Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / କମିଶନରେଟ୍ ପୋଲିସର ବୁଲଡୋଜର ଆକ୍ସନ୍; ଭାଙ୍ଗିଲା ହତ୍ୟା ଅଭିଯୁକ୍ତର ଦୋକାନ

Sushanta Sahoo
Browse all articles by Sushanta Sahoo
·8 months ago·2 min read
କମିଶନରେଟ୍ ପୋଲିସର ବୁଲଡୋଜର ଆକ୍ସନ୍; ଭାଙ୍ଗିଲା ହତ୍ୟା ଅଭିଯୁକ୍ତର ଦୋକାନ

Key Points

ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତର ଡେଣା ଭାଙ୍ଗିଛି କମିଶନରେଟ୍ ପୋଲିସ । ସରକାରୀ ଜମିରେ ହତ୍ୟା ଅଭିଯୁକ୍ତ କରିଥିବା ଦୋକାନରେ ପୋଲିସ ବୁଲଡୋଜର ବୁଲାଇ ସବୁକିଛି ଭାଙ୍ଗି ଦେଇଛି ।
ଭୁବନେଶ୍ଵର: ପ୍ରଥମେ ବାନ୍ଧିଲେ, ଏବେ ଭାଙ୍ଗୁଛନ୍ତି । ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତର ଡେଣା ଭାଙ୍ଗିଛି କମିଶନରେଟ୍ ପୋଲିସ । ସରକାରୀ ଜମିରେ ହତ୍ୟା ଅଭିଯୁକ୍ତ କରିଥିବା ଦୋକାନରେ ପୋଲିସ ବୁଲଡୋଜର ବୁଲାଇ ସବୁକିଛି ଭାଙ୍ଗି ଦେଇଛି ।

ବିଲ୍ଡର ସସ୍ମିତ ବିଶ୍ଵାଳ ଓରଫ ଚିନ୍ମୟ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ସରକାରୀ ଜମିରେ ରାସନ ଦୋକାନ ସହ ଫାଷ୍ଟ ଫୁଡ୍ ଦୋକାନ କରି ଅଞ୍ଚଳରେ ପତିଆରା ଜାହିର କରୁଥିଲେ ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତି ।

ଏଥିସହ ପଢ଼ନ୍ତୁ: କଟକରେ ବଡ଼ ଅଘଟଣ, ଭୁଶୁଡ଼ିଲା ପୁରୁଣା କୋଠା; ଚାଲିଗଲା ୩ ଜୀବନ

ଗତ ଏପ୍ରିଲ ମାସରେ ଭୁବନେଶ୍ୱର ଏୟାରଫିଲ୍ଡ ଅଞ୍ଚଳରେ ବିଲ୍ଡର ସସ୍ମିତ ବିଶ୍ୱାଳଙ୍କୁ ପିଟି ପିଟି ହତ୍ୟା କରିଥିଲେ ଅଭିଯୁକ୍ତ । ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତିଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ହତ୍ୟା ମାମଲାର କିଛି ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଛି ।

ତଦନ୍ତ ଆଗକୁ ବଢ଼ୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଟୁଲୁ ମହାନ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟୁଲୁ ମହାନ୍ତିର ଦୋକାନ ଉପରେ ବୁଲଡୋଜର ବୁଲାଇଛି । ସରକାରୀ ଜମିରେ ଦୋକାନ ଘର କରି ବାରମ୍ବାର ଅପରାଧରେ ସମ୍ପୃକ୍ତ କରୁଥିଲା ଟୁଲୁ ।

ନିଶା ମାଫିଆ ହୁଅନ୍ତୁ କି ହତ୍ୟା ଅଭିଯୁକ୍ତ । ସେମାନଙ୍କ ବିରୋଧରେ କମିଶନରେଟ୍ ପୋଲିସ ଆପଣାଉଛି ଶୂନ୍ୟ ସହନଶୀଳତା ନୀତି । ୟୁପି ଢାଞ୍ଚାରେ ଅପରାଧୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ଏଥିସହ ପଢ଼ନ୍ତୁ: ଜେଲ୍‌ରେ ବିକ୍ରମ ଓ ପିଣ୍ଟୁ, ଅଜଣା ନମ୍ବରରୁ ପୀତବାସଙ୍କ ପରିବାରକୁ କିଏ ଦେଉଛି ଧମକ ?

ଏହା ପୂର୍ବରୁ ବହୁଚର୍ଚ୍ଚିତ ସହଦେବ ନାୟକ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତର କେଦାରପଲି ବସ୍ତିରେ ଥିବା ଘରକୁ ମାଟିରେ ମିଶାଇଥିଲା କ୍ୟାପିଟାଲ ଥାନା ପୋଲିସ । ସେହିଭଳି ନୟାପଲୀ ଅଞ୍ଚଳରେ ନିଶା ମାଫିଆ ଝରଣା ନାୟକର ଘରକୁ ପୋଲିସ ଭାଙ୍ଗିଥିଲା । ସରକାରୀ ଜମିରେ ଘର କରି ନୟାପଲୀ ଅଞ୍ଚଳରେ ଝରଣ କରୁଥିଲା ବ୍ରାଉନସୁଗାର କାରବାର ।

ତେବେ ପୋଲିସ, ଅପରାଧୀଙ୍କ ଘର ଭାଙ୍ଗିବା ନୂଆ କଥା ନୁହେଁ । ଯେଉଁ ମାନେ ସରକାରୀ ଜାଗାରେ ଘର କରି ନିଶା କାରବାର ଅବା ଅପରାଧୀଙ୍କୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଚେତାବନୀ ଦେଉଛି । ଆଉ ପୋଲିସର ଏଭଳି ପଦକ୍ଷେପ ଅପରାଧକୁ ରୋକିବାରେ କେତେ ଦୂର ସହାୟକ ହେଉଛି ତାହା ଦେଖିବାର କଥା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhubaneswar Police Bulldozes Murder Accused’s Illegal Shop in Crackdown Action | Argus News | Argus News