Couple Arrested / ୫ ବର୍ଷ ପରେ କନ୍ୟାକୁମାରୀରୁ ଧରାପଡ଼ିଲେ ଦମ୍ପତି; ଓଡ଼ିଶାରୁ କରିଥିଲେ ସୁନା ଚୋରି
·1 hour ago·3 min read

Key Points
ଚୋରିକୁ ଇତି ମଧ୍ୟରେ ୫ ବର୍ଷ ବିତିଥିବା ବେଳେ ପୋଲିସକୁ ମିଳିଛି ସଫଳତା । ଚୋର ଦମ୍ପତିଙ୍କୁ ପୋଲିସ ତାମିଲନାଡ଼ୁର କନ୍ୟାକୁମାରୀରୁ ଗିରଫ କରିବାରେ ସଫଳ ହୋଇଛି ।
ମାଲକାନଗିରି: ବିଶ୍ଵାସ, ଭରସାରେ ଦେଇଥିଲେ ମିଠା ବିଷ । ହସ ହସ ଖୁସି ମୁହଁରେ ଆସିଥିଲେ । ସ୍ଵାମୀର ଚାକିରି ହୋଇଥିବା କହି ସମସ୍ତଙ୍କୁ ମିଠା ଖୁଆଇଲେ । ଆଉ ଅଚେତ୍ ହୋଇଯିବା ପରେ ୭୦୦ ଗ୍ରାମ ସୁନା, ନଗଦ ୨ ଲକ୍ଷ ଟଙ୍କା ସହ ଅନ୍ୟ ସାମଗ୍ରୀ ଚୋରି କରି ପଳାଇଥିଲେ କନ୍ୟାକୁମାରୀ ।
ଏହି ଚୋରିକୁ ଇତି ମଧ୍ୟରେ ୫ ବର୍ଷ ବିତିଥିବା ବେଳେ ପୋଲିସକୁ ମିଳିଛି ସଫଳତା । ଚୋର ଦମ୍ପତିଙ୍କୁ ପୋଲିସ ତାମିଲନାଡ଼ୁର କନ୍ୟାକୁମାରୀରୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨୦୦ ଗ୍ରାମ୍ ସୁନା ସହ ୨ଟି ଦେଶୀ ବନ୍ଧୁକ, ଲାପଟପ ସହ ଗୁଳି ଜବତ କରିଛି ମାଲକାନଗିରି ପୋଲିସ ।
ମାଲକାନଗିରି ଜିଲ୍ଲାର ସବୁଠାରୁ ବଡ଼ ଚର୍ଚ୍ଚିତ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି ମାଲକାନଗିରି ପୋଲିସ । ଲୁଚେରା ଦମ୍ପତିକୁ କନ୍ୟାକୁମାରୀରୁ ଗିରଫ କରାଯାଇଛି । ଲୁଟ୍ ଘଟଣାକୁ ୫ ବର୍ଷ ବିତିଥିବା ବେଳେ କନ୍ୟାକୁମାରୀରୁ ପୋଲିସ ଚୋର ଦମ୍ପତିଙ୍କୁ କାବୁ କରିବାରେ ସଫଳ ହୋଇଛି ।
ଏଥିସହ ପଢ଼ନ୍ତୁ: ଅବସରପ୍ରାପ୍ତ DIGଙ୍କ ୫୩ କୋଟିର ସମ୍ପତ୍ତି ଜବତ କଲା ED
୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ମାଲକାନଗିରିର ସୁନା ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିଲା । ବିଶ୍ବାସରେ ବିଷ ଦେଇ ବ୍ୟବସାୟୀଙ୍କ ଘରୁ ସମସ୍ତ ସୁନା ଲୁଟି କରି ନେବାରେ ସଫଳ ହୋଇଥିଲେ ଏହି ଲୁଟେରା ଦମ୍ପତି ।
ଭଡ଼ାଟିଆ ହୋଇ ଆସିଥିଲେ, ଲୁଟି ଚାଲିଗଲେ
ମାଲକାନଗିରିର ସୁନା ବ୍ୟବସାୟୀ ସୁବାସ ପଟିଲଙ୍କ ଘରେ ପହଞ୍ଚିଥିଲେ ଦମ୍ପତି । ଆନ୍ଧ୍ରପ୍ରଦେଶରୁ ଭଲ ପାଇ ଏଠାକୁ ଚାଲି ଆସିଥିବା କହି ଘର ଭଡ଼ା ପାଇଁ ସୁବାସଙ୍କ ନିକଟରେ ନେହୁରା ହୋଇଥିଲେ । ସୁବାସ ମଧ୍ୟ ସେମାନଙ୍କୁ ଘର ଖାଲିଥିବାରୁ ଭଡ଼ା ଦେଇଥିଲେ ।
ମାଡାସୁ ଜୋନ ପୋଲ ଓ ଇନ୍ତୁରୀ ଅରୁଣା ଘର ଭଡ଼ା ନେଇ ସୁବାସଙ୍କ ଘରେ ରହିଥିଲେ । ଦୁହେଁ ସୁବାସଙ୍କ ଘରେ ୩ ମାସ ରହିବା ସମୟରେ ସୁନା ଲୁଟ୍ ନେଇ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।
ଦମ୍ପତି ଆନ୍ଧ୍ରପ୍ରେଦଶର ଗୁଣ୍ଟୁର ଜିଲ୍ଲାର କାକାନି ଥାନା ଅନ୍ତର୍ଗତ କୁପ୍ପୁରାଭାରୁ ଗାଁର । ଲୁଟେରା ଦମ୍ପତି ଏତେ ଚାଲାକ ଥିଲେ ଯେ, ସେମାନେ କୌଣସି ଫୋନ୍ ବ୍ୟବହାର କରୁନଥିଲେ । ଫଳରେ ସେମାନଙ୍କୁ ଧରିବା ପୋଲିସ ପାଇଁ ଆହ୍ଵାନପୂର୍ଣ୍ଣ ଥିଲା ।
ଏଥିସହ ପଢ଼ନ୍ତୁ: ଭାଗବତ କଥାରେ ସ୍ତ୍ରୀର ନାଚ ପାଇଁ ଉଜୁଡ଼ିଗଲା ପରିବାର
ଦମ୍ପତିଙ୍କୁ ଧରିବାକୁ ପୋଲିସ ବାରମ୍ବାର ପ୍ରୟାସ କରି ବିଫଳ ହୋଇଥିଲା । କିନ୍ତୁ ସେମାନଙ୍କ ଗୋଟିଏ ଭୁଲ୍ ପୋଲିସକୁ ସେମାନଙ୍କ ବାବଦରେ ଅବଗତ କରାଇଲା । ଆଉ ଟେକ୍ନାକିଲ୍ ତଥ୍ୟକୁ ନେଇ ସାଇବର୍ ସେଲ୍ ଲୁଟେରା ଦମ୍ପତିଙ୍କୁ କନ୍ୟାକୁମାରୀରେ ରହୁଥିବା ଠାବ କରିଥିଲା ।
ମାଲକାନଗିରି ପୋଲିସ କନ୍ୟାକୁମାରୀ ପହଞ୍ଚି ଏହି ଲୁଟେରା ଦମ୍ପତିକୁ କାବୁ କରି ଆଣିଛି । ଆନ୍ଧ୍ରପ୍ରଦେଶରେ ଏମାନଙ୍କ ଏକାଧିକ ମାମଲା ମଧ୍ୟ ରହିଥିବା ଜଣାପଡ଼ିଛି । ଏବେ ବି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ୍ପି ବିନୋଦ ପାଟିଲ ।

୨୦୨୧ ମସିହା ମାର୍ଚ୍ଚ ୨ ତାରିଖ ଦିନ ଜୋନ ପୋଲ ଚାକିରି ପାଇଥିବା କହି ସୁବାସଙ୍କ ପରିବାର ସହ ସାହି ବାସିନ୍ଦାଙ୍କୁ ମିଠା ଖୁଆଇଥିଲେ । ମିଠା ଖାଇ ରାତିରେ ସମସ୍ତେ ଅଚେତ ହୋଇ ଯାଇଥିଲେ । ଆଉ ଏହି ସୁଯୋଗରେ ଲୁଟେରା ଦମ୍ପତି ସୁବାସଙ୍କ ଘରେ ପଶି ସମସ୍ତ ୭୦୦ ଗ୍ରାମ ସୁନା, ୨ ଲକ୍ଷ ଟଙ୍କା ନଗଦ ଓ ଅନ୍ୟ ସାମଗ୍ରୀ ଚୋରି କରି ନେଇ ଯାଇଥିଲେ ।Malkangiri Police achieves a major breakthrough in Case FIR No. 67/2021.The two absconding accused,Madasu John Paul & Inturi Aruna, have been apprehended in Kanyakumari,Tamil Nadu.Seizures include 200g gold, 2 pistols,9 live rounds,laptop,and a bike.Further recovery is underway. pic.twitter.com/GcgpXGXU6A
— SP Malkangiri (@spmalkangiri) June 29, 2026
ଦମ୍ପତି ଆନ୍ଧ୍ରପ୍ରେଦଶର ଗୁଣ୍ଟୁର ଜିଲ୍ଲାର କାକାନି ଥାନା ଅନ୍ତର୍ଗତ କୁପ୍ପୁରାଭାରୁ ଗାଁର । ଲୁଟେରା ଦମ୍ପତି ଏତେ ଚାଲାକ ଥିଲେ ଯେ, ସେମାନେ କୌଣସି ଫୋନ୍ ବ୍ୟବହାର କରୁନଥିଲେ । ଫଳରେ ସେମାନଙ୍କୁ ଧରିବା ପୋଲିସ ପାଇଁ ଆହ୍ଵାନପୂର୍ଣ୍ଣ ଥିଲା ।
ଏଥିସହ ପଢ଼ନ୍ତୁ: ଭାଗବତ କଥାରେ ସ୍ତ୍ରୀର ନାଚ ପାଇଁ ଉଜୁଡ଼ିଗଲା ପରିବାର
ଦମ୍ପତିଙ୍କୁ ଧରିବାକୁ ପୋଲିସ ବାରମ୍ବାର ପ୍ରୟାସ କରି ବିଫଳ ହୋଇଥିଲା । କିନ୍ତୁ ସେମାନଙ୍କ ଗୋଟିଏ ଭୁଲ୍ ପୋଲିସକୁ ସେମାନଙ୍କ ବାବଦରେ ଅବଗତ କରାଇଲା । ଆଉ ଟେକ୍ନାକିଲ୍ ତଥ୍ୟକୁ ନେଇ ସାଇବର୍ ସେଲ୍ ଲୁଟେରା ଦମ୍ପତିଙ୍କୁ କନ୍ୟାକୁମାରୀରେ ରହୁଥିବା ଠାବ କରିଥିଲା ।
ମାଲକାନଗିରି ପୋଲିସ କନ୍ୟାକୁମାରୀ ପହଞ୍ଚି ଏହି ଲୁଟେରା ଦମ୍ପତିକୁ କାବୁ କରି ଆଣିଛି । ଆନ୍ଧ୍ରପ୍ରଦେଶରେ ଏମାନଙ୍କ ଏକାଧିକ ମାମଲା ମଧ୍ୟ ରହିଥିବା ଜଣାପଡ଼ିଛି । ଏବେ ବି ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ୍ପି ବିନୋଦ ପାଟିଲ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories