Crime In Odisha / ଚୋରି କରିବାକୁ ଯାଇ ଖେଳନା ବନ୍ଧୁକ ଦେଖାଇ କରିଥିଲା ଦୁଷ୍କର୍ମ; ଏବେ ପୋଲିସ ଗୁଳିରେ ହେଲା ଘାଇଲା
·1 hour ago·2 min read

Key Points
୩୦୦ରୁ ଊର୍ଦ୍ଧ୍ୱ CCTV ଫୁଟେଜ୍ ଯାଞ୍ଚ ଏବଂ ଟେକ୍ନିକାଲ୍ ଡାଟା ଆନାଲିସିସ୍ ପରେ ଶେଷରେ ସ୍ପେଶାଲ୍ ସ୍କ୍ୱାଡ୍ ଜାଲରେ ଧରାପଡ଼ିଛି ଅଭିଯୁକ୍ତ । SIଙ୍କ ଉପରକୁ ସ୍କ୍ରୁ-ଡ୍ରାଇଭରରେ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ । ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାରୁ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଛି ।
ଭୁବନେଶ୍ଵର: ଦୁଷ୍କର୍ମକାରୀ ବିରୋଧରେ କମିଶନରେଟ୍ ପୋଲିସର ବଡ଼ ଆକ୍ସନ୍ । ଗିରଫ ବେଳେ ଗୁଳିମାଡ଼, ଧରାପଡ଼ିଲା କାମାନ୍ଧ । ରାଜଧାନୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା ।
୩୦୦ରୁ ଊର୍ଦ୍ଧ୍ୱ CCTV ଫୁଟେଜ୍ ଯାଞ୍ଚ ଏବଂ ଟେକ୍ନିକାଲ୍ ଡାଟା ଆନାଲିସିସ୍ ପରେ ଶେଷରେ ସ୍ପେଶାଲ୍ ସ୍କ୍ୱାଡ୍ ଜାଲରେ ଧରାପଡ଼ିଛି ଅଭିଯୁକ୍ତ ସନ୍ତୋଷ ପଣ୍ଡା । ତେବେ ଧରିବା ବେଳେ ନୟାପଲ୍ଲୀ ଥାନାର ଜଣେ SIଙ୍କ ଉପରକୁ ସ୍କ୍ରୁ-ଡ୍ରାଇଭରରେ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରୁଥିଲା ଏହି ପେଶାଦାର ଅପରାଧୀ । ଶେଷରେ ପୋଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇବାରୁ ଅଭିଯୁକ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଛି ।
ଏଥିସହ ପଢ଼ନ୍ତୁ: ଝିଅକୁ ବସ୍ରେ ବସାଇ ଦେଇଗଲେ ବାପା... ଗାଡ଼ିରୁ ଟେକି ନେଇ ହୋଟେଲରେ ଦୁଷ୍କର୍ମ ଅଭିଯୋଗ
ସ୍କ୍ରୁ-ଡ୍ରାଇଭରରେ ପୋଲିସକୁ ଆକ୍ରମଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗିରଫ କରିବାକୁ ଗଲା ବେଳେ ପୋଲିସ ଉପରକୁ ସ୍କ୍ରୁ-ଡ୍ରାଇଭରରେ ଆକ୍ରମଣ ଉଦ୍ୟମ କରୁଥିଲା ଅଭିଯୁକ୍ତ । ପୋଲିସର ପାଲଟା ଗୁଳି ଚାଳନାରେ ଆହତ ହୋଇଛି ଅଭିଯୁକ୍ତ ସନ୍ତୋଷ ପଣ୍ଡା । ସନ୍ତୋଷକୁ ଚନ୍ଦକା ଜଙ୍ଗଲୀ ଅଞ୍ଚଳରେ ଟ୍ରେସ୍ କରି ପୋଲିସ ଅତି ଗୋପନୀୟ ଭାବେ ଅପରେସନ୍ ଆରମ୍ଭ କରିଥିଲା ।
ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଖବର ମିଳିବା ପରେ ସ୍ପେଶାଲ୍ ସ୍କ୍ୱାଡ୍ ଏବଂ ନୟାପଲ୍ଲୀ ପୋଲିସ ମିଳିତ ଭାବେ ଅଭିଯୁକ୍ତକୁ ଘେରି ଯାଇଥିଲେ । ହେଲେ ନିଜକୁ ବଞ୍ଚାଇବାକୁ ଯାଇ ଅଭିଯୁକ୍ତ ନୟାପଲ୍ଲୀ ଥାନାର ଜଣେ ସବ୍ ଇନସପେକ୍ଟରଙ୍କୁ ସ୍କ୍ରୁ-ଡ୍ରାଇଭରରେ ସାଂଘାତିକ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା
ଆଉ ଆତ୍ମରକ୍ଷା ପାଇଁ ପୋଲିସକୁ ଚଳାଇବାକୁ ପଡ଼ିଥିଲା ଦୁଇ ରାଉଣ୍ଡ ଗୁଳି । ଯାହା ସନ୍ତୋଷର ଡାହାଣ ଗୋଡ଼ରେ ବାଜିଥିଲା । ପୋଲିସ ସନ୍ତୋଷକୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛି ।
ଗଞ୍ଜାମରେ ଘର, ଚକେଇଶିଆଣିରେ ରହୁଥିଲା
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ୨୪ ବର୍ଷୀୟ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡା । ରହୁଥିଲା ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିଆଣିରେ । ପୋଲିସ ରେକର୍ଡ କହୁଛି, ସନ୍ତୋଷ ଜଣେ ପେଶାଦାର ଅପରାଧୀ । ସେ ପୂର୍ବରୁ ମଧ୍ୟ ଏକାଧିକ ଚୋରି ଓ ଲୁଟ୍ ମାମଲାରେ ଜେଲ୍ ଯାଇସାରିଛି ।
ପେଶାଦାର ଅପରାଧୀରୁ ଦୁଷ୍କର୍ମକାରୀ ପାଲଟିଥିବା ସନ୍ତୋଷ ପଣ୍ଡାର ପାପର ଅଧ୍ୟାୟରେ ଆଜି ଲାଗିଛି ବ୍ରେକ୍ । ନୟାପଲ୍ଲୀ ଦୁଷ୍କର୍ମ ମାମଲାରେ ତା’ର ସମ୍ପୃକ୍ତିକୁ ନେଇ ପୋଲିସ ଅଧିକ ପଚରାଉଚରା ଓ ତଦନ୍ତ ଜାରି ରଖିଛି ।

ଦୁଷ୍କର୍ମ ପୂର୍ବରୁ ରେକି
ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, "ଚୋରି କରିବାକୁ ଆସି ଦୁଷ୍କର୍ମ କରିଥିଲା । ଲାଇଟର ଗନ୍ ଦେଖାଇ ଧମକାଇଥିଲା । ପ୍ରଥମେ ରେକି କରିବା ପରେ ସୁଯୋଗ ଦେଖି ମୁହଁରେ ନାଲି ଗାମୁଛା ପିନ୍ଧି ଘରେ ପଶିଥିଲା ।"
ଏଥିସହ ପଢ଼ନ୍ତୁ: କ୍ୟାମ୍ପ କରିବାକୁ ଆସି ଛାତ୍ରୀ ନିବାସରେ NCC କର୍ମଚାରୀଙ୍କ ଦାଦାଗିରି
ଦୁଷ୍କର୍ମ ପରେ ଚାଲି ଚାଲି ସିଆରପିଏଫ ଛକକୁ ଯାଇଥିଲା ଅଭିଯୁକ୍ତ । ସେଠାରୁ ଆମ ବସରେ ଫାୟାର ଷ୍ଟେସନ ଛକ ଯାଇଥିଲା । ସେଠୁ ସେ ୟୁନିଟ-୧ ଅଟୋ ଯୋଗେ ଯାଇଥିଲା । ସେଠାରୁ ବାଇକ୍ ଚୋରି କରି ନିଜ ଭଡ଼ା ଘର ଚକେଇଶିଆଣିକୁ ଯାଇଥିଲା ।
ସେଠାରୁ ପରେ ଗଞ୍ଜାମ ଖସି ଯାଇଥିଲା । ପରେ ସେଠାରୁ କଟକ ପୁଣି ଆସିଥିଲା । ଚନ୍ଦକା ଅଞ୍ଚଳରେ ଖବର ପାଇ ତାକୁ ପୋଲିସ ପିଛା କରିଥିଲା । ସ୍କ୍ରୁରେ ପୋଲିସକୁ ଆକ୍ରମଣ ଚେଷ୍ଟା କରିଥିଲା । ପୋଲିସ ଜବାବରେ ଏନକାଉଣ୍ଟର କରିଥିବା କହିଛନ୍ତି ପୋଲିସ କମିଶନର ।

Related Topics
Explore more stories