Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫିଲ୍ମ ଷ୍ଚାଇଲ୍‌ରେ ସହର ମଧ୍ୟରୁ ଅପହରଣ; ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

Crime

Kidnapping / ଫିଲ୍ମ ଷ୍ଚାଇଲ୍‌ରେ ସହର ମଧ୍ୟରୁ ଅପହରଣ; ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ଫିଲ୍ମ ଷ୍ଚାଇଲ୍‌ରେ ସହର ମଧ୍ୟରୁ ଅପହରଣ; ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ
Daylight Abduction in Bhadrak

Key Points

ସହର ଭିତରୁ ଅପହରଣ । ବୋଲେରୋରେ ବ୍ରହ୍ମପୁରରୁ ଆସିଲେ, ଭଦ୍ରକରୁ ଟେକି ନେଲେ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ ହୋଇଥିବା ବେଳେ ଧରି ନେଇଛି ପୋଲିସ ।
ଭଦ୍ରକ: ବୋଲେରୋରେ ଆସିଲେ, ସହର ଭିତରେ ପଶିଲେ । ଆଉ ଦେଖୁ ଦେଖୁ ରାସ୍ତା ମଝିରେ ଗାଡ଼ି ଅଟକାଇ ଟେକିନେଲେ । ପୂରା ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ । ଦୁର୍ବୃତ୍ତଙ୍କୁ ପିଛା କରି ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । ଏଭଳି ଅପରାଧ ଘଟିଛି ଭଦ୍ରକ ସହରରେ ।

ମେ ୪ ତାରିଖ, ରବିବାର । ସବୁଦିନ ଭଳି ଆଜି ବି ଚଳଚଞ୍ଚଳ ଥିଲା ଭଦ୍ରକର ସହର । ଗାଡ଼ି ମୋଟରର ଧାଁ ଧଉଡ଼ ଭିତରେ ଯିଏ ଯାହା ରାସ୍ତାରେ ଯାଉଥିଲେ । ସକାଳ ୧୦ଟା ବାଜି ୪୦ ମିନିଟ୍ । ଟାଉନ୍ ଥାନାର ପୋଷ୍ଟ ଅଫିସ୍ ଛକ ନିକଟରେ ଏକ ବୋଲେରୋ ଆସି ଅଟକି ଥିଲା ।

ଏଥିସହ ପଢ଼ନ୍ତୁ: ପୁଣି ଲଜ୍ଜା; ଭିନ୍ନକ୍ଷମ ନାତୁଣୀକୁ ଗର୍ଭବତୀ କରି ୭୦ ବର୍ଷର ଅଜା ଗିରଫ 

ଆଉ ଗାଡ଼ି ଭିତରୁ ୫ ଜଣ ଯୁବକ ବାହାରି ଜଣଙ୍କୁ ଜୋର୍ ଜବରଦସ୍ତି ଟେକି ନେଲେ । ଖବର ପାଇ ପୋଲିସ ବୋଲେରୋର ପିଛା କଲା । ବାରିକପୁର ଛକରେ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ଭଦ୍ରକ ଚାଉନ ଥାନ ପୋଲିସ । ଥାନାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

କାହିଁକି ଅପହରଣ ଉଦ୍ୟମ ?

ମିଳିଥିବା ସୂଚନା ଅନୁସାରେ, ଅପହରଣକାରୀ ମାନେ ଗଞ୍ଜାମ ଜିଲ୍ଲାର । ସେମାନେ କଟକ ଜିଲ୍ଲା ତିରିଗିଆ ପାଞ୍ଚପଡ଼ା ଅଞ୍ଚଳର ପ୍ରସନ୍ନ ପ୍ରଧାନଙ୍କୁ ଅପହରଣ କରି ନେଉଥିଲେ । କଟକର ପ୍ରସନ୍ନ ଏବେ ଭଦ୍ରକ ସହରାଞ୍ଚଳ ଥାନା କୁଆଁସରେ ଘର ଭଡ଼ା ନେଇ ରହୁଛନ୍ତି ।

ଟଙ୍କା ଧାର ଆଣି ଶୁଝିନଥିଲେ

ଅଭିଯୋଗ ଅନୁସାରେ, ପ୍ରସନ୍ନ କାଜୁ ଚାଷ କରିବା ଲାଗି ବ୍ରହ୍ମପୁରର କିଛି ଲୋକଙ୍କ ଠାରୁ ଟଙ୍କା ଧାର ଆଣିଥିଲେ । ତେବେ କରଜ ଆଣିଥିବା ଟଙ୍କାକୁ ଫେରସ୍ତ କରି ପାରି ନଥିଲେ ପ୍ରସନ୍ନ ପ୍ରଧାନ । ସେପଟେ ପ୍ରସନ୍ନଙ୍କ ଠାରୁ ଟଙ୍କା ନ ପାଇ ସେମାନେ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ ।

ଏଥିସହ ପଢ଼ନ୍ତୁ: ବନ୍ଧୁକ ମୁନରେ ଲୁଟିଲେ ୬୦ ମଇଁଷି, ମାଡ଼ି ବସିଲା ଡ୍ରୋନ୍ କ୍ୟାମେରା 

ପ୍ରସନ୍ନ ଭଦ୍ରକରେ ରହୁଥିବା ଖବର ପାଇ ଅପହରଣ ଯୋଜନା କରିଥିଲେ ବ୍ରହ୍ମପୁରର ଟଙ୍କା ଦେଇଥିବା କିଛି ଯୁବକ । ଯୋଜନା ଅନୁସାରେ, ରବିବାର ବୋଲେରୋ ଆସି ପୋଷ୍ଟ ଅଫିସ୍ ନିକଟରେ ଛକି ରହିଥିଲେ ।

ପ୍ରସନ୍ନ ପନିପରିବା କିଣି ସେହି ରାସ୍ତାରେ ଯିବା ବେଳେ ଫିଲ୍ମ ଷ୍ଟାଇଲ୍‌ରେ ଅପହରଣ କରି ପଳାଉଥିଲେ । ଟାଉନ ଥାନା ପୋଲିସ ଖବର ପାଇ ବୋଲେରୋର ପିଛା କରି ପ୍ରସନ୍ନଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Film-Style Kidnapping in Bhadrak, Police Chase and Rescue Victim | Argus News | Argus News