Videos
|
Odisha

Onion Price Hike / ହାଣ୍ଡିଶାଳରୁ ଲୁହ ଗଡ଼ାଉଛି ପିଆଜ, ସପ୍ତାହରେ କିଲୋ ପିଛା ଦର ୩୦ ଟଙ୍କା ବୃଦ୍ଧି

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ହାଣ୍ଡିଶାଳରୁ ଲୁହ ଗଡ଼ାଉଛି ପିଆଜ, ସପ୍ତାହରେ କିଲୋ ପିଛା ଦର ୩୦ ଟଙ୍କା ବୃଦ୍ଧି
Onion Price Hike

Key Points

ପିଆଜ ମାରିଲା ଲମ୍ବଡ଼ିଆଁ
କିଲୋ ୨୫-୩୦ ଟଙ୍କାରୁ ସିଧା ୬୦
ଖୁଚୁରା ବଜାରରେ ବେପାରୀଙ୍କ ମନଇଚ୍ଛା ଦର
ପିଆଜ ମାରିଛି ଲମ୍ବ ଡିଆଁ । ଖାଉଟିଙ୍କ ଉପରେ ମହଙ୍ଗାମାଡ଼ । ହାଣ୍ଡିଶାଳକୁ ପହଞ୍ଚିବା ବେଳକୁ ପିଆଜ କିଲୋ ୬୦ ଟଙ୍କା ଛୁଇଁଲାଣି । ଘରୋଇ ଉତ୍ପାଦନ କମ୍ ଏବଂ ରାଜ୍ୟ ବାହାରୁ ଆମଦାନୀ ପ୍ରଭାବିତ ହୋଇଥିବାରୁ ପିଆଜ ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି ।

ଗୋଟିଏ ସପ୍ତାହରେ ପିଆଜ କିଲୋ ପିଛା ଦର ୩୦ ଟଙ୍କା ବୃଦ୍ଧି ପାଇଛି । ଗତ ସପ୍ତାହରେ ପିଆଜ କିଲୋ ପିଛା ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ତାହା ବଢ଼ି ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ସେହିଭଳି ଖୁଚୁରା ବଜାରରେ ବେପାରୀ ମନଇଛା ଦର କଷି ଚାଲିଛନ୍ତି । ଏହାର ସିଧାସଳଖ ପ୍ରଭାବ ଖାଉଟ ଉପରେ ପଡ଼ିଛି ।

ଅଧିକ ପଢ଼ନ୍ତୁ: ଭାଇ ହାତରେ ରାକ୍ଷୀ କେଉଁ ଦିନ ବାନ୍ଧିବେ ? ଅଗଷ୍ଟ ୨୭ ନା ୨୮...ଦୂର କରନ୍ତୁ ଦ୍ଵନ୍ଦ୍ଵ


ପିଆଜ ଉପରେ ସାଧାରଣତଃ ଓଡ଼ିଶା ଉତ୍ତରପ୍ରଦେଶ, ନାସିକ ଉପରେ ନିର୍ଭର କରେ । ନାସିକରେ ପିଆଜ ବନ୍ୟା ପାଇଁ କ୍ଷତିଗ୍ରସ୍ତ ହୋଇଛି । ଏହାର ପ୍ରଭାବରେ ପିଆଜ ଦର ବୃଦ୍ଧି ପାଇଛି । ବର୍ତ୍ତମାନ ଭୁବନେଶ୍ୱରରେ ପିଆଜର ପାଇକାରୀ ଦର ୩୮ ରୁ ୪୦ ଟଙ୍କା ରହିଛି । କିନ୍ତୁ ଖୁଚୁରା ବେପାରୀ ବାହାରେ ୫୦ ରୁ ୬୦ ଟଙ୍କାରେ ବିକ୍ରି କରୁଛନ୍ତି । ଏପଟେ ଏବେ ପିଆଜ ଦର କମିବ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ସଭାପତି ।

ରାଜ୍ୟରେ ପନିପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଜିନିଷର ଦର ଗତ କିଛି ଦିନ ମଧ୍ୟରେ ଅହେତୁକ ବୃଦ୍ଧି ପାଇଛି । ଏହି ଦର ବୃଦ୍ଧି ଗ୍ରାହକଙ୍କ ପକେଟକୁ ଅଧିକ ବାଧୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ପିଆଜର ମୂଲ୍ୟବୃଦ୍ଧିକୁ ଦୃଷ୍ଟିରେ ରଖି ଆକ୍ସନ ମୋଡ୍‌ରେ ଯୋଗାଣ ବିଭାଗ । ଭୁବନେଶ୍ୱର ଆଇଗଣିଆ ଡିପୋରେ ମହଜୁଦ ଥିବା ପିଆଜର ପରିମାଣ ଯାଞ୍ଚ କଲେ ବିଭାଗୀୟ ଟିମ୍ । ଅତିରିକ୍ତ ଯୋଗାଣ ଅଧିକାରୀ ହିମାଂଶୁ ଦତ୍ତଙ୍କ ନେତୃତ୍ୱରେ ଯାଞ୍ଚ କରାଯାଇଛି । ଡିପୋରେ କେତେ ପରିମାଣର ପିଆଜ ମହଜୁଦ ରହିଛି, ତାହାର ଷ୍ଟକ୍ ଯାଞ୍ଚ କରାଯାଇଛି। ପିଆଜ ଦର ବୃଦ୍ଧି ପଛରେ କୃତ୍ରିମ ଅଭାବ କି ସେ ଦିଗରେ ମଧ୍ୟ ବିଭାଗ ନଜର ରଖିଛି ।
Onion Prices Surge by Rs 30 Per Kg in a Week, Retail Rate Touches Rs 60 | Argus News Odia