Crime In Odisha / ପୋଲିସକୁ ଆଉ ଭୟ ନାହିଁ କି ? ରାଜଧାନୀରେ କାହିଁକି ବଢ଼ୁଛି ଅପରାଧ ?
·1 hour ago·2 min read

Key Points
କଥା କଥାରେ ବୁଲୁଛି ଖଣ୍ଡା, ଭୁଜାଲିରେ ଆକ୍ରମଣ
ଇନଫୋଭ୍ୟାଲି ଥାନା ଅଞ୍ଚଳରୁ କ୍ଷତାକ୍ତ ମୃତଦେହ ଉଦ୍ଧାର
ଚନ୍ଦକାର ପେଟ୍ରୋଲ ପମ୍ପରେ ସାମାନ୍ୟ କଥାରୁ ଭୁଜାଲି ମାଡ଼
ସୌମ୍ୟ ଭିଡ ହତ୍ୟାର ଭୟ ନ ଯାଉଣୁ ଗୋଟିଏ ପରେ ଗୋଟିଏ ଘଟଣା

ଭୁବନେଶ୍ଵର: ରାଜଧାନୀର ବିଗିଡ଼ୁଛି ଆଇନଶୃଙ୍ଖଳା ପରିସ୍ଥିତି । ପ୍ରତିଦିନ ଖଣ୍ଡା, ଭୁଜାଲିରେ ଆକ୍ରମଣ ଖବର ସାମ୍ନାକୁ ଆସୁଛି । ଅଜଣା ମୃତଦେହ ବଢ଼ାଉଛି ପୋଲିସର ଟେନସନ୍। ପୋଲିସ ଚେକିଂ ବ୍ଲକିଂରେ ବ୍ୟସ୍ତ ଥିବା ବେଳେ କ୍ରିମିନାଲ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ ।
ଚନ୍ଦକା ଥାନା ଅନ୍ତର୍ଗତ କାଟେଣି ପେଟ୍ରୋଲ ପମ୍ପରେ ପ୍ଲାଷ୍ଟିକ୍ ବୋତଲ ଧରି ପେଟ୍ରୋଲ ପମ୍ପକୁ କିଛି ସ୍ଥାନୀୟ ଯୁବକ ଆସିଲେ । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ ମନା କରିବାରୁ ଆରମ୍ଭ ହେଲା ଯୁକ୍ତି ତର୍କ । ଯାହାକୁ ନେଇ ଭୁଜାଲିରେ ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କଲେ । ୪୮ ଘଣ୍ଟା ବିତିଯିବା ପରେ ବି ପୋଲିସ ଅଭିଯୁକ୍ତ ମାନଙ୍କର ଟେର୍ ପାଇନି ।
ଏଥିସହ ପଢ଼ନ୍ତୁ: ପ୍ରମାଣ ଅଭାବରୁ ଅବଦୁର ରେହମାନକୁ ଖଲାସ କଲେ କୋର୍ଟ
ସେପଟେ ଇନଫୋଭ୍ୟାଲି ଥାନା ଅଧୀନରୁ କ୍ଷତାକ୍ତ ଅବସ୍ଥାରେ ମିଳିଛି ମୃତଦେହ । ମୃତକଙ୍କ ପରିଚୟ ନମିଳିଲେ ପୋଲିସ ଆସନ୍ତାକାଲି ପୋଷ୍ଟର ମାରିବ ବୋଲି ସୂଚନା ମିଳିଛି । ତେବେ ସ୍ପଟରେ ଟାୟାର୍ ଚିହ୍ନ ରହିଥିବାରୁ ଗାଡ଼ି ଚଢାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଏବେ ଥାନାରେ କେବଳ ଅପରାଧୀ ମାନଙ୍କ ଫିଙ୍ଗର ପ୍ରିଣ୍ଟ ରହୁଛି । ଯାହା କି ମୃତଦେହ ଚିହ୍ନଟରେ ବିଶେଷ ସହାୟକ ହୋଇପାରୁନାହିଁ । ତେବେ ସାଇଣ୍ଟିଫିକ ଟିମ୍ର ଛାନଭିନ ଓ ମିସିଂ ରିପୋର୍ଟ ଆଧାରରେ ପରିଚୟ ମିଳିପାରିବ ବୋଲି ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।
ଟ୍ଵିନସିଟିରେ ଗତ ୧୦ ବର୍ଷରେ ୨୦୦ ଶହରୁ ଅଧିକ ମୃତଦେହର ଚିହ୍ନଟ କରାଯାଇ ପାରିନାହିଁ । ସେପଟେ ଗୋଟିଏ ପରେ ଗୋଟିଏ ଅପରାଧ ପୋଲିସର ଚିନ୍ତା ବଢାଉଛି ।
ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟା ମାମଲା: ଦିନକୁ ଦିନ ବଢ଼ୁଛି ଗିରଫ ସଂଖ୍ୟା
ଆଇନ ଶୃଙ୍ଖଳାକୁ ନେଇ ବାରମ୍ବାର ବୈଠକ, କଡ଼ା ନିର୍ଦ୍ଦେଶ ପରେ ବି ଅପରାଧୀମାନଙ୍କ ଭିତରେ କମିଶନରେଟ ପୋଲିସ ପ୍ରତି ଡର, ଭୟ ନଥିବା ଭଳି ଲାଗୁଛି । ତଦନ୍ତ ଦିଗ ଆହୁରି ତ୍ୱରାନିତ କରିବା ସହିତ କଡ଼ା ଆକ୍ସନ ହେଲେ ଚିତ୍ର ବଦଳି ପାରେ ।
ସେପଟେ ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ଆଉ ଜଣେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ । କେନ୍ଦ୍ରାପଡ଼ାର ଇନ୍ଦୁପୁର ଅଞ୍ଚଳରୁ ଅଭିଯୁକ୍ତ ବିନୋଦକୁ ଗିରଫ କରାଯାଇଛି । ବିନୋଦ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ବାସିନ୍ଦା । ବାଲିଅନ୍ତା ମାମଲାରେ ବର୍ତ୍ତମାନ ସୁଦ୍ଧା ଏପର୍ଯ୍ୟନ୍ତ ମୋଟ ୧୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories