2 Crore Kidnap Case / ଅପହରଣକୁ ୫ ଦିନ, ବାହାର ରାଜ୍ୟରେ ଛାନଭିନ୍ ସତ୍ତ୍ଵେ ମିଳୁନି ପ୍ଲଟ୍ ବ୍ୟବସାୟୀଙ୍କ ପତ୍ତା
·2 hours ago·2 min read

Key Points
- ଦିନ ଗଡ଼ୁଛି, ସୁଧୀର ଅପହରଣର ସସପେନ୍ସ ବଢୁଛି
- ୫ ଦିନ ପରେ ବି ସୁଧୀରଙ୍କ ମିଳୁନି ପତ୍ତା
- ୨ କୋଟି ଟଙ୍କାର ପିଛା କରୁଥିବା ଅପହରଣକାରୀ କିଏ ?
ବ୍ରହ୍ମପୁର: ଦିନେ କି ଦୁଇଦିନ ନୁହେଁ, ବରଂ ୫ ଦିନ ବିତିଗଲାଣି ପ୍ଲଟ ବେପାରୀଙ୍କ ଅପହରଣକୁ । ପୋଲିସର ସ୍ୱତନ୍ତ୍ର ଟିମ୍ ରାଜ୍ୟ ବାହାରେ ଛାନଭିନ୍ କରୁଥିଲେ ବି ପରିଣାମ ଏବେ ସୁଦ୍ଧା ଶୂନ । ଦିନ ଯେତିକି ଗଡ଼ୁଛି, ଅପହରଣର ସସପେନ୍ସ ସେତିକି ବଢୁଛି। ଅପହରଣ ପଛରେ କିଏ ? କେଉଁଠି ଅଛନ୍ତି ଅପହରଣ ହୋଇଥିବା ସୁଧୀର ପାତ୍ର ?
ମିଳୁନି ସୁଧୀର ପାତ୍ରଙ୍କ କୌଣସି ଟେର୍ । ଅପହରଣର ରହସ୍ୟ ଖୋଲିବାକୁ ପୋଲିସ ଏବେ ବୈଷୟିକ ତଥ୍ୟର ସାହାରା ନେଇଛି । ସୁଧୀରଙ୍କ ସିଡିଆର ରିପୋର୍ଟ ଆଧାରରେ ଯେଉଁମାନେ ଶେଷ ସମୟରେ ତାଙ୍କ ସହ କଥା ହୋଇଥିଲେ, ସେମାନଙ୍କୁ ଡାକି ଜେରା କରାଯାଉଛି ।
ଏଥିସହ ପଢ଼ନ୍ତୁ: ପ୍ଲଟ୍ ବ୍ୟବସାୟୀଙ୍କ ଅପହରଣର ୩ ଦିନ ପରେ ବି ମିଳୁନି ପତ୍ତା, ୮ଟି ପୋଲିସ ଟିମ୍ର ଛାନଭିନ୍
ବ୍ୟାଙ୍କରୁ ସୁଧୀରଙ୍କ ଅର୍ଥ ନେଣଦେଣର ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି । ଘଟଣାସ୍ଥଳରୁ ତାଙ୍କ ବାଇକ୍ ଉଦ୍ଧାର ହେବା ପରେ ଅପହରଣକାରୀମାନେ ତାଙ୍କୁ କୌଣସି ବଡ଼ ଗ୍ୟାଙ୍ଗ ମାଧ୍ୟମରେ ରାଜ୍ୟ ବାହାରକୁ ନେଇଯାଇଥିବା ସନ୍ଦେହ କରାଯାଉଛି ।
ବ୍ରହ୍ମପୁର ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ଗାଁର ଜମି ବ୍ୟବସାୟୀ ସୁଧୀର କୁମାର ପାତ୍ର । ଗତ ବୁଧବାର ସନ୍ଧ୍ୟାରେ ଭାବିନାରାୟଣପୁରରୁ ଭଲିବଲ୍ ଖେଳି ଘରକୁ ଫେରୁଥିବା ବେଳେ ମାଣ୍ଡିଆପଲ୍ଲୀ ରାସ୍ତାରେ ତାଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।
ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ କାଟିଦେଲା ଯମଜ ଝିଅଙ୍କ ତଣ୍ଟି; ପୁଣି ପୋଲିସକୁ ଫୋନ୍ କରି କହିଲା...
ସେହିଦିନ ରାତିରେ ସୁଧୀରଙ୍କ ପତ୍ନୀଙ୍କ ହ୍ଵାଟ୍ସଆପ୍କୁ ଏକ କଲ୍ ଆସିଥିଲା । ସ୍ଵାମୀଙ୍କୁ ମୁକ୍ତ କରିବାକୁ ହେଲେ ୨ କୋଟି ଟଙ୍କା ଦେବାକୁ ପଡ଼ିବ, ନଚେତ୍ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ ଦୁର୍ବୃତ୍ତ ।
ଏହା ପରେ ପୋଲିସ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ପଚରାଉଚରା କରିଛି । ବ୍ରହ୍ମପୁର ଓ ଗଞ୍ଜାମ ପୋଲିସର ୮ଟି ସ୍ୱତନ୍ତ୍ର ଟିମ୍ ସୁଧୀରଙ୍କ ସନ୍ଧାନରେ ଲାଗିଥିଲେ ମଧ୍ୟ ସଫଳତା ମିଳିନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories