Pitabas Panda Murder Case / ଜେଲ୍ରେ ବିକ୍ରମ ଓ ପିଣ୍ଟୁ, ଅଜଣା ନମ୍ବରରୁ ପୀତବାସଙ୍କ ପରିବାରକୁ କିଏ ଦେଉଛି ଧମକ ?
·10 months ago·3 min read

Key Points
ଦିବଙ୍ଗତ ପୀତବାସ ପଣ୍ଡାଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ନେଇ ଅଭିଯୋଗ ପରେ ମିଳିଛି ସୁରକ୍ଷା । ପୀତବାସଙ୍କ ପରିବାରକୁ ଏବେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଇଛି ପୋଲିସ । ସାଧା ପୋଷାକରେ ପୋଲିସ, ପୀତବାସଙ୍କ ଘର ଆଗରେ ପ୍ରହରା ଦେଉଥିବା ଦେଖିବାକୁ ମିଳିଛି ।
ବ୍ରହ୍ମପୁର: ହାଇପ୍ରୋଫାଇଲ୍ ପୀତବାସ ପଣ୍ଡାଙ୍କ ହତ୍ୟାକୁ ମାସେ ବିତିଥିବା ବେଳେ ଆସୁଛି ଧମକପୂର୍ଣ୍ଣ କଲ୍ । ଦୁଇଟି ଅଜଣା ନମ୍ବରରୁ ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ଆସୁଛି । ଏନେଇ ପୀତବାସଙ୍କ ପତ୍ନୀ ସୁସ୍ମିତା ପଣ୍ଡା ଓ ତାଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲେ ।
ଦିବଙ୍ଗତ ପୀତବାସ ପଣ୍ଡାଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ନେଇ ଅଭିଯୋଗ ପରେ ମିଳିଛି ସୁରକ୍ଷା । ପୀତବାସଙ୍କ ପରିବାରକୁ ଏବେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଇଛି ପୋଲିସ । ସାଧା ପୋଷାକରେ ପୋଲିସ, ପୀତବାସଙ୍କ ଘର ଆଗରେ ପ୍ରହରା ଦେଉଥିବା ଦେଖିବାକୁ ମିଳିଛି ।
ଶନିବାର ଦିବଙ୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାର ପ୍ରେସମିଟ୍ କରିଥିଲେ । ହତ୍ୟା ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ପୀତବାସଙ୍କ ପତ୍ନୀ ସୁସ୍ମିତା ଏବଂ ଭାଇ ପୂର୍ଣ୍ଣଚନ୍ଦ୍ର । ବିକ୍ରମ ପଣ୍ଡାଙ୍କ ନାଁରେ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିବା କହିଛନ୍ତି ।
ଏଥିସହ ପଢ଼ନ୍ତୁ: ସୁସ୍ମିତା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ 'ମୋ ପରିବାରକୁ ସୁରକ୍ଷା ଦିଅ'
ସୁସ୍ମିତା କହିଛନ୍ତି, "ସ୍ଵାମୀଙ୍କ ହତ୍ୟାରେ ବିକ୍ରମ ପଣ୍ଡାଙ୍କ ଶତ ପ୍ରତିଶତ ସମ୍ପୃକ୍ତି ରହିଛି । ଆମ ଜୀବନ ପ୍ରତି ବିପଦ ରହିଛି ।" ଏହା କହି ସୁରକ୍ଷା ମାଗିବା ସହ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ନ୍ୟାୟ ମାଗିଛନ୍ତି ପୀତବାସଙ୍କ ପତ୍ନୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ କହିଛନ୍ତି, "ମାମଲା ପ୍ରତ୍ୟାହାର ପାଇଁ ଧମକପୂର୍ଣ୍ଣ କଲ୍ ଆସୁଛି । ପୁଅ ସୌରଭକୁ ଗତ ୨୭ ଓ ୨୮ ତାରିଖରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ବିକ୍ରମ ପଣ୍ଡାଙ୍କ ନାଁରେ ଧମକ ଆସୁଛି । ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ବିକ୍ରମ ପଣ୍ଡାଙ୍କ ନାଁ ନେଉଛନ୍ତି କଲର୍ ।"
ପୀତବାସଙ୍କୁ ହତ୍ୟା ପରେ ବିକ୍ରମ ପଣ୍ଡା ଘରକୁ ଆସିଥିଲେ । ପରିବାରକୁ ସାନ୍ତ୍ଵନା ମଧ୍ୟ ଦେଇଥିଲେ । ସେତେବେଳେ ସୁସ୍ମିତା କହିଥିଲେ, "ଆପଣ ଦୁହେଁ ୩୫ ବର୍ଷର ସାଙ୍ଗ ।" ବିକ୍ରମ ପଣ୍ଡା କହିଥିଲେ, "ଯିଏ ହତ୍ୟା କରିଛି ସିଏ ଧରା ପଡ଼ିବ ।" କିନ୍ତୁ ବିକ୍ରମ ପଣ୍ଡାଙ୍କୁ ପୋଲିସ ଯେତେବେଳେ ହତ୍ୟା ଅଭିଯୁକ୍ତ ଭାବେ ଧରିଲା, ଆଶ୍ଚର୍ଯ୍ୟ ଲାଗିଲା ବୋଲି କହିଛନ୍ତି ପୀତବାସଙ୍କ ପତ୍ନୀ ।
ସେ କହିଛନ୍ତି, "ଆମେ କେବେ ଭାବି ନଥିଲୁ ତାଙ୍କ ସାଙ୍ଗ ହତ୍ୟା କରି ଦେବେ ବୋଲି । ଆମ ଜୀବନପ୍ରତି ବିପଦ ଅଛି, ଭୟରେ ଘର ଭିତରେ ରହୁଛୁ । ପୋଲିସ ତଦନ୍ତ ଉପରେ ଭରସା ଅଛି । ମୋ ସ୍ୱାମୀଙ୍କୁ ଯେମିତି ମାରିଛନ୍ତି ସେମିତି ଦଣ୍ଡ ମିଳୁ ।"
ପୀତବାସଙ୍କ ଭାଇ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଧମକପୂର୍ଣ୍ଣ କଲ୍ ଆସିବା ପରେ ପୁରା ପରିବାର ଭୟଭୀତ ଥିବା କହିଛନ୍ତି ପୂର୍ଣ୍ଣଚନ୍ଦ୍ର । ଟ୍ରୁ କଲରରେ ଗୋଟିଏ ନମ୍ବର ଭିକି ନାଁ ଆସୁଥିବା ବେଳେ ଅନ୍ୟଟିରେ ଆସୁଛି ପରିମଳ ଦାସଙ୍କ ନାଁ ।
ଏବେ ସୁଦ୍ଧା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରି ସାରିଛି । ତଥାପି ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ଆସିବା ପରେ ବିକ୍ରମ ପଣ୍ଡା ହିଁ ଦୋଷୀ ବୋଲି କହିଛନ୍ତି ପୀତବାସଙ୍କ ପରିବାର । ଏନେଇ ପୋଲିସକୁ ଲିଖିତ ଭାବେ ପୀତବାସଙ୍କ ପରିବାର ଜଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: ୨୦ ଜଣଙ୍କୁ ଦୁଷ୍କର୍ମ, ୧୮ ଜଣଙ୍କୁ ହତ୍ୟା; ତଥାପି ଜେଲ୍ରେ ଥାଇ କରୁଛନ୍ତି ଅୟସ୍

ଅନ୍ୟପଟେ ପୀତବାସ ପଣ୍ଡାଙ୍କ ପାଇଁ ଲଢ଼ିବେ ୨୦୯ ଆଇନଜୀବୀ । ଏଥିପାଇଁ ୨୦୯ ଜଣ ଆଇନଜୀବୀ ବ୍ରହ୍ମପୁର SDJM କୋର୍ଟଙ୍କ ନିକଟରେ ଓକିଲାତିନାମା ଦାଖଲ କରିଛନ୍ତି । ପୂର୍ବରୁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବିକ୍ରମ ପଣ୍ଡା, ଚିଣ୍ଟୁ ଦାଶ, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କ ପାଇଁ ୫୩ ଜଣ ଆଇନଜୀବୀ ଓକିଲାତିନାମା ଦାଖଲ କରିଥିଲେ ।
ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡକୁ ମାସେ ପୂରିଥିବା ବେଳେ ବୁଧବାର ଗୁଳିକାଣ୍ଡ ସ୍ଥଳରେ ପୋଲିସ୍ କରିଥିଲ କ୍ରାଇମ୍ ସିନ୍ ରିକ୍ରିଏସନ୍ । ଅକ୍ଟୋବର ୬ କୁମାର ପୂର୍ଣ୍ଣିମା ରାତିରେ ସାର୍ପ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ କିଭଳି ଭାବେ ପୀତବାସଙ୍କୁ ଗୁଳି କରିଥିଲେ ତାହା ପୋଲିସକୁ ଦେଖାଇଥିଲେ ।
କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।

Related Topics
Explore more stories