Shocking Incident / ସ୍କୁଲ୍ ହଷ୍ଟେଲ୍ ଗାର୍ଡଙ୍କ ଜଘନ୍ୟ କାଣ୍ଡ; ୫ ବର୍ଷର ବାଳକ ସହ ଅପ୍ରାକୃତିକ ସମ୍ପର୍କ ପରେ କାଟିଦେଲା ତଣ୍ଟି
·1 hour ago·2 min read

Key Points
ହତ୍ୟା ମାମଲାର ପୋଲିସ ଛାନଭିନ୍ କରୁଥିବା ବେଳେ ସାମ୍ନାକୁ ଆସିଛି ଭୟଙ୍କର ସତ । ସ୍କୁଲ୍ କ୍ୟାଣ୍ଟିନ ଦାୟିତ୍ଵରେ ଥିବା ଗାର୍ଡ ଅପରାଧ ସ୍ଵୀକାର କରିଛି ।
ପାଟନା: ଘରୋଇ ସ୍କୁଲ୍ ହଷ୍ଟେଲରେ ୫ ବର୍ଷର ବାଳକକୁ ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ପୋଲିସ । ସ୍କୁଲ୍ ହଷ୍ଟେଲର ଗାର୍ଡ ଏହି ହତ୍ୟାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଏତେ ବଡ଼ ବିଭତ୍ସ କାଣ୍ଡ ପରେ ରହିଛି ଗାର୍ଡ ଜଣଙ୍କର କୁତ୍ସିତ ମାନସିକତା । ଯାହା ପୋଲିସ ତଦନ୍ତ ପରେ ପଦାକୁ ଆସିଛି ।
ଚଳିତ ସପ୍ତାହ ଆରମ୍ଭରେ ବିହାର ଜେହନାବାଦର ଏକ ଘରୋଇ ଆବାସିକ ସ୍କୁଲ୍ ହଷ୍ଟେଲରେ ହତ୍ୟାକାଣ୍ଡ ଘଟିଥିଲା । ହଷ୍ଟେଲ ପରିସରରୁ ୫ ବର୍ଷୀୟ ବାଳକକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦ୍ଧାର କରାଯାଇ ମେଡିକାଲ୍ ନିଆ ଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ନାବାଳକ ଆଖି ବୁଜିଛନ୍ତି ।
ଏଥିସହ ପଢ଼ନ୍ତୁ: ଉପର ମହଲାରେ ଥିଲା ବଡ଼ ଭାଇ; ତଳ ମହଲାରେ ସାନ ଭାଇ ସହ ଚାଲିଥିଲା ଅତ୍ୟାଚାର
ହତ୍ୟା ମାମଲାର ପୋଲିସ ଛାନଭିନ୍ କରୁଥିବା ବେଳେ ସାମ୍ନାକୁ ଆସିଛି ଭୟଙ୍କର ସତ । ସ୍କୁଲ୍ କ୍ୟାଣ୍ଟିନ ଦାୟିତ୍ଵରେ ଥିବା ଗାର୍ଡ ଅପରାଧ ସ୍ଵୀକାର କରିଛି । ପୋଲିସ ଆଗରେ ଗାର୍ଡ ମାନିଛି, ନାବାଳକ ସହ ଅପ୍ରାକୃତିକ ସମ୍ପର୍କ ରଖିବା ପରେ ସେ ହିଁ ତଣ୍ଟି କାଟି ଦେଇଥିଲା ।
ହତ୍ୟାରେ ବ୍ୟବହୃତ ଧାରୁଆ ବ୍ଲେଡ୍କୁ ପୋଲିସ ଜବତ ରିଛି । ଏଥିସହ ୪୬ ବର୍ଷୀୟ ଗାର୍ଡ ମୁକେଶ ଓରଫ ସୁଦାମାକୁ ଗିରଫ କରିଛି ପୋଲିସ । ପୂର୍ବରୁ ପୋଲିସ ସ୍କୁଲର ମାଲିକ ତରୁଣ କୁମାରକୁ ମଧ୍ୟ ଏହି ମାମଲାରେ ଗିରଫ କରିଥିଲା ।
ପୋଲିସ ତଦନ୍ତ ବେଳେ ଜଣାପଡ଼ିଛି ଯେ, ହତ୍ୟା ଅଭିଯୁକ୍ତ ମୁକେଶର ସ୍ତ୍ରୀ ତାକୁ ବର୍ଷେ ତଳେ ଛାଡ଼ି ପଳାଇଛି । ଆଉ ହଷ୍ଟେଲର ଛୁଆ ମୁକେଶକୁ ଚିଡ଼ାଇବାକୁ ଯାଇ 'ନପୁଂସକ' କହୁଥିଲେ । ଯାହାକୁ ନେଇ ମୁକେଶ ବିରକ୍ତ ହୋଇ ପଡ଼ିଥିଲା ବୋଲି କହିଛନ୍ତି ଏସ୍ପି ଅପ୍ରାଜିତ ଲୋହାନ ।
ଏହାଛଡ଼ା ହଷ୍ଟେଲ ଅପରେଟର ସହ ଗାର୍ଡ ମୁକେଶର ପୂର୍ବରୁ ବିବାଦ ଲାଗି ରହିଥିଲା । ହଷ୍ଟେଲକୁ ବଦନାମ କରିବା ଏପରିକି ବନ୍ଦ କରାଇଦେବା ନେଇ ଧମକ ଦେଇ ଆସୁଥିଲା ମୁକେଶ ।
ରବିବାର ରାତିରେ ପୀଡ଼ିତ ବାଳକକୁ ପ୍ରଲୋଭନ ଦେଖାଇ ମୁକେଶ ତାର କୋଠରୀକୁ ନେଇ ଯାଇଥିଲା । ସେଠାରେ ଅପ୍ରାକୃତିକ ସମ୍ବନ୍ଧ ରଖିଥିଲା । ଏହାପରେ ନାବାଳକ କାହାରିକୁ କହିଦେବା ଏବଂ ଧରା ପଡ଼ିବା ଭୟରେ ତଣ୍ଟି କାଟି ଦେବା ସହ ନାବାଳକକୁ ରକ୍ତାକ୍ତ ଅବସ୍ଥାରେ ହଷ୍ଟେଲ ସିଡ଼ିରେ ପକାଇ ଦେଇଥିଲା ।
ଏଥିସହ ପଢ଼ନ୍ତୁ: ପୋଲିସଠୁ ବର୍ତ୍ତିବାକୁ ରାଜ୍ୟ ରାଜ୍ୟ ବୁଲୁଥିଲେ ହତ୍ୟା ଅଭିଯୁକ୍ତ, ଧରା ପକାଇଦେଲା ଗୋଟିଏ ଭୁଲ୍
ମୃତ ଛୁଆର ବାପା ଅଜୟ ଶର୍ମାଙ୍କ ଅଭିଯୋଗ କ୍ରମେ, ଏପ୍ରିଲ୍ ସକାଳ ପ୍ରାୟ ୫ଟା ୨୦ରେ ଫୋନ୍ ଆସିଥିଲା । ସ୍କୁଲ୍ର ଅଧ୍ୟକ୍ଷ ତରୁଣ କୁମାର ଫୋନ୍ କରି ପୁଅ ଗୁରୁତର ଅସୁସ୍ଥ ଥିବା ଜଣାଇଥିଲେ । ପୁଅ ଆଶୁକୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ଜଣାଇଥିଲେ ।
ଫୋନ୍ର ୧୫ ମିନିଟ୍ ପରେ ଅଜୟ ମେଡିକାଲ୍ରେ ପହଞ୍ଚିଥିଲେ । ସେତେବେଳକୁ ଆଶୁ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଦେହ ସାରା କେବଳ କଟା ଦାଗ ଥିଲା । ତଣ୍ଟିରେ ଛେଦ ସହ ଯୌନାଙ୍ଗ କାଟି ଦିଆଯାଇଥଲା । ଆଖି ପତ୍ତା ନଷ୍ଟ କରି ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories