Rayagada NCC Row / କ୍ୟାମ୍ପ କରିବାକୁ ଆସି ଛାତ୍ରୀ ନିବାସରେ NCC କର୍ମଚାରୀଙ୍କ ଦାଦାଗିରି
·43 mins ago·2 min read

Key Points
ଏନସିସି କର୍ମଚାରୀଙ୍କ ଦାଦାଗିରି । କ୍ୟାମ୍ପ ପାଇଁ ଆସି କଲେଜର ଲେଡିଜ୍ ହଷ୍ଟେଲରେ ପଶିଲେ, ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ରାୟଗଡ଼ାରୁ ।
ରାୟଗଡ଼ା: କ୍ୟାମ୍ପ ପାଇଁ ଆସିଥିଲେ NCC କର୍ମଚାରୀ । ହେଲେ କ୍ୟାମ୍ପ ଅବଧି ସରିବା ପରେ ବି କଲେଜ ହଷ୍ଟେଲ ଛାଡ଼ୁ ନାହାନ୍ତି । ଏପରିକି ଛାତ୍ରୀ ନିବାସ ଭିତରେ ଜୋର ଜବରଦସ୍ତ ପଶିଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ରାୟଗଡ଼ା ଅମଳାଭଟ୍ଟାରେ ଥିବା ମଡେଲ୍ ଡିଗ୍ରୀ କଲେଜରୁ ।
ସୂଚନା ଅନୁସାରେ, ଏନସିସିର ଏକ ଟିମ୍ ସେପ୍ଟେମ୍ବର ୨୧ରୁ ୨୯ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ମଡେଲ୍ ଡିଗ୍ରୀ କଲେଜରେ କ୍ୟାମ୍ପ କରିଥିଲେ । ତେବେ କ୍ୟାମ୍ପ ସରିବାର ୪ ଦିନ ବିତି ଯାଇଥିଲେ ସୁଦ୍ଧା ଯବାନ ମାନେ ହଷ୍ଟେଲ ଛାଡୁ ନାହାନ୍ତି ।
ଏଥିସହ ପଢ଼ନ୍ତୁ: ଶୁଭଶ୍ରୀ ନିଖୋଜ ଘଟଣା : ଗଡୁଛି ଦିନ ବଢୁଛି ସସ୍ପେନ୍ସ
ଏପରିକି ଛାତ୍ରୀ ନିବାସ ଭିତରେ ପଶି ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଆଜି କଲେଜରେ ଆନ୍ଦୋଳନ କରିଛନ୍ତି ଶତାଧିକ ଛାତ୍ରୀ । ଆନ୍ଦୋଳନରତ ଛାତ୍ରୀଙ୍କ ଅନୁସାରେ, ଶୁକ୍ରବାର ଗାନ୍ଧୀ ଜୟନ୍ତୀ ପାଇଁ କଲେଜ ଛୁଟି ଥିଲା । ସେହି ସମୟରେ ୨ ଜଣ ଏନସିସି କର୍ମଚାରୀ ଛାତ୍ରୀ ନିବାସରେ ପଶି ରୁମ୍ରେ ତାଲା ପକାଇ ଦେବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆନ୍ଦୋଳନରତ ଜଣେ ଛାତ୍ରୀ କହିଛନ୍ତି, "ଛାତ୍ରୀ ନିବାସ ଉପର ମହଲାରେ ହୋଇଥିବା କ୍ୟାମ୍ପକୁ ତୁରନ୍ତ ବନ୍ଦ କରାଯାଉ । NCC କର୍ମଚାରୀ ବିନା ଅନୁମତିରେ ହଷ୍ଟେଲ ଭିତରେ ପଶିଛନ୍ତି । ତୃତୀୟ ମହଲାରେ ଥିବା ହଷ୍ଟେଲ ରୁମକୁ ବନ୍ଦ କରି ଦେଇଛନ୍ତି ।"
ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, NCC କର୍ମଚାରୀ ହଷ୍ଟେଲର ପାଣି ବନ୍ଦ କରି ଦେଇଛନ୍ତି । ଡଷ୍ଟବିନକୁ ଏଣେତେଣେ ଫିଙ୍ଗିଛନ୍ତି । ପାଣି ବନ୍ଦ କରି ଦେଇଥିବାରୁ ଛାତ୍ରୀ ମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ।
ଏଥିସହ ପଢ଼ନ୍ତୁ: ଖାଦ୍ୟରୁ ବାହାରିଲା ଝିଟିପିଟି ! ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ତୁମୁଳ କାଣ୍ଡ
ଯାହାକୁ ନେଇ ଶନିବାର କଲେଜରେ ଛାତ୍ରୀ ମାନେ ଆନ୍ଦୋଳନରେ ବସିଛନ୍ତି । ତେବେ, NCC କର୍ମଚାରୀ ଛାତ୍ରୀ ନିବାସକୁ ଯିବାବେଳେ ୱାର୍ଡେନ୍ ଓ ସୁପରଭାଇଜରଙ୍କ ଅନୁମତି ନେବା ସହ ସାଙ୍ଗରେ ଆଣି ଆସିବାର ଥିଲା ବୋଲି କହିଛନ୍ତି ଛାତ୍ରୀ ।
୨୯ ତାରିଖରେ NCC କ୍ୟାମ୍ପ ସରିଥିବା ବେଳେ କଲେଜ ହଷ୍ଟେଲ ଛାଡ଼ିବାକୁ କର୍ତ୍ତୃପକ୍ଷ କହିଥିଲେ । ତଥାପି NCC କର୍ମଚାରୀ ଜବରଦସ୍ତି ରହିବା ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏନସିସି ଯବାନ ମାନେ ହଷ୍ଟେଲ ନ ଛାଡ଼ିଲା ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି ।

Related Topics
Explore more stories