Videos
|
Crime

Bengaluru Fast Food Stall Clash / ମସଲାଯୁକ୍ତ ନୁଡୁଲ୍ ପାଇଁ ଗଣ୍ଡଗୋଳ; ଫାଷ୍ଟଫୁଡ୍ ଦୋକାନ କର୍ମଚାରୀଙ୍କ ଉପରେ ଆକ୍ରମଣ

Subhramjit Ray
Browse all articles by Subhramjit Ray
·1 hour ago·2 min read
ମସଲାଯୁକ୍ତ ନୁଡୁଲ୍ ପାଇଁ ଗଣ୍ଡଗୋଳ; ଫାଷ୍ଟଫୁଡ୍ ଦୋକାନ କର୍ମଚାରୀଙ୍କ ଉପରେ ଆକ୍ରମଣ
Bengaluru Fast Food Stall Clash

Key Points

ବେଙ୍ଗାଲୁରୁ ଇଲେକ୍ଟ୍ରୋନିକ୍ ସିଟି ଅଞ୍ଚଳରେ ମସଲାଯୁକ୍ତ ନୁଡୁଲ୍ ପାଇଁ ଏକ ଉଗ୍ର ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ୩ ଜଣ ମଦ୍ୟପ ବ୍ୟକ୍ତି ଏକ ଫାଷ୍ଟଫୁଡ୍ ଦୋକାନର ୩ ଜଣ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।
ସାମାନ୍ୟ କଥାକୁ ନେଇ ହାତାହାତି ହୋଇଛନ୍ତିଫାଷ୍ଟଫୁଡ୍ ଦୋକାନ କର୍ମଚାରୀ-ଗ୍ରାହକ। ବେଙ୍ଗାଲୁରୁ ଇଲେକ୍ଟ୍ରୋନିକ୍ ସିଟି ନିକଟରେ ମସଲାଯୁକ୍ତ ନୁଡୁଲ୍ସ୍ ପାଇଁ ସୃଷ୍ଟି ହୋଇଥିବା ହିଂସାତ୍ମକ ଘଟଣାରେ ପରିଣତ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ନିର୍ଘାତ ମାଡ଼ ମରା ଯାଇଥିବାର ଖବର ଆସିଛି। ସମ୍ପୂର୍ଣ୍ଣ ଘଟଣାର ଏକ ଭିଡି଼ଓ ସୋସିଆଲ ମିଡି଼ଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଗତ ଗୁରୁବାର (ଅକ୍ଟୋବର ୨୯) ରାତିରେ ଇଲେକ୍ଟ୍ରୋନିକ୍ ସିଟି ନିକଟସ୍ଥ ଡୋଡ୍ଡାଥୋଗୁରୁ ଅଞ୍ଚଳରେ ଘଟିଛି।

ଆକ୍ରମଣର ଶୀକାର ହୋଇଥିବା ଲୋକଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ଆସାମର ବାସିନ୍ଦା। ସେମାନଙ୍କ ପରିଚୟ ହେଉଛି ଦୀପକ ଥାପା, ହେମା ଏବଂ ଲକ୍ଷ୍ମୀ ଲାମା। ଯେଉଁମାନେ ସ୍ଥାନୀୟ ଏକ ଏକ ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିଲେ। ଅନ୍ୟପଟେ ଏହି ୩ ଫାଷ୍ଟଫୁଡ୍ ଦୋକାନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ହେଉଛନ୍ତି ନାଗରାଜ, ଚନ୍ଦ୍ରୁ ଏବଂ ଦେବରାଜ। ଯେଉଁମାନେ ସ୍ଥାନୀୟ କୋଲ୍ଲେଗାଲା ଅଞ୍ଚଳର ବାସିନ୍ଦା।

ଏହା ସହ ପଢନ୍ତୁ: ବ୍ରେଡ୍ ପକୋଡ଼ା ଚଟଣିକୁ ନେଇ ମହାଭାରତ; ରାସ୍ତାରେ ମୁହାଁମୁହିଁ ହେଲେ ୨ ଗୋଷ୍ଠୀ

ଆକ୍ରମଣ କରିବା ବେଳେ ନିଶାସକ୍ତ ଅବସ୍ଥାରେ ରହିଥିଲେ ଅଭିଯୁକ୍ତ
ରିପୋର୍ଟ ଅନୁସାରେ ଫାଷ୍ଟଫୁଡ୍ ଦୋକାନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ମଦ୍ୟପାନ କରିଥିଲେ। ସେମାନେ ନୁଡୁଲ୍ ଖାଇବାକୁ ଫାଷ୍ଟଫୁଡ୍ ଦୋକାନକୁ ଆସିଥିଲେ। ହେଲେ ନୁଡୁଲ୍ ଅତ୍ୟଧିକ ମସଲାଯୁକ୍ତ (ରାଗ) ହେବାକୁ ନେଇ ସେମାନେ ଦୋକାନ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ବଢ଼ିବା ସହ ସେମାନେ ଦୋକାନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ।

ରିପୋର୍ଟ ହୋଇଛି ଯେ ଆକ୍ରମଣକାରୀ ୩ ଅଭିଯୁକ୍ତ, ସେହି ୩ ଫାଷ୍ଟଫୁଡ୍ ଦୋକାନ କର୍ମଚାରୀଙ୍କୁ ତଳେ ପକାଇ ମାଡ଼ ମାରିଥିଲେ। ସେମାନଙ୍କୁ ସେମାନେ ବାରମ୍ବାର ମାଡ଼ ମାରି ଚାଲିଥିଲେ। ଯେତେବେଳେ ଜଣେ ଯୁବକ ଦୋକାନ କର୍ମଚାରୀଙ୍କୁ ରକ୍ଷା କରିବାକୁ ଦୌଡ଼ି ଆସିଥିଲେ,ସେତେବେଳେ ଆକ୍ରମଣକାରୀ ତାଙ୍କୁ ପିଛା କରିବା ସହ ମାଡ଼ି ମାରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ସମ୍ପୂର୍ଣ୍ଣ ଘଟଣାକ୍ରମକୁ ନିଜ ନିଜରକ ମୋବାଇଲ୍ ରେ କଏଦ କରିଥିଲେ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ, ଫାଷ୍ଟଫୁଡ୍ ଦୋକାନ କର୍ମଚାରୀଙ୍କୁ ରାସ୍ତା ମଝିରେ ଘେରିଯିବା ସହ ସେମାନଙ୍କୁ ମାଡ଼ ମରାଯାଉଛି। ଘଟଣା ପରେ ପୀଡିତ ଇଲେକ୍ଟ୍ରୋନିକ୍ ସିଟି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛି। ମୋବାଇଲ୍ ଭିଡିଓ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ବୟାନ ଆଧାରରେ ଅଧିକ ତଦନ୍ତ କରାଯାଉଥିବ ପୋଲିସ କହିଛି।