Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜଧାନୀରେ ନକଲି ‘ସ୍ପେଶାଲ ସ୍କ୍ବାଡ୍’ ସାଜି ଯୁବକଙ୍କୁ ଅପହରଣ, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍

Crime

Bhubaneswar Kidnapping / ରାଜଧାନୀରେ ନକଲି ‘ସ୍ପେଶାଲ ସ୍କ୍ବାଡ୍’ ସାଜି ଯୁବକଙ୍କୁ ଅପହରଣ, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·1 min read
ରାଜଧାନୀରେ ନକଲି ‘ସ୍ପେଶାଲ ସ୍କ୍ବାଡ୍’ ସାଜି ଯୁବକଙ୍କୁ ଅପହରଣ, ୪ ଜଣଙ୍କୁ ବାନ୍ଧିଲା ପୋଲିସ୍
Bhubaneswar Kidnapping

Key Points

ରାଜଧାନୀରେ ଅପହରଣ
ନାବାଳକଙ୍କୁ ମୁଣ୍ଡ ଜାମିନ ରଖି ମାଗିଲେ ଟଙ୍କା
ନେଦେଲେ ହତ୍ୟା କରିବାକୁ ଦେଲେ ଧମକ
ରାଜଧାନୀରେ ଦିନ ଦ୍ୱିପ୍ରହରରେ ଅପହରଣ । ଜଣେ ନାବାଳକକୁ ଅପହରଣ କରି ମୁଣ୍ଡଜାମିନ ରଖିବା ସହ ଟଙ୍କା ନ ଦେଲେ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ । ଟଙ୍କା ନ ଦେଲେ ନାବାଳକକୁ ଜୀବନରୁ ମାରିଦେବାକୁ ମଧ୍ୟ ଚେତାବନୀ ଦେଇଥିଲେ । ପରିବାର ଲୋକେ ସହିଦନଗର ଥାନାର ଦ୍ୱାରସ୍ଥ ହେବା ପରେ ମୋବାଇଲ୍ ନମ୍ବର ଟ୍ରାକ୍ କରି ଦୁର୍ବୃତ୍ତଙ୍କୁ ଧରିଲା ପୋଲିସ ।

ରାଜଧାନୀରେ ଅପହରଣ । ନାବାଳକଙ୍କୁ ମୁଣ୍ଡ ଜାମିନ ରଖି ମାଗିଲେ ଟଙ୍କା । ନେଦେଲେ ହତ୍ୟା କରିବାକୁ ଦେଲେ ଧମକ । ସହିଦନଗର ଶାନ୍ତିପଲ୍ଲୀ ଅଞ୍ଚଳରେ ଦିନ ଦ୍ବିପ୍ରହରେ ନାବାଳକଙ୍କୁ ଅପହରଣ ଆତଙ୍କ ସୃଷ୍ଟି କରିଛି । ବିରିଆନୀ ପାଇଁ ଆସିଥିବା ବେଳେ ଜୋର ଜବରଦସ୍ତ ନାବାଳକଙ୍କୁ ଅପହରଣ କରିଥିଲେ ଦୁର୍ବୁତ୍ତ । ସ୍ପେଶାଲ ସ୍କ୍ବାର୍ଡ କହି ପରିବାର ଲୋକଙ୍କୁ ଧମକାଇଥିଲେ । ଏନେଇ ପରିବାର ଲୋକେ ସହିଦନଗର ଥାନାରେ ଅଭିଯୋଗ ପରେ ତଦନ୍ତ କରିଥିଲା ପୋଲିସ ।

ଅଧିକ ପଢ଼ନ୍ତୁ: ୨୦୦ ଟଙ୍କାର ୱେବସାଇଟ୍...୩ କୋଟିର ଠକେଇ, ରଥଯାତ୍ରା ପୂର୍ବରୁ ସକ୍ରିୟ ସାଇବର ଲୁଟେରା


ସେପଟେ ଅପହରଣକାରୀ ଯେଉଁ ନମ୍ବରରୁ କଲ୍‌ କରିଥିଲେ ସେ ନମ୍ବରକୁ ଟ୍ରାକ କରି ପଥରବନ୍ଧ ବସ୍ତିରୁ ୪ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମାନସ ସିଂ, ମାନସ ରଞ୍ଜନ ସ୍ୱାଇଁ, ମିଟୁ ନାୟକ ଏବଂ ରାଜେଶ ସାହୁ। ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ନାବାଳକଙ୍କୁ ଅପହରଣ କରିଥିଲେ ଦୁର୍ବୁତ୍ତ? ଟଙ୍କା ପାଇଁ ନା ଥିଲା ପୂର୍ବଶତ୍ରୁତା ? ସେପଟେ ରାଜଧାନୀରେ ଅପରାଧ ବଢୁଥିବାରୁ ଟେନସନ୍‌ରେ କମିସନରେଟ୍‌ ପୋଲିସ୍‌ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored