Crime In Odisha / ସ୍କୁଲ୍ ଛାତ୍ରୀଙ୍କ ଉପରେ ଢାଳି ଦେଲା ପେଟ୍ରୋଲ୍; ନିଆଁ ଲଗାଇବା ପୂର୍ବରୁ ଧରି ଛେଚିଲେ ଲୋକେ
·1 hour ago·2 min read

Key Points
ଗୋଟିଏ ନୁହେଁ ଦୁଇଟି ବିବାହ କରିଥିଲେ । ତଥାପି ଏକତରଫା ଭାବେ ଦଶମ ଛାତ୍ରୀଙ୍କୁ ପ୍ରେମ କରୁଥିଲେ । ଛାତ୍ରୀ ଜଣଙ୍କ ରାଜି ନହେବାରୁ ମାରିଦେବାକୁ ଉଦ୍ୟମ କରିବା ବେଳେ ଧରି ନେଇଛନ୍ତି ସ୍ଥାନୀୟ ଲୋକେ ।
ଧାମନଗର (ଭଦ୍ରକ): ବାହା ହୋଇଥିଲା, କିନ୍ତୁ ମନ ଅନ୍ୟଠି ଥିଲା । ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ । ହେଲେ ଛାତ୍ରୀଙ୍କ ଜଣଙ୍କ ଅଗ୍ରାହ୍ୟ କରିବାରୁ ବିବାହିତ ପୁରୁଷ ଜଣଙ୍କ ସର୍ବସମ୍ମୁଖରେ ସବୁ ସୀମା ପାର୍ କରିଛନ୍ତି ।
ଛାତ୍ରୀ ଜଣଙ୍କ ମଙ୍ଗଳବାର ସ୍କୁଲ୍କୁ ଯାଉଥିବା ବେଳେ ବିବାହିତ ପୁରୁଷ ଜଣଙ୍କ ଛକି ରହିଥିଲେ । ଛାତ୍ରୀଙ୍କୁ ଅଟକାଇ ତାଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇବାକୁ ଯାଉଥିଲେ । ସେହି ସମୟରେ ଛାତ୍ରୀଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ ସ୍ଥାନୀୟ ଲୋକେ । ଫଳରେ ବଞ୍ଚି ଯାଇଛି ଛାତ୍ରୀ ଜଣଙ୍କ ଜୀବନ ।
ଏଥିସହ ପଢ଼ନ୍ତୁ: ୫ ବର୍ଷ ପରେ କନ୍ୟାକୁମାରୀରୁ ଧରାପଡ଼ିଲେ ଦମ୍ପତି; ଓଡ଼ିଶାରୁ କରିଥିଲେ ସୁନା ଚୋରି
ଅମାନବିକତା ଓ ଯୁବକଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ । ଧୂଷୁରୀ ଥାନା ଫତେପୁର ପଞ୍ଚାୟତ ଲେଜରା ଛକରେ ଏହି ଅଘଟଣ ଘଟିଛି । ଦଶମ ଶ୍ରେଣରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ମଙ୍ଗଳବାର ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିଲେ ।
ସେହି ସମୟରେ ଛାତ୍ରୀ ଜଣଙ୍କୁ ଜଗି ରହିଥିଲେ ଏକତରଫା ପ୍ରେମ କରୁଥିବା ଯୁବକ ଜଣଙ୍କ । ଛାତ୍ରୀ ଜଣଙ୍କ ତାଙ୍କୁ ଅତିକ୍ରମ କରିବା ବେଳେ ଅଟକାଇ ଯୁବକ ତାଙ୍କ ଉପରେ ପେଟ୍ରୋଲ୍ ଢାଳି ଦେଇଥିଲେ । ଛାତ୍ରୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ଲୋକେ । ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନେଇଥିଲେ ।
ସ୍ଥାନୀୟ ଲୋକ ଛାତ୍ରୀଙ୍କୁ ଉଦ୍ଧାର କରି ଧୂଷୁରୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଉକ୍ତ ଯୁବକ ଦିଲୀପ ଜେନା ଓରଫ୍ ରାଜୁକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ରାଜୁ ମିସ୍ତ୍ରୀ କାମ କରୁଥିବା ବେଳେ ପୂର୍ବରୁ ୨ଟି ବିବାହ ମଧ୍ୟ କରିଛି । ଛାତ୍ରୀଙ୍କ ପରିବାରର ଏତଲା ଆଧାରରେ ପୋଲିସ ଛାନଭିନ୍ କରୁଛି ।
ଏଥିସହ ପଢ଼ନ୍ତୁ: ଘରେ ନଥିଲେ ସ୍ଵାମୀ; ଫେରିଲା ବେଳକୁ ମିଳିଲା ପତ୍ନୀ ଓ ଝିଅର ମୃତଦେହ
ପ୍ରତ୍ୟକ୍ଷ ଦର୍ଶୀଙ୍କ ଅନୁସାରେ, "ଆମ ଗାଁ ପାଖର ଝିଅଟି ସ୍କୁଲ୍ ଯାଉଥିବା ବେଳେ ଯୁବକ ଅଟକାଇ ଥିଲେ । ଝିଅଟିର ସାଇକେଲ୍ ଅଟକାଇ ପ୍ରଥମେ ଚାପୁଡ଼ା ମାରିଥିଲେ ଯୁବକ ଜଣଙ୍କ । ତା ପରେ ପେଟ୍ରୋଲ୍ ଢାଳି ଦେଇଥିଲେ ଛାତ୍ରୀଙ୍କ ଦେହ ଉପରେ । ନିଆଁ ଲଗାଇବା ପୂର୍ବରୁ ଆମେ ଯୁବକଙ୍କୁ ଧରି ନେଇଥିଲୁ ।" ଏଭଳି ଭାବେ ଛାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories