Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଘରେ ନଥିଲେ ସ୍ଵାମୀ; ଫେରିଲା ବେଳକୁ ମିଳିଲା ପତ୍ନୀ ଓ ଝିଅର ମୃତଦେହ

Crime

Double Murder / ଘରେ ନଥିଲେ ସ୍ଵାମୀ; ଫେରିଲା ବେଳକୁ ମିଳିଲା ପତ୍ନୀ ଓ ଝିଅର ମୃତଦେହ

Sushanta Sahoo
Browse all articles by Sushanta Sahoo
·1 day ago·2 min read
ଘରେ ନଥିଲେ ସ୍ଵାମୀ; ଫେରିଲା ବେଳକୁ ମିଳିଲା ପତ୍ନୀ ଓ ଝିଅର ମୃତଦେହ
Mother, Daughter Found Dead

Key Points

ସ୍ଵାମୀ ନଥିବାର ସୁଯୋଗ ନେଇ ମାଆ, ଝିଅଙ୍କୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ଡକେଇପାଳ ଗାଁରେ ମାଆ, ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆସିଛି ।
କରଞ୍ଜିଆ (ମୟୂରଭଞ୍ଜ): ଡକେଇପାଳରେ ଡବଲ୍ ମର୍ଡର । ସ୍ଵାମୀ ନଥିବାର ସୁଯୋଗ ନେଇ ମାଆ, ଝିଅଙ୍କୁ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ଡକେଇପାଳ ଗାଁରେ ମାଆ, ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆସିଛି ।

ଶନିବାର ଡକେଇପାଳ ଗାଁରୁ ମିଳିଛି ମାଆ, ଝିଅଙ୍କ ରକ୍ତାକ୍ତ ମୃତଦେହ । ସୂଚନା ଅନୁସାରେ, ଡକେଇପାଳ ମୁକ୍ତାଝରି ସାହିର ଚୈତନ୍ୟ ଶନିବାର ସକାଳେ କୋଦାଳ ପଜାଇବା ପାଇଁ ଶାଳକୁ ଯାଇଥିଲେ । ଶାଳରୁ ଫେରିବା ବେଳକୁ ଦିନ ୨ଟା ବାଜି ସାରିଥିଲା ।

ଏଥିସହ ପଢ଼ନ୍ତୁ: ଭାଗବତ କଥାରେ ସ୍ତ୍ରୀର ନାଚ ପାଇଁ ଉଜୁଡ଼ିଗଲା ପରିବାର 

ଘରକୁ ଚୈତନ୍ୟ ଫେରିବା ବେଳେ ବନ୍ଦ ରହିଥିଲା ସବୁ କବାଟ । ସ୍ତ୍ରୀ ଓ ଝିଅକୁ ଚୈତନ୍ୟ ଡାକିଥିଲେ ବି କେହି କିଛି ଉତ୍ତର ଦେଇ ନଥିଲେ । ଶୋଇବା ଘର ଭିତର ପଟୁ ବନ୍ଦ ରହିଥିଲା । ତେଣୁ ସିଡ଼ି ପକାଇ ସ୍କାଏ ଲାଇଟ୍ ପଟେ ଦେଖିଥିଲେ ଚୈତନ୍ୟ ।

ସେତେବେଳକୁ ସ୍ତ୍ରୀ ସୀତାମଣି ଟୁଡୁ ସହ ୮ ବର୍ଷର ଝିଅ ଆଖି ବୁଜି ସାରିଥିଲା । ତୁରନ୍ତ ଚୈତନ୍ୟ ଘର କବାଟ ଖୋଲି ପଶିଥିଲେ । ଝିଅର ବେକରୁ ଧାର ଧାର ରକ୍ତ ବୋହି ଯାଉଥିବା ବେଳେ ସ୍ତ୍ରୀ ସୀତାମଣିଙ୍କ ମୃତ୍ୟୁ ହୋଇ ସାରିଥିଲା ।

ମାଆ ଓ ଝିଅଙ୍କୁ ହତ୍ୟା କରାଯାଇଥିବା ଖବର ବ୍ୟାପି ଯାଇଥିଲା । ଖବର ପାଇ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, ମହୁଲଡିହା ଥାନା ଅଧିକାରୀ ତୁଷାର ନାୟକ ଆଦି ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ମହରମ୍‌ରେ ଔଷଧ ନାଁରେ ବାଣ୍ଟୁଥିଲେ ଜହର; ଟାର୍ଗେଟ୍‌ରେ ଥିଲେ ୧୫ ହଜାର ଲୋକ 

ପୋଲିସ ମୃତଦେହ ଦ୍ଵୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ କିଏ ଓ କାହିଁକି ମାଆ ଓ ଝିଅଙ୍କୁ ହତ୍ୟା କଲା ସ୍ପଷ୍ଟ ହୋଇ ପାରିନାହିଁ । ଶବ ବ୍ୟବଚ୍ଛେଦ ଓ ପୋଲିସର ତଦନ୍ତ ପରେ ହିଁ ଜଣାପଡ଼ିବ କେମିତି ଓ କେଉଁ ପରିସ୍ଥିତିରେ ମାଆ, ଝିଅଙ୍କ ମୃତ୍ୟୁ ହେଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored