Jatia Gang / ରାଜଧାନୀରେ ମାତିଛନ୍ତି ଲୁଟେରା; ସ୍ପିଡ଼ ବାଇକରେ ଆସି ଝାମ୍ପି ନେଲେ
·2 months ago·2 min read

Key Points
ଭୁବନେଶ୍ଵରରେ ମାତିଛନ୍ତି ଲୁଟେରା
ସ୍ପିଡ଼ ବାଇକରେ ଆସି ଝାମ୍ପି ନେଉଛନ୍ତି
କମିସନରେଟ ପୋଲିସ କବ୍ଜାରେ ଜଟିଆ ଗ୍ୟାଙ୍ଗ
ସ୍ପିଡ଼ ବାଇକରେ ଆସି ଝାମ୍ପି ନେଉଛନ୍ତି
କମିସନରେଟ ପୋଲିସ କବ୍ଜାରେ ଜଟିଆ ଗ୍ୟାଙ୍ଗ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ଏବେ ମାତିଛନ୍ତି ସ୍ପିଡ୍ ବାଇକ୍ ଲୁଟେରା । ଆଖି ପିଛୁଳାକେ ମହିଳାମାନଙ୍କଠାରୁ ମୋବାଇଲ ଓ ସୁନା ଗହଣା ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି । ତେବେ ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ କୁଖ୍ୟାତ 'ଜଟିଆ ଗ୍ୟାଙ୍ଗ'କୁ କବ୍ଜା କରିଛି କମିସନରେଟ ପୋଲିସ । ଏହି ଗ୍ୟାଙ୍ଗର ସଦସ୍ୟମାନେ ମାରଣାସ୍ତ୍ର ଦେଖାଇ ଲୁଟପାଟ କରୁଥିଲେ ଏବଂ ବିଶେଷ କରି ଏକାକୀ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲେ ।
ପଢନ୍ତୁ ଏହି ଖବର: ମଟନ୍ ଖୁଆଇବେ କହି ଦେଇଦେଲେ ଚିକେନ୍; ବୁଲିଲା ଲାଠି, ବର କନ୍ୟା...
- ଜଟିଆ ଗ୍ୟାଙ୍ଗର କାରନାମା
- ଟାର୍ଗେଟରେ ଥିଲେ ଏକାକୀ ଯାଉଥିବା ମହିଳା
ପଢନ୍ତୁ ଏହି ଖବର: ମଟନ୍ ଖୁଆଇବେ କହି ଦେଇଦେଲେ ଚିକେନ୍; ବୁଲିଲା ଲାଠି, ବର କନ୍ୟା...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଜନଗହଳିପୂର୍ଣ୍ଣ ରାସ୍ତାରେ ସର୍ବସମ୍ମୁଖରେ ଏହି ଲୁଟ୍ ହୋଇଛି । ଲୁଟ୍ର ଶିକାର ହେବା ପରେ ଭୟରେ କାନ୍ଦି କାନ୍ଦି ଯୁବତୀ ଜଣକ ଉବର୍ ଡ୍ରାଇଭରଙ୍କ ସହ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ତନାଘନା ତଦନ୍ତ ଆରମ୍ଭ କରିଛି । ରାଜଧାନୀରେ ଲୁଟପାଟ ବଢ଼ୁଥୁବାରୁ ଟେନ୍ସନରେ କମିସନରେଟ ପୋଲିସ | ରାଜଧାନୀରେ କଡା ପାଟ୍ରୋଲିଂ ସହ ଚେକିଂ ବ୍ଲକିଂ ଜୋରଦାର କରିବାରୁ ଦାବି ଜୋର ଧରିଛି ।
Related Topics
Explore more stories