Abdur Rehman / ପ୍ରମାଣ ଅଭାବରୁ ଅବଦୁର ରେହମାନକୁ ଖଲାସ କଲେ କୋର୍ଟ
·1 hour ago·2 min read

Key Points
ସନ୍ଦିଗ୍ଧ ଏଲ୍-କାଏଦା ଆତଙ୍କବାଦୀ ଭାବେ ଗିରଫ ଅବଦୁର ରେହମାନକୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରିଛନ୍ତି । ଗିରଫର ପ୍ରାୟ ୧୧ ବର୍ଷ ପରେ ଅବଦୁର ରେହମାନକୁ ମୁକ୍ତ କରିଛନ୍ତି କୋର୍ଟ ।
କଟକ: ଜେଲ୍ରୁ ମୁକ୍ତ ହେଲା ଅବଦୁର ରେହମାନ । ଖଲାସ କଲେ କଟକ ଜିଲ୍ଲା ଦୌରା ଜଜ୍ । ସନ୍ଦିଗ୍ଧ ଏଲ୍-କାଏଦା ଆତଙ୍କବାଦୀ ଭାବେ ଗିରଫ ଅବଦୁର ରେହମାନକୁ ପ୍ରମାଣ ଅଭାବରୁ କୋର୍ଟ ଖଲାସ କରିଛନ୍ତି ।
ଗିରଫର ପ୍ରାୟ ୧୧ ବର୍ଷ ପରେ କୋର୍ଟ ଅବଦୁର ରେହମାନକୁ ମୁକ୍ତ କରିଛନ୍ତି । ୨୦୧୫ ମସିହା ଡିସେମ୍ବରରେ ଅବଦୁର ରେହମାନକୁ କଟକ ଜିଲ୍ଲା ସାଲେପୁରର ପଶ୍ଚିମକଚ୍ଛରୁ ଗିରଫ କରାଯାଇଥିଲା । ଓଡ଼ିଶା ପୋଲିସ ସହଯୋଗରେ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।
ଏଥିସହ ପଢ଼ନ୍ତୁ: ସୌମ୍ୟ ହତ୍ୟା ମାମଲା: ଦିନକୁ ଦିନ ବଢ଼ୁଛି ଗିରଫ ସଂଖ୍ୟା
ସେତେବେଳେ ଅଭିଯୋଗ ଥିଲା ଆତଙ୍କବାଦୀ ସଂଗଠନ ଅଲ୍-କାଏଦାର ଭାରତୀୟ ଗୋଷ୍ଠୀ AQIS ଏବଂ ଇଣ୍ଡିଆନ୍ ମୁଜ୍ଜାହିଦ୍ଦିନ ସହ ଅବଦୁର ରେହମାନ ସମ୍ପର୍କରେ ରହିଛି । ଏପରିକି ଦେଶ ବିରୋଧୀ ଭାବନା ରଖି ଅବଦୁର ରେହମାନ ଯୁବକମାନଙ୍କୁ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ୍ କରୁଥିବା ଅଭିଯୋଗ ହୋଇଥିଲା ।
୨୦୨୩ ଫେବ୍ରୁଆରୀରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଅବଦୁର ରେହମାନ ସହ ଅନ୍ୟ ୩ ଜଣଙ୍କୁ ଆତଙ୍କବାଦୀ ଷଡ଼ଯନ୍ତ୍ର, ଯୁବକଙ୍କୁ ପ୍ରଲୋଭିତ କରି ଆତଙ୍କୀ କାର୍ଯ୍ୟରେ ସାମିଲ୍ କରିବା, ବେଆଇନ୍ କାର୍ଯ୍ୟକଳାପ ଅଭିଯୋଗରେ ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ତିତ କରିଥିଲେ । ଯାହା ଜେଲ୍ରେ ବିତାଇ ସାରିଛି ଅବଦୁର ରେହମାନ ।
ଏଥିସହ ପଢ଼ନ୍ତୁ: ବ୍ରହ୍ମପୁରରେ ପୁଣି ଦୁଇ ଅପରାଧୀଙ୍କୁ ପୋଲିସର ଏନକାଉଣ୍ଟର୍
ଓଡ଼ିଶାରେ ଚଲାଉଥିଲା ମଦ୍ରାସା !
ଓଡ଼ିଶା ପୋଲିସର ଅଭିଯୋଗ ଅନୁସାରେ, ଅବଦୁର ରେହମାନ ଦେଶ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଥିଲା । ଏପରିକି ରେହମାନ ଓ ତାର ସହଯୋଗୀ ସ୍ଥାନୀୟ ଅଞ୍ଚଳରେ ମଦ୍ରାସା ଚଳାଉଥିବା କୁହା ଯାଇଥିଲା । ଯେଉଁଥିରେ ଝାଡ଼ଖଣ୍ଡ ଓ ପଡ଼ୋଶୀ ରାଜ୍ୟର ପ୍ରାୟ ୮୦ ଜଣ ପଢ଼ୁଥିଲେ ।
ଆଉ ମଦ୍ରାସାରେ ରେହମାନ ପିଲାଙ୍କୁ ଦେଶ ବିରୋଧୀ ଶିକ୍ଷା ଦେଉଥିଲା । ସେଠାରୁ ଯୁବକମାନଙ୍କୁ ନେଇ AQIS ଏବଂ ଇଣ୍ଡିଆନ୍ ମୁଜାହିଦ୍ଦି ଭଳି ଆତଙ୍କବାଦୀ ସଂଗଠନରେ ସାମିଲ୍ କରଥିବା ଅଭିଯୋଗ ଥିଲା । ଏଥିପାଇଁ ଅବଦୁରକୁ ବିଦେଶରୁ ଟଙ୍କା ଆସୁଥିବା କୁହା ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories