷାକର୍ମୀ
ବେଗୁନିଆ ଥାନା ନିକଟରେ ଆକ୍ସିସ ବ୍ୟାଙ୍କର ଶାଖା ସହ ଏଟିଏମ୍‌ଟି ଗୋଟିଏ ଘରେ ଚାଲୁଛି । ରାତିରେ ଏଠାରେ କୌଣସି ସୁରକ୍ଷା କର୍ମଚାରୀ ରହୁ ନଥିବାର ସୁଯୋଗ ନେଇଥିଲା ଦୁର୍ବୃତ୍ତ । ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ଜଣାପଡ଼ିଛି ଯେ, ମୁଣ୍ଡରେ ହେଲମେଟ୍ ପିନ୍ଧିଥିବା ଜଣେ ଯୁବକ ରାତି ପ୍ରାୟ ୨ଟା ୨୨ ମିନିଟ୍ ସମୟରେ ଗୋଟିଏ ଶାବଳ ଧରି ଏଟିଏମ୍ ଭିତରକୁ ପଶିଥିଲା । ସେ ଶାବଳ ସାହାଯ୍ୟରେ ମେସିନ୍‌କୁ ତାଡ଼ିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ସୁରକ୍ଷା ସାଇରନ୍ ବାଜି ଉଠିଥିଲା । ସାଇରନ୍ ଶବ୍ଦ ଶୁଣି ଭୟରେ ଯୁବକଜଣକ ବାହାରକୁ ପଳାଇ ଯାଇଥିଲା ।

  • ପୁଣି ଏଟିଏମ ଲୁଟ୍ ଉଦ୍ୟମ
ମାତ୍ର ପ୍ରାୟ ୧ ମିନିଟ୍ ପରେ ସାଇରନ୍ ବନ୍ଦ ହୋଇଯିବାରୁ ସେ ପୁଣି ଭିତରକୁ ଆସି ଭୋର୍ ୪ଟା ୩୬ ମିନିଟ୍ ପର୍ଯ୍ୟନ୍ତ ଏଟିଏମ୍‌କୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ମେସିନ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲେ ସୁଦ୍ଧା କ୍ୟାଶ୍ ବାକ୍ସ ପର୍ଯ୍ୟନ୍ତ ସେ ପହଞ୍ଚି ପାରି ନଥିଲା । ମଙ୍ଗଳବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଯାଞ୍ଚ ପରେ ଏଟିଏମ୍ କ୍ୟାଶ୍ ବାକ୍ସରେ ଥିବା ସମସ୍ତ ଟଙ୍କା ସୁରକ୍ଷିତ ଥିବା ସ୍ପଷ୍ଟ ହୋଇଛି ।

ପଢନ୍ତୁ ଏହି ଖବର: ଘରେ ପୁଳାପୁଳା ଟଙ୍କା; ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ନଗଦ ୨.୯୮ ଲକ୍ଷ ଜବତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଲୁଟ ଉଦ୍ୟମର ଟେର ପାଇଲାନି ପୋଲିସ
ତେବେ ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଦୁର୍ବୃତ୍ତ ଜଣକ ଏଟିଏମ୍ ଭାଙ୍ଗୁଥିଲେ ବି ପୋଲିସ କେମିତି କିଛି ଜାଣିପାରିଲାନି, ତାହାକୁ ନେଇ ପ୍ରଶ୍ନ ଉଠିଛି । ପୋଲିସର ଢିଲା ନାଇଟ୍ ପେଟ୍ରୋଲିଂ ଯୋଗୁଁ ଅପରାଧୀମାନେ ଏଭଳି ସାହସ ଦେଖାଉଥିବା ନେଇ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡିଛି ।