Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦେଢ଼ ମାସର ଲୁଚକାଳି ପରେ ଧରାପଡ଼ିଲା ନରହନ୍ତା ଡ୍ରାଇଭର୍, ରେସିଂ ବେଳେ ମାଆଝିଅଙ୍କୁ ଚଢ଼ାଇ ଦେଇଥିଲା ଗାଡ଼ି

Crime

Hit And Run / ଦେଢ଼ ମାସର ଲୁଚକାଳି ପରେ ଧରାପଡ଼ିଲା ନରହନ୍ତା ଡ୍ରାଇଭର୍, ରେସିଂ ବେଳେ ମାଆଝିଅଙ୍କୁ ଚଢ଼ାଇ ଦେଇଥିଲା ଗାଡ଼ି

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଦେଢ଼ ମାସର ଲୁଚକାଳି ପରେ ଧରାପଡ଼ିଲା ନରହନ୍ତା ଡ୍ରାଇଭର୍, ରେସିଂ ବେଳେ ମାଆଝିଅଙ୍କୁ ଚଢ଼ାଇ ଦେଇଥିଲା ଗାଡ଼ି

Key Points

୨ ଜଣଙ୍କୁ ମାରିବା ପରେ ଦେଢ଼ ମାସ ହେଲା ଖେଳୁଥିଲା ଲୁଚକାଳି । ଶେଷରେ କିଲର୍ ଥାର୍ ଡ୍ରାଇଭରକୁ ଗିରଫ କରିଛି ପୋଲିସ ।

ଭୁବନେଶ୍ଵର: ରାଜପଥରେ ରେସିଂ । ୨ ଜଣଙ୍କୁ ମାରିବା ପରେ ଦେଢ଼ ମାସ ହେଲା ଖେଳୁଥିଲା ଲୁଚକାଳି । ଶେଷରେ କିଲର୍ ଥାର୍ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଅଗଷ୍ଟ ୯ ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ଅଭିଯୁକ୍ତ ସୋମନାଥ ବେହେରାକୁ ପୁରୀରୁ ଗିରଫ କରିଛି ।

ଇଏ ହେଉଛି ସେହି ସୋମନାଥ, ଯିଏ କି ରାକ୍ଷୀ ପୂର୍ଣ୍ଣିମା ଦିନ ଥାର୍ କାର୍ ଡ୍ରାଇଭ୍ କରୁଥିଲା । ଆଉ ରେସିଂ ବେଳେ ମାଆଝିଅଙ୍କ ଉପରେ ଆଖି ପିଛୁଳାକେ ଗାଡ଼ି ଚଢ଼ାଇ ଦେଇ ଫେରାର୍ ହୋଇ ଯାଇଥିଲା । ପୁରୀରୁ ସୋମନାଥକୁ ଖଣ୍ଡିଗିରି ପୋଲିସ ଗିରଫ କରିବା ସହ ଫେରାର୍‌ରେ ସହଯୋଗ କରିଥିବା ସନ୍ଦୀପ ମସ୍କରଙ୍କୁ କଟକରୁ ବାନ୍ଧିଛି ।


ଏଥିସହ ପଢ଼ନ୍ତୁ: "Emotion" ଉପରେ ଭାରି ପଡ଼ିଲା "Emoji", ଜେଜେଙ୍କ ଫଟୋ ପୋଷ୍ଟ ନେଇଗଲା ନାତି ଜୀବନ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗିରଫ ସୋମନାଥ ହେଉଛି ଉକ୍ତ କିଲ୍‌ର ଥାର୍‌ର ମାଲିକ ଆଉ ଡ୍ରାଇଭର୍ । ରେସିଂ ଦିନ ସୋମନାଥ ହିଁ ଥାର୍ ଚଲାଉଥିଲା । ଆଉ ମାଆଝିଅଙ୍କ ଉପରେ ଗାଡ଼ି ଚଢ଼ାଇବା ପରେ ଖସି ପଳାଇଥିଲା । ସୋମନାଥକୁ ଧରିବାକୁ ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରିବା ସହ ଆକାଉଣ୍ଟ ଫ୍ରିଜ୍ କରିଥିଲା । ଲୁକ୍ ଆଉଟ୍ ସର୍କୁଲାର୍ ଜାରି ପୋଲିସ ସୋମନାଥକୁ ଖୋଜୁଥିଲା ।

ଗତ ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମା ସନ୍ଧ୍ୟାରେ ପାତ୍ରପଡ଼ାରେ ଘଟିଥିଲା ଛାତିଥରା ଦୁର୍ଘଟଣା । ସ୍କର୍ପିଓ ଓ ଥାର୍ ରେସିଂ ବେଳେ ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶମା ରାଉଳଙ୍କ ମୃତ୍ୟୁ ହୋଇଥିଲା । ପରେ ମାଆ ରେବତୀ ରାଉଳଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ । ସୌଭାଗ୍ୟରୁ ବଞ୍ଚି ଯାଇଥିଲା ୩ ବର୍ଷର ପୁଅ । ଯାହାକୁ ନେଇ ପ୍ରବଳ ତୁମ୍ବି ତୋଫାନ ସହ ନ୍ୟାୟ ଦାବିରେ ରାସ୍ତାରୋକ କରିଥିଲେ ପାତ୍ରପଡା ଓ ଫୁଲେଶ୍ଵରୀ ବସ୍ତିବାସିନ୍ଦା ।


ଏଥିସହ ପଢ଼ନ୍ତୁ: ଭୟଙ୍କର ସ୍ଥିତି ! ରାସ୍ତାରେ ହଜାର ହଜାର ଲୋକ... ପଥର ମାରୁଛନ୍ତି, ପୋଲିସ ଗାଡ଼ି ଜାଳୁଛନ୍ତି


ସେତେବେଳେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ସହ ଥାର୍ ଗାଡ଼ିକୁ ଜବତ କରିଥିଲା ପୋଲିସ । ୪ ଜଣଙ୍କୁ ଗିରଫ କରି ପୋଲିସ ଜେଲ୍ ପଠାଇବା ସହ ସମସ୍ତ ଅଭିଯୁକ୍ତଙ୍କର ଡ୍ରାଇଭିଂ ଲାଇସେନ୍ସ ନିଲମ୍ବିତ କରିଥିଲା । ଏବେ ଥାର୍ ଚଢ଼ାଇଥିବା ଗାଡ଼ି ମାଲିକ ସହ ପୋଲିସ ଅନ୍ୟ ଜଣଙ୍କୁ ଗିରଫ କରିବା ପରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଥାର୍ ମାଲିକ ଗିରଫ ପରେ ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।

Related Topics

Explore more stories

Sponsored
Bhubaneswar Thar Hit-and-Run: Driver Arrested After Killing Mother & Child | Argus News | Argus News