Gun Mafia in Bhubaneswar / ଷ୍ଟେସନ ପଛ ପଟୁ ବନ୍ଧୁକ ମାଫିଆଙ୍କୁ ମାଡ଼ି ବସିଲା ପୋଲିସ; ବିହାର ଲମ୍ବିଛି ଲିଙ୍କ୍
·8 months ago·2 min read

Key Points
କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଡିଲ୍ ବେଳେ ୨ ଅଭିଯୁକ୍ତଙ୍କୁ ଧରିଛି । ଗୋଟିଏ କାରବାଇନ୍ ସହ ୫ଟି ସେମି ଅଟୋମେଟିକ୍ ପିସ୍ତଲ, ୯ ଗୁଳି ଜବତ କରିଛି ପୋଲିସ ।
ଭୁବନେଶ୍ଵର: କମିଶନରେଟ୍ ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ଦୁଇ ବନ୍ଧୁକ ମାଫିଆ । ଏକ ବଡ଼ ଆନ୍ତଃରାଜ୍ୟ ବନ୍ଧୁକ ଚୋରାଚାଲାଣ ସିଣ୍ଡିକେଟ୍ର ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ।
ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ବିଶ୍ଵସ୍ତ ସୂତ୍ରରୁ କମିଶନରେଟ ପୋଲିସ ଏହି ୨ ଅଭିଯୁକ୍ତଙ୍କ ବାବଦରେ ସୂଚନା ପାଇଥିଲା । ସୂଚନା ପରେ ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ସ୍ପେଶାଲ କ୍ରାଇମ୍ ୟୁନିଟର କର୍ମଚାରୀ ।
ଏଥିସହ ପଢ଼ନ୍ତୁ: ତେର୍ଛା ତୀର ମାରିଲେ ଶ୍ରୀମୟୀ; 'ନୂଆପଡ଼ା ଭୋଟ୍ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର'
କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଡିଲ୍ ବେଳେ ୨ ଅଭିଯୁକ୍ତଙ୍କୁ ଧରିଛି । ଗୋଟିଏ କାରବାଇନ୍ ସହ ୫ଟି ସେମି ଅଟୋମେଟିକ୍ ପିସ୍ତଲ, ୯ ଗୁଳି ଜବତ କରିଛି ପୋଲିସ । ଏକାଧିକ ମୋବାଇଲ୍ ଜବତ କରି ଏହା ପଛରେ କାର୍ଯ୍ୟ କରୁଥିବା ସିଣ୍ଡିକେଟକୁ ଧରିବାକୁ ପୋଲିସ ପ୍ରୟାସ ଆରମ୍ଭ କରିଛି ।
ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ କହିଛନ୍ତି, ପୋଲିସ ମୂଳ ପର୍ଯ୍ୟନ୍ତ ଯିବ । ବିହାରର ମୁଙ୍ଗେରରେ ଏହି ବନ୍ଧୁକ ତିଆରି ହେଉଥିଲା । ଏମାନେ ସେଠାରୁ ବନ୍ଧୁକ ଆଣି ଭୁବନେଶ୍ଵରରେ ବିକ୍ରି କରୁଥିଲେ । ବନ୍ଧୁକ ଚୋରାଚାଲାଣରେ ଆନ୍ତଃରାଜ୍ୟ ସମ୍ପର୍କ ରହିଛି ।
ଏବେ ଭୁବନେଶ୍ଵରରେ ବନ୍ଧୁକ ସପ୍ଲାଏ ପାଇଁ ଆସିଥିବା ବେଳେ ପୋଲିସ ସେମାନଙ୍କୁ ଟ୍ରାପ୍ କରି ଧରିଛି । କେଉଁଠି କେଉଁଠି ଗିରଫ ଦୁହେଁ ବନ୍ଧୁକ ଯୋଗାଣ କରିଛନ୍ତି, ତାର ସନ୍ଧାନ କରୁଛି ପୋଲିସ । ଗିରଫ ଦ୍ଵୟ ହେଲେ ଦିବ୍ୟାଂଶୁ ଓ ଚନ୍ଦନ । ଆଗରୁ ଉଭୟ ଆସି ବନ୍ଧୁକ ବିକ୍ରି କରିଥିଲେ । ଏବେ ଉଭୟ ଧରାପଡ଼ିଥିବା ବେଳେ ବିହାର ପୋଲିସକୁ ବି ଏନେଇ ଅବଗତ କରାଯିବ ବୋଲି କହିଛନ୍ତି କମିଶନରେଟ ପୋଲିସ ।
ଏଥିସହ ପଢ଼ନ୍ତୁ: ଚ୍ୟାଲେଞ୍ଜ ହାରିଗଲେ ପ୍ରଶାନ୍ତ, ରାଜନୀତି ଛାଡ଼ିଦେବେ ତ ? ନହେଲେ ମୁହଁ ଦେଖାଇବେ କେମିତି...
ବର୍ଷକ ମଧ୍ୟରେ ରାଜ୍ୟ ବାହାର ଏବଂ ଭିତରର ୫୦ ଜଣ ବନ୍ଧୁକ ମାଫିଆଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି ପୋଲିସ । ସେଥିରେ ଅଛନ୍ତି ଜମି ମାଫିଆ, ଗୋ ମାଫିଆ, ନିଶା ବେପାରୀ ଏବଂ ଖଣି ମାଫିଆ । ନିଜର ଦବଦବା ଏବଂ ଭାଇଗିରି ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଥିଲେ । ୧୭ ସେପ୍ଟେମ୍ବରରେ ଭୁବନେଶ୍ୱରରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ କବ୍ଜାରେ ପଡ଼ିଥିଲେ ଏକ ବଡ଼ଧରଣର ବନ୍ଧୁକ ମାଫିଆ ଗ୍ୟାଙ୍ଗ୍ । ଦୀର୍ଘ ୧୭ ବର୍ଷ ଧରି ଏହି ତିନି ଜଣିଆ ଗ୍ୟାଙ୍ଗ କରୁଥିଲେ ବନ୍ଧୁକ ବେପାର ।
ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ କରୁଥିଲେ ବନ୍ଧୁକ ଚୋରା ଚାଲାଣ । ସେମାନଙ୍କ ପାଖରୁ ୮ଟି ବିହାରୀ ବନ୍ଧୁକ, ୩୪ ରାଉଣ୍ଡ ଗୁଳି, ୧୦ଟି ମାଗାଜିନ୍ ଓ ୩ଟି କାର୍ ଜବତ କରାଯାଇଥିଲା । ସେହିଭଳି ସେପ୍ଟେମ୍ବର ୨୭ ତାରିଖରେ ଆଉ ଜଣେ ବନ୍ଧୁକ ବେପାରିକୁ ଗିରଫ କରିଥିଲା କମିସନରେଟ ପୋଲିସ । ତା ନିକଟରୁ ୧୦ଟି ବନ୍ଧୁକ ଏବଂ ୮ ରାଉଣ୍ଡ ଗୁଳି ଜବତ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories