Encounter / ବାଲେଶ୍ଵରରୁ ଆସି ଭଦ୍ରକରେ ଡକାୟତି ଯୋଜନା; ବୁଦ୍ଧିଆକୁ ଗୁଳି କଲା ପୋଲିସ
·3 months ago·2 min read

Key Points
ପୋଲିସକୁ ଦେଖି କମଳାକାନ୍ତ ହଠାତ ଅତର୍କିତ ଭାବେ ୪ ରାଉଣ୍ଡ ଗୁଳି ଚାଳନା କରିଥିଲା । ଆତ୍ମରକ୍ଷା କରିବାକୁ ଯାଇ ପୋଲିସ ଚଳାଇଥିଲା ପାଲଟା ଗୁଳି ।
ଭଦ୍ରକ: ଡକାୟତି ଯୋଜନା କରୁଥିଲ । ବିଳମ୍ବିତ ରାତିରେ କରିଥାନ୍ତେ ସଶସ୍ତ୍ର ଡକାୟତି । ତା' ପୂର୍ବରୁ ସକ୍ରିୟ ହେଲା ପୋଲିସ । ଦୁର୍ଦ୍ଦାନ୍ତ ବୁଦ୍ଧିଆକୁ କଲା ଏନ୍କାଉଣ୍ଟର । ଚରମ୍ପ ମାଲ ଗୋଦାମ ଅଞ୍ଚଳରେ ଏନକାଉଣ୍ଟର୍ କରିଛି ଭଦ୍ରକ ଟାଉନ୍ ଥାନା ପୋଲିସ । ବୁଦ୍ଧିଆର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ବାଲେଶ୍ୱର ଜିଲ୍ଲା ସୋର ତୁଡ଼ି ଗଡ଼ିଆ ଅଞ୍ଚଳର ବୁଦ୍ଧିଆ ଓରଫ କମଳାକାନ୍ତ ଦାସ । ବିଳମ୍ବିତ ରାତିରେ ବୁଦ୍ଧିଆ ଓରଫ୍ କମଳାକାନ୍ତ ତାର ସହଯୋଗୀଙ୍କ ସହ ବିଭିନ୍ନ ମାରଣାସ୍ତ୍ର ଓ ବନ୍ଧୁକ ଧରି ଡକାୟତି ଯୋଜନା କରୁଥିଲା । ଚରମ୍ପା ମାଲ ଗୋଦାମ ଅଞ୍ଚଳରେ ଡକାୟତି ଯୋଜନା ବେଳେ ଖବର ପାଇଥିଲା ଭଦ୍ରକ ଟାଉନ୍ ଥାନା ପୋଲିସ ।
ଏଥିସହ ପଢ଼ନ୍ତୁ: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...
ତତ୍କ୍ଷଣାତ ଭଦ୍ରକ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ଵରେ ପୋଲିସ ଟିମ୍ ମାଲ ଗୋଦାମ ରୋଡ୍ରେ ପହଞ୍ଚିଥିଲା । ପୋଲିସକୁ ଦେଖି କମଳାକାନ୍ତ ହଠାତ ଅତର୍କିତ ଭାବେ ୪ ରାଉଣ୍ଡ ଗୁଳି ଚାଳନା କରିଥିଲା । ଆତ୍ମରକ୍ଷା କରିବାକୁ ଯାଇ ପୋଲିସ ଚଳାଇଥିଲା ପାଲଟା ଗୁଳି । ପୋଲିସ ଗୁଳି ବାଜିଥିଲା ବୁଦ୍ଧିଆର ଡାହାଣ ଗୋଡ଼ରେ ।
ଏନ୍କାଉଣ୍ଟର ପରେ ବୁଦ୍ଧିଆ ଖସିବାରେ ବିଫଳ ହୋଇଥିବା ବେଳେ କୌଶଳ କ୍ରମେ ଖସି ପଳାଇଛି ସହଯୋଗୀ । ପୋଲିସ ଏନ୍କାଉଣ୍ଟର ସ୍ଥଳରୁ ବୁଦ୍ଧିଆ ଗୁଳି କରିଥିବା ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି । ଗୁରୁତର ବୁଦ୍ଧିଆକୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯିବ ।
ଏଥିସହ ପଢ଼ନ୍ତୁ: ବିବାହକୁ ୬ ମାସ; ନିଜେ ପୋଛିଦେଲା ମଥା ସିନ୍ଦୂର, ଶୋଇଥିବା ବେଳେ ଚିପି ଦେଲା ସ୍ଵାମୀ ତଣ୍ଟି !
ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଚୋରି, ଛିନତାଇ ଓ ଆକ୍ରମଣ ଘଟଣାରେ ସମ୍ପୃକ୍ତ । ତା ନାଁରେ ବାଲେଶ୍ଵର, ସୋର ଓ ଭଦ୍ରକ ଆଦି ଥାନାରେ ରହିଛି ୧୪ରୁ ଅଧିକ ଡକାୟତି ମାମଲା । ବୁଦ୍ଧିଆର ସହଯୋଗୀ ଖସି ପଳାଇଥିବା ବେଳେ ପୋଲିସ ତାକୁ ଧରିବାକୁ ପ୍ରୟାସ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories