Bengaluru Mobile Theft Case / ମୋବାଇଲ୍ ଫୋନ୍ ଛଡ଼ାଇ ହୋଇ ଯାଉଥିଲେ ଫେରାର; ଆଉ ଅଚାନକ ରାସ୍ତାରେ ଆସିଗଲା ମୃତ୍ୟୁ
·2 months ago·3 min read

Key Points
ଜଣେ ବ୍ୟକ୍ତିଙ୍କୁ ତାଙ୍କ ଜୀବନରେ ନିଜର କର୍ମଫଳ ଭୋଗିବାକୁ ପଡ଼ିଥାଏ। ଯାହାର ଉଦହାରଣ ବେଙ୍ଗାଲୁରୁର ଜଣେ ମୋବାଇଲ୍ ଚୋରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।
Bengaluru mobile snatching case: ବେଙ୍ଗାଲୁରୁରେ ମୋବାଇଲ୍ ଫୋନ୍ ଛଡ଼ାଇ ନେବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ପଥଚାରୀଙ୍କ ମୋବାଇଲ୍ ଛଡ଼ାଇ ନେଇ ପଳାଉଥିବା ଜଣେ ଚୋର ହଠାତ୍ ହୃଦଘାତର ଶିକାର ହୋଇ ନିଜ କରିଥିବା କର୍ମ ପାଇଁ ଦଣ୍ଡ ପାଇଛି। ମୃତକ ଚୋର ଜଣେ ହୃଦରୋଗୀ ବୋଲି କୁହାଯାଉଛି, ଯିଏ ନିଜର ଜଣେ ସହଯୋଗୀଙ୍କ ସହିତ ମୋବାଇଲ୍ ଛଡ଼ାଇ ପଳାଇ ଯିବାକୁ ଚେଷ୍ଟା କରିଥିଲା। ହେଲେ ଫେରାର ହୋଇଯିବା ସମୟରେ ସେ ଦୁର୍ଘଟଣାର ଶୀକାର ହେବା ପରେ ପ୍ରାଣ ହରାଇଥିଲା।
ମୃତକ ମୋବାଇଲ ଚୋର ନାଁ ହେଉଛି ଜୁନୈଦ। ପ୍ରଥମ ଥର ପାଇଁ ଚୋରି କରିବାକୁ ଚେଷ୍ଟା କରୁଥିବା ୧୮ ବର୍ଷୀୟ ଜୁନୈଦ ଧରା ପଡ଼ିବା ଯୋଗୁଁ ଭୟଭୀତ ହୋଇ ପଡ଼ିଥିଲେ। ମୋବାଇଲ ଛଡ଼ାଇ ଫେରାର ହୋଇଯିବାକୁ ଚେଷ୍ଟା କରିବା ସମୟରେ ଜଣେ ପଥଚାରୀ ରାସ୍ତାରେ ତାଙ୍କ ସାମ୍ନାକୁ ଆସି ଯାଇଥିଲେ। ଯାହାର ପରିଣାମ ସ୍ୱରୂପ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ, ମୃତକ ଜଣଙ୍କ ପ୍ରାୟ ୨୫୦ ମିଟର ପର୍ଯ୍ୟନ୍ତ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ପରେ ପୁଣି ଥରେ ପଡ଼ିଯିବା ପରେ ସେ ଆଉ ଉଠି ପାରିନଥିଲେ। ଯାହାର ପରିଣାମ ସ୍ୱରୂପ ଚାଙ୍କର ଘଟଣାସ୍ଥଳରେ ଯନ୍ତ୍ରଣାଦାୟକ ଦାୟକ ମୃତ୍ୟୁ ହୋଇଥିଲା।
ମୃତକ ଚୋରକୁ ରାସ୍ତାରେ ଅଟକାଇ ଦେଇଥିଲେ ଜଣେ ଶ୍ରମିକ
ଏହି ମୋବାଇଲ ଚୋରି ଘଟଣା ବେଙ୍ଗାଲୁରୁର ସବୁଠାରୁ ବ୍ୟସ୍ତବହୁଳ ଅଞ୍ଚଳ କ୍ୟୁବୋନପେଟ ଠାରେ ଘଟିଛି। ଏହି ଘଟଣାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ୨ ଜଣ ଯୁବକ ଏକ ବାଇକ୍ ନେଇ ଆସି ଜଣେ ପଥଚାରୀଙ୍କୁ ପିଛା କରୁଛନ୍ତି। ଦେଖୁଦେଖୁ ସେମାନେ ସେହି ପଥଚାରୀଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେବା ସହ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କରୁଛନ୍ତି। ପଥଚାରୀଙ୍କ ଚିତ୍କାର ଶୁଣି ଲୋକ ସେମାନଙ୍କୁ ପିଛା କରୁଛନ୍ତି। ଉଭୟେ ବାଇକ୍ ନେଇ ପଳାୟନ କରୁଥିବା ଶୁଣିବା ପରେ ସେହି ରାସ୍ତାରେ ଯାଉଥିବା ଜଣେ ଶ୍ରମିକ ମୃତକ ଜୁନୈଦଙ୍କ ଗାଡ଼ିକୁ, ମୁଣ୍ଡରେ ବୋହୁଥିବା ଏକ ବସ୍ତାରେ ଧକ୍କା ଦେଇଥିଲେ। ଯାହା ଫଳରେ ଉଭୟ ମୋବାଇଲ ଚୋର ରାସ୍ତାରେ ପଡ଼ି ଯାଇଥିଲେ।
ଏହା ସହା ପଢନ୍ତୁ: ଥାନାରୁ ମାଙ୍କଡ଼ ଚୋରାଇନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା; ଆଉ ତାପରେ...
ଫୁଟପାଥ୍ ଉପରେ ଦୌଡ଼ିବା ସମୟରେ ହଠାତ୍ ତଳେ ପଡ଼ିଯିବା ପରେ ପ୍ରାଣ ହରାଇଥିଲା ଜୁନୈଦ
ପୋଲିସ କହିବା ଅନୁଯାୟୀ ସେହି ଶ୍ରମିକ ଜଣଙ୍କ, ଉଭୟଙ୍କୁ ସେ ବୋହୁଥିବା ବସ୍ତାରେ ଧକ୍କା ଦେବା ପରେ ଉଭୟେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଏହା ପରେ ଉଭୟେ ପାଦରେ ଦୌଡ଼ିବା ଆରମ୍ଭ କରି ଦେଇଥିଲେ। ହେଲେ ପ୍ରାୟ ପ୍ରାୟ ୨୫୦ ମିଟର ପର୍ଯ୍ୟନ୍ତ ଦୌଡ଼ିବା ପରେ ଜୁନୈଦ ହଠାତ୍ ଫୁଟପାଥ୍ ଉପରେ ପଡ଼ିଯାଇଥିଲେ। ଯାହା ଫଳରେ ତାଙ୍କର ତତକ୍ଷଣାତ୍ ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ ମୃତକ ଜୁନୈଦଙ୍କ କୌଣସି ଅପରାଧିକ ଇତିହାସ ନଥିଲା। ହେଲେ ତାଙ୍କ ସାଥୀ ଅରବାଜଙ୍କ ପୂର୍ବରୁ ଅପରାଧିକ ରେକର୍ଡ଼ ରହିବା ସହିତ ସେ ଜଣେ ଅଭ୍ୟାସଗତ ଅପରାଧି ରହିଥିଲେ। ପରେ ଅରବାଜଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜୁନୈଦଙ୍କ ପିତାମାତାଙ୍କ ଅନୁଯାୟୀ, ମୃତକ ଜଣେ ହୃଦରୋଗୀ ଥିଲେ ଏବଂ ତାଙ୍କର ଏକ କରୋନାରୀ ଷ୍ଟେଣ୍ଟ (ଏକ ଧାତୁ ତାର ଜାଲି ଟ୍ୟୁବ୍ ଯାହା ବନ୍ଦ ହୋଇ ପଡ଼ିଥିବା ହୃଦୟ ନଳୀକୁ ଖୋଲା ରଖିବା ପାଇଁ ବ୍ୟବହାର କରାଯାଏ) ଥିଲା। ଯାହା ଦୌଡ଼ିବା ସମୟରେ ପଡ଼ିଯିବା ପରେ ତାଙ୍କର ମୃତ୍ୟୁର କାରଣ ହୋଇଥାଇପାରେ। ପୋଲିସ ଜୁନୈଦର ମୃତ୍ୟୁକୁ ଅପ୍ରାକୃତିକ ମୃତ୍ୟୁ ମାମଲା ଭାବରେ ପଞ୍ଜୀକୃତ କରିଛି।
ନିଜର କର୍ମଫଳ ଭୋଗିଛି ଜୁନୈଦ: ସୋସିଆଲ ମିଡ଼ିଆ ୟୁଜର
ଏହି ଘଟଣାର ଭିଡ଼ିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆ ୟୁଜର ମୋବାଇଲ ଘଟଣାକୁ ନେଇ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ସୋସିଆଲ ମିଡିଆ ୟୁଜର ଜୁନୈଦର ମୃତ୍ୟୁକୁ ତାହାର କର୍ମ ଫଳ ବୋଲି କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ଯଦି ଅପରାଧ କରୁଥିବା ଲୋକଙ୍କ ସହିତ ଅଧିକାଂଶ କ୍ଷେତ୍ରରେ ଏପରି ଘଟଣା ଘଟେ, ତାହେଲେ କର୍ମ ଉପରେ ଲୋକଙ୍କ ବିଶ୍ୱାସ ମଜବୁତ ହେବ। ଅନ୍ୟ ଜଣେ ୟୁଜର କହିଛନ୍ତି, "ସେ କେବଳ ନିଜର ହୃଦରୋଗ ଯୋଗୁଁ ଚୋର ହୋଇଗଲେ। ଆସନ୍ତୁ ଏହା ଉପରେ ଏକ ଫିଲ୍ମ ତିଆରି କରିବା।

Related Topics
Explore more stories