Videos
|
Crime

Rath Yatra Cyber Scam / ୨୦୦ ଟଙ୍କାର ୱେବସାଇଟ୍...୩ କୋଟିର ଠକେଇ, ରଥଯାତ୍ରା ପୂର୍ବରୁ ସକ୍ରିୟ ସାଇବର ଲୁଟେରା

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
୨୦୦ ଟଙ୍କାର ୱେବସାଇଟ୍...୩ କୋଟିର ଠକେଇ, ରଥଯାତ୍ରା ପୂର୍ବରୁ ସକ୍ରିୟ ସାଇବର ଲୁଟେରା
Cyber fraud

Key Points

ରଥଯାତ୍ରା ପାଇଁ ପୁରୀରେ ହୋଟଲ ବୁକିଂ କରୁଥିଲେ ସାବଧାନ
୨୦୦ ଟଙ୍କାରେ ୱେବସାଇଟ କିଣି ଲୋକଙ୍କ ଠକୁଛନ୍ତି ସାଇବର୍ ଲୁଟେରା
ପଶ୍ଚିମବଙ୍ଗରୁ ଓ ରାଜସ୍ଥାନ-ପାକିସ୍ତାନ ସୀମାରୁ ଅପରେଟ୍ କରୁଛନ୍ତି ଠକ୍
ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ବେଶୀ ସକ୍ରିୟ ହେଲେଣି ସାଇବର ଲୁଟେରା । ଭକ୍ତ ନିବାସ ଓ ହୋଟେଲ ବୁକିଂ ନାମରେ ଫସୁଛନ୍ତି ଶ୍ରଦ୍ଧାଳୁ । ରଥଯାତ୍ରା ପୂର୍ବରୁ ୪୦ଟି ଫେକ୍‌ ହୋଟେଲ ୱେବସାଇଟ ଓ ଇମେଲ୍ ଆଇଡି ଅକାମୀ କଲା ପୋଲିସ୍ । ୨୦୦ ଟଙ୍କାରେ ୱେବସାଇଟ୍ କିଣି ଲୁଟ୍ କରୁଛନ୍ତି ସାଇବର୍ ଲୁଟେରା । ଦେଢ଼ ବର୍ଷରେ ପଞ୍ଜୀକୃତ କେସ୍‌ ରେକର୍ଡ ଅନୁଯାୟୀ ଲୁଟ୍ ହୋଇଛି ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା । କିନ୍ତୁ ଆଦାୟ ହୋଇଛି ମାତ୍ର ୫ ଲକ୍ଷ ୪୫ ହଜାର ଟଙ୍କା ।

ଅଧିକ ପଢ଼ନ୍ତୁ: କୋଳଥିଆ ଡବଲ ମର୍ଡର ପଛରେ ୨ ସ୍କୁଲ ଛାତ୍ର, ପୋଲିସ୍‌ କହିଲା ହତ୍ୟାକାଣ୍ଡର ଅସଲ କାରଣ


ପୁରୀରେ ବିଭିନ୍ନ ହୋଟେଲ ନାଁରେ ଉପଲବ୍ଧ ହେଉଛି ମାଳ ମାଳ ଫେକ୍ ୱେବସାଇଟ ଓ ଇମେଲ ଆଇଡି । ଭକ୍ତ ନିବାସ ଓ ହୋଟେଲ ବୁକିଂ କଲା ବେଳେ ଅସାବଧାନତାରୁ ଆପଣ ସହିପାରନ୍ତି ବଡ଼ କ୍ଷତି । ମାତ୍ର ୨୦୦ ଟଙ୍କାରେ ୱେବସାଇଟ କିଣି କୋଟି କୋଟି ଟଙ୍କାର ଚୂନା ଲଗାଇଛନ୍ତି ସାଇବର୍ ଲୁଟେରା । ୭୫ ପ୍ରତିଶତ ପଶ୍ଚିମବଙ୍ଗରୁ ଓ ୨୫ ପ୍ରତିଶତ ରାଜସ୍ଥାନ-ପାକିସ୍ତାନ ସୀମାରୁ ଅପରେଟ୍ ହେଉଛି । ଭକ୍ତ ନିବାସ ବୁକିଂ ବେଳେ ଗତ ମେ' ମାସରେ ଠକେଇର ଶିକାର ହୋଇଛନ୍ତି ଖୋର୍ଦ୍ଧାର ମୃତ୍ୟୁଞ୍ଜୟ ସାହୁ । ସେପଟେ ଗୁଗଲରେ ହୋଟେଲ ଖୋଜି ବୁକିଂ କରିଥିବା ପଶ୍ଚିମବଙ୍ଗର ୧୪ ଜଣ ଶ୍ରଦ୍ଧାଳୁ ବି ଠକେଇର ଶିକାର ହୋଇଥିଲେ ।

ପୁରୀରେ ଗତ ଦେଢ଼ ବର୍ଷରେ ଅର୍ଥାତ୍ ୨୦୨୪ ଜୁନରୁ ୨୦୨୬ ଫେବ୍ରୁଆରୀ ପର୍ଯ୍ୟନ୍ତ ସାଇବର ଥାନା ୪୦ ଜଣଙ୍କୁ ଗିରଫ କରିଥିବାବେଳେ ଓ ୫୭ ଜଣଙ୍କୁ ନୋଟିସ୍ ଜାରି କରିଛି । ସେପଟେ ଦେଢ଼ ବର୍ଷରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ବେଳେ ଆଦାୟ ହୋଇଛି ମାତ୍ର ୫ ଲକ୍ଷ ୪୫ ହଜାର ଟଙ୍କା । ରଥଯାତ୍ରା ସମୟରେ ସାଇବର୍ ଲୁଟେରାମାନେ ଚିନ୍ତା ବଢ଼ାଇ ଥିବା ବେଳେ ୪୦ଟି ଫେକ୍ ୱେବସାଇଟ ଓ ଇମେଲକୁ ଅକାମୀ କରିଛି ପୋଲିସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake Hotel Booking Scam Before Rath Yatra: ₹3 Crore Cyber Fraud Exposed | Argus News