Crime In Odisha / Whatsappରେ ଚାଲିଥିଲା ବ୍ରାଉନ ସୁଗର ବେପାର; ଟାର୍ଗେଟ୍ରେ ଥିଲେ କଲେଜ ଛାତ୍ରଛାତ୍ରୀ
·6 months ago·2 min read

Key Points
ଅବକାରୀ ବିଭାଗ ହାତରେ ଧରା ପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଲ୍' (ଆଇନ୍) ଛାତ୍ର ମଧ୍ୟ ଅଛନ୍ତି । ମୁଖ୍ୟ ଡ୍ରଗ୍ ପେଡଲର୍ ସୁକାନ୍ତ ନାୟକ ସହ ସନ୍ତୋଷ ନାୟକ ଏବଂ ଜଣେ ଆଇନ୍ ଛାତ୍ରଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।
ଭୁବନେଶ୍ଵର: ୪ ମାସ ହେଲା ଜାଲ ବିଛାଇଥିଲା ଅବକାରୀ ବିଭାଗ । ଏବେ ଧରାପଡ଼ିଲେ ୩ ବ୍ରାଉନ ସୁଗର ବେପାରୀ । ଭୁବନେଶ୍ଵର ବିମାନବନ୍ଦର ଏବଂ ଫରେଷ୍ଟ ପାର୍କ ଅଞ୍ଚଳରୁ ଅବକାରୀ ବିଭାଗ ୩ ଜଣ ନିଶା ବେପାରୀଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୨୬୫ ଗ୍ରାମ୍ ବ୍ରାଉନ ସୁଗର ମିଳିଛି ।
ଜବତ ବ୍ରାଉନ ସୁଗରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ଅବକାରୀ ବିଭାଗ ହାତରେ ଧରା ପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଲ୍' (ଆଇନ୍) ଛାତ୍ର ମଧ୍ୟ ଅଛନ୍ତି । ମୁଖ୍ୟ ଡ୍ରଗ୍ ପେଡଲର୍ ସୁକାନ୍ତ ନାୟକ ସହ ସନ୍ତୋଷ ନାୟକ ଏବଂ ଜଣେ ଆଇନ୍ ଛାତ୍ରଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।
ଏଥିସହ ପଢ଼ନ୍ତୁ: ଟ୍ରାଫିକ୍ରେ ଅମାନିଆ 'ଆମ ବସ୍'; ଦିନରେ ନେଲା ଅଟୋ ଚାଳକଙ୍କ ଜୀବନ, ଏବେ ସ୍କୁଟିକୁ ପିଟିଲା
ଗିରଫ ମୁଖ୍ୟ ଡ୍ରଗ୍ ପେଡଲରର ଘର ଏୟାରପୋର୍ଟ ଅଞ୍ଚଳରେ । ସୁକାନ୍ତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସହ ନିଶା କାରବାରରେ ଜଡ଼ିତ । ୨ ମାସ ହେଲା ଜେଲ୍ର ବାହାରି ପୁଣି ଥରେ ନିଶା କାରବାର କରୁଥିବା ବେଳେ ଏବେ ଧରାପଡ଼ିଛି ।
ସେହିଭଳି ଅନ୍ୟ ଜଣେ ଖୋର୍ଦ୍ଧା ଯାଆଁଳାର ସନ୍ତୋଷ ନାୟକ । ସନ୍ତୋଷ ହତ୍ୟା ଓ ଚୋରି ମାମଲାରେ ୬ ବର୍ଷ ଜେଲ୍ କାଟିବା ପରେ ପୁଣି ଜେଲ୍ରୁ ବାହାରି ନିଶା କାରବାର କରୁଥିଲା । ସେହିଭଳି ମାମଲାରେ ଗିରଫ ଆଇନ୍ ଛାତ୍ର ଦେବୀ ପ୍ରସାଦ ଦାସଙ୍କ ପରିବାର କ୍ଲାସ୍ ୧ କଣ୍ଟ୍ରାକ୍ଟର ବୋଲି ଜଣାପଡ଼ିଛି ।
ଏୟାରପୋର୍ଟ ନିକଟ ଜଙ୍ଗଲରେ ଆଇନ୍ ଛାତ୍ର ଗ୍ୟାଙ୍ଗକୁ ଧରି ନିଶା କାରବାର କରୁଥିଲେ । ବିମାବନ୍ଦର ନିକଟ ଜଙ୍ଗଲ ଓ ନିଛାଟିଆ ସ୍ଥାନରେ ବେପାର କରୁଥିଲେ । ଆଇନ୍ ଛାତ୍ର ଜଣଙ୍କ ଏକ ଅନ୍ତର୍ଜାତୀୟ କଲେଜରେ ପାଠ ପଢ଼ିଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ଧାଡ଼ିରେ ଛିଡ଼ା ହୋଇ ରୋଗୀ ପାଇଲେନି ମାଗଣା ମେଡିସିନ୍; ଏବେ ଲୁଚାଇ ଲଗାଇଦେଲେ ନିଆଁ
ଅବକାରୀ ବିଭାଗର ସୂଚନା ଅନୁସାରେ, ବାଲେଶ୍ଵରରୁ ଭୁବନେଶ୍ଵରକୁ ବ୍ରାଉନ ସୁଗର ଆସୁଥିଲା । ଭୁବନେଶ୍ଵର ଉପକଣ୍ଠରେ ରହି କଲେଜ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ କରୁଥିଲେ । ହ୍ଵାଟ୍ସଆପ୍ରେ ଗ୍ରୁପ୍ କରି ଚାଲିଥିଲା ବ୍ରାଉନସୁଗର ବେପାର । ଅଜଣା ନମ୍ବରରୁ ଫୋନ୍ ଆସିଲେ ଉଠାଉ ନଥିଲେ ଗିରଫ ଅଭିଯୁକ୍ତ ।
ସେପଟେ ଡିସେମ୍ବର ୨୦ରୁ ଅବକାରୀ ଆରମ୍ଭ କରିଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୧୪ତମ ଦିନରେ ପହଞ୍ଚିଛି । ବିଭାଗ ପକ୍ଷରୁ ୧୬୬ଟି ମାମଲା ରୁଜୁ ହେବା ସହ ୧. ୨୨ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ନିଶା ସାମଗ୍ରୀ ଜବତ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories