Videos
|
Crime

Crime In Odisha / ଯୁବକଙ୍କୁ ହତ୍ୟା ପରେ ଫ୍ଲାଟ୍ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ଯୁବକଙ୍କୁ ହତ୍ୟା ପରେ ଫ୍ଲାଟ୍ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
Youth's Body Found at Niladri Vihar Apartment

Key Points

ଆପାର୍ଟମେଣ୍ଟ ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
ନୀଳାଦ୍ରି ବିହାର ସ୍ଥିତ ଏକ ଆପାର୍ଟମେଣ୍ଟ ପରିସରରୁ ମିଳିଲା
ଯୁବକଙ୍କୁ ହତ୍ୟା ପରେ ଫ୍ଲାଟରୁ କେହି ଫିଙ୍ଗି ଦେଇଥିବା ସନ୍ଦେହ
ଚନ୍ଦ୍ରଶେଖରପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ‌ର ତଦନ୍ତ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ହତ୍ୟାକାଣ୍ଡ । ଫ୍ଲାଟରେ ହତ୍ୟା ପରେ ଯୁବକଙ୍କୁ ଫିଙ୍ଗି ଦେଇଥିବା ସନ୍ଦେହ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ସ୍ଥିତ ଏକ ଆପାର୍ଟମେଣ୍ଟ ପରିସରରୁ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ।

ଆପାର୍ଟମେଣ୍ଟ ପରସିରରୁ ଯୁବକଙ୍କ ମୃତଦେହ ମିଳିଛି । କେହି ଫ୍ଲାଟ୍ ଉପରୁ ମାରି ତଳକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ପୋଲିସ ମୃତଦେହ ଜବତ କରିଛି ।

ଏଥିସହ ପଢ଼ନ୍ତୁ: GPS ଲଗାଇ କଲେ ପିଛା...ହୋଟେଲରେ ଧରାପଡ଼ିଲେ ରସିକିଆ ସ୍ୱାମୀ ! 

ତେବେ ମୃତ ଯୁବକଙ୍କ ପରିଚୟ ମିଳି ନାହିଁ । ମୃତଦେହ ପଡ଼ିଥିବା ସ୍ଥାନ ନିକଟରେ ପାଣି ପାଇପ୍ ଓ ଅନ୍ୟ ସାମଗ୍ରୀ ଭଙ୍ଗାରୁଜା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଆପାର୍ଟମେଣ୍ଟର ବାସିନ୍ଦାଙ୍କ କହିବା ଅନୁସାରେ, "ଯୁବକ ଜଣଙ୍କ ଉକ୍ତ ଆପାର୍ଟମେଣ୍ଟର ନୁହନ୍ତି ।"


ଆପାର୍ଟମେଣ୍ଟର ବାସିନ୍ଦାଙ୍କ ଅନୁସାରେ, "ହଠାତ୍ ଏକ ଶବ୍ଦ ହେଲା । ଆମେ ଦେଖିଲା ବେଳକୁ ଜଣେ ତଳେ ପଡ଼ିଛନ୍ତି । ପାଣି ପାଇପ୍ ଗୁ଼ଡ଼ିକ ଭାଙ୍ଗି ଯାଇଛି । ଯୁବକ ଜଣଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ମେଡିକାଲ୍ ନେଇ ଯାଇଥିଲୁ । ତେବେ ସେ କିଏ ଓ କେଉଁଠିକୁ ଆସିଥିଲେ ଜଣା ନାହିଁ ।"

ସୂଚନା ଅନୁସାରେ, ନୀଳାଦ୍ରି ବିହାର ସ୍ଥିତ ଉକ୍ତ ଆପାର୍ଟମେଣ୍ଟରେ ୧୦ ମହଲା ପର୍ଯ୍ୟନ୍ତ ଫ୍ଲାଟ୍ ରହିଛି । ତେବେ ମୃତ ଯୁବକ ଜଣଙ୍କ ସେଠାକାର ବାସିନ୍ଦା ନୁହନ୍ତି । ଯୁବକ ଜଣଙ୍କ କାହାରିକୁ ଭେଟିବା ଲାଗି ସେଠାକୁ ଆସିଥିଲେ କି ତାହା ବି ସ୍ପଷ୍ଟ ହୋଇନାହିଁ । ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ମାତିଛନ୍ତି ଲୁଟେରା; ସ୍ପିଡ଼ ବାଇକରେ ଆସି ଝାମ୍ପି ନେଲେ 

ମୃତକ ଜଣଙ୍କ ଉକ୍ତ ଆପାର୍ଟମେଣ୍ଟର ବାସିନ୍ଦା ହୋଇ ନଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି । ଏଥିସହ ସେ କାହାରିକ ଦେଖା କରିବାକୁ କିମ୍ବା କାହା ଘରକୁ ଅତିଥି ହୋଇ ଆସିଥିବା ନେଇ କେହି ଦାବି କରୁନାହାନ୍ତି । ତେଣୁ ଯୋଜନାବଦ୍ଧ ଭାବେ ଫ୍ଲାଟରେ ମାରି ଦେଇ ଯୁବକଙ୍କୁ ତଳେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bhubaneswar Shock: Youth Found Dead Outside Apartment, Murder Suspected | Argus News | Argus News