Bhoot Bangla Murder Mystery / `ଭୂତ ବଙ୍ଗଳା' ମର୍ଡର ମିଷ୍ଟ୍ରି: ଭୂତ ନୁହେଁ, ଶାଳକ ସାଜିଲା ଯମ...ଭିଣୋଇକୁ ହତ୍ୟା ପରେ ରଚିଥିଲା ମିଛ ନାଟକ
·1 hour ago·2 min read

Key Points
ପାଇକରାପୁର ଭୂତ ବଙ୍ଗଳା' ମର୍ଡର ମିଷ୍ଟ୍ରି
ଭୂତ ନୁହେଁ, ଶାଳକ ସାଜିଲା ଯମ
ଅଭିଯୁକ୍ତ ପପୁ ଗିରଫ, ଖୋଳତାଡ ଜାରି
ଭୂତ ନୁହେଁ, ଶାଳକ ସାଜିଲା ଯମ
ଅଭିଯୁକ୍ତ ପପୁ ଗିରଫ, ଖୋଳତାଡ ଜାରି
'ଭୂତ ବଙ୍ଗଳା' ମର୍ଡର ମିଷ୍ଟ୍ରି ଉପରୁ ହଟିଲା ପରଦା । ଅଭିଯୁକ୍ତ କେୟରଟେକର ଗିରଫ । ଚନ୍ଦକା ପାଇକରାପୁରରେ ଘଟିଥିଲା ଏ ହତ୍ୟାକାଣ୍ଡ । ଠେଙ୍ଗାରେ ପିଟି ହତ୍ୟା କରିଥିଲା ଅଭିଯୁକ୍ତ ଶାଳକ ଆଉ ହତ୍ୟା ପରେ ଦୁର୍ଘଟଣାର ରୂପ ଦେଇଥିଲା । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଛାନଭିନ୍ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ପାଇକରାପୁରରେ ରହିଛି ଏହି 'ଭୂତ ବଙ୍ଗଳା' । ଯେଉଁଠି ଗତ ୨ ତାରିଖରେ ଘଟିଥିଲା ରହସ୍ୟଜନକ ହତ୍ୟାକାଣ୍ଡ । ଆରମ୍ଭରୁ ସମସ୍ତେ ଭୂତ ଛାତରୁ ପେଲିଦେଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପ୍ରକୃତ ସତ ଆଜି ପଦାକୁ ଆସିଛି । ଭୂତ ନୁହେଁ ଶାଳକର ଠେଙ୍ଗା ମାଡ଼ରେ ପ୍ରାଣ ହରାଇଛନ୍ତି ଭିଣୋଇ । ମୃତକ ମୋହନୀ ଦାସ ଅଭିଯୁକ୍ତ ବାପିର ସମ୍ପର୍କୀୟ ଭିଣୋଇ । ତେବେ ନିଜର ସମ୍ପର୍କୀୟଙ୍କୁ କାହିଁକି ଏପରି ନିର୍ଦ୍ଦୟ ଭାବେ ହତ୍ୟା କରିବାର ପ୍ରକୃତ କାରଣ କ'ଣ, ତାହା ବର୍ତ୍ତମାନ ପୋଲିସ ପାଇଁ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ: ଜେଲରେ ଖାଦ୍ୟ ଖାଉନି ଗ୍ୟାଙ୍ଗଷ୍ଟର ଅତିକ୍ର ପୁଅ; କାନ୍ଦି କାନ୍ଦି ଅବସ୍ଥା ଖରାପ
ଗତ ୨ ତାରିଖରେ ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ ଘରୁ ମୋହନୀ ଦାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଘରର ଦେଖାଶୁଣା କରୁଥିବା ବାପି ଭୋଇ କହିଥିଲା ଯେ ମୋହନୀ ରାତିରେ ଛାତରୁ ପଡ଼ିଯାଇଛନ୍ତି । କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ସମସ୍ତ ସତ୍ୟ ସାମ୍ନାକୁ ଆସିଥିଲା ।
'ଭୂତ ବଙ୍ଗଳା'ରୁ ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ ହୋଇଛି । ତେବେ ଏହି ପରିତ୍ୟକ୍ତ ଘରର ପ୍ରକୃତ ମାଲିକ କିଏ, କେବେଠାରୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଜମି କିମ୍ବା ଘର ଅକ୍ତିଆର ପାଇଁ ଏଭଳି ଚକ୍ରାନ୍ତ ହୋଇଥିଲା କି ନାହିଁ, ସେ ଦିଗରେ ମଧ୍ୟ ପୋଲିସ ତଦନ୍ତ ଚଳାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories