Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଦାଦାବଟି ନ ଦେବାରୁ ହୋଟେଲ୍‌ରେ ଭଙ୍ଗାରୁଜା

Crime

Crime In Odisha / ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଦାଦାବଟି ନ ଦେବାରୁ ହୋଟେଲ୍‌ରେ ଭଙ୍ଗାରୁଜା

Sushanta Sahoo
Browse all articles by Sushanta Sahoo
·7 months ago·2 min read
ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ଦାଦାବଟି ନ ଦେବାରୁ ହୋଟେଲ୍‌ରେ ଭଙ୍ଗାରୁଜା

Key Points

ମଦ ପିଇବା ପାଇଁ ଚାଖଣା ମାଗିଥିଲେ ଦୁର୍ବୃତ୍ତ । ହେଲେ ହୋଟେଲ୍‌ରେ ଥିବା କର୍ମଚାରୀ ଚାଖଣା ନ ଦେବାରୁ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ହୋଟେଲ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଭିତରେ ପଶି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି ।
ଭୁବନେଶ୍ଵର: ସହର ପାଳୁଥିଲା ଦୀପାବଳି । ଛକ ଛକରେ ଜଗିଥିଲା ପୋଲିସ । ପଇଁତରା ମାରୁଥିଲା ପିସିଆର୍ ଭ୍ୟାନ୍ । ରାତି ପ୍ରାୟ ୧୦ଟା ହେବ ଭୁବନେଶ୍ଵରର ଭିଏସ୍ଏସ୍ ନଗର ସ୍ଥିତ 'ହୋଟେଲ୍ ଶ୍ରୀକ୍ଷେତ୍ର'ରେ ପହଞ୍ଚିଥିଲେ କିଛି ମଦ୍ୟପ । ହୋଟେଲ୍ ବନ୍ଦ ରହିଥିବା ବେଳେ କର୍ମଚାରୀଙ୍କ ବାରଣ ସତ୍ତ୍ଵେ ସେଠାରେ ମଦ୍ୟପାନ କରିଥିଲେ ।

ମଦ ପିଇବା ପାଇଁ ଚାଖଣା ମାଗିଥିଲେ ଦୁର୍ବୃତ୍ତ । ହେଲେ ହୋଟେଲ୍‌ରେ ଥିବା କର୍ମଚାରୀ ଚାଖଣା ନ ଦେବାରୁ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ହୋଟେଲ୍ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଭିତରେ ପଶି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି । ଏନେଇ ସହିଦନଗର ଥାନା ପୋଲିସରେ ଅଭିଯୋଗ କରିଛନ୍ତି ହୋଟେଲ ମାଲିକ । ଦାଦାବଟି ନ ଦେବାରୁ ଏଭଳି ଭଙ୍ଗାରୁଜା ହୋଇଥିବା ହୋଟେଲ ମାଲିକ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଦୀପାବଳି ରାତିରେ ହତ୍ୟାକାଣ୍ଡ; ନିଶାମୁକ୍ତି କେନ୍ଦ୍ରରେ ତଣ୍ଟି ଚିପିଦେଲେ ଅନ୍ତେବାସୀ

ହୋଟେଲର ତନ୍ଦୁରି ଭାଟି ସହ ମଦ୍ୟପମାନେ ଅନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି । ହୋଟେଲ୍ କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଛନ୍ତି । ହୋଟେଲ ମାଲିକଙ୍କ ଅଭିଯୋଗ ପରେ ନିକଟସ୍ଥ ବସ୍ତିରେ ଘରକୁ ଘର ଯାଇ ପୋଲିସ ଆରମ୍ଭ କରିଛି ସର୍ଚ୍ଚ ଅପରେସନ୍ । ହୋଟେଲରେ ଦୁର୍ବୃତ୍ତ ଭଙ୍ଗାରୁଜା କରିବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି ।

ଏହା ପୂର୍ବରୁ ସେପ୍ଟେମ୍ବର ୨୫ ତାରିଖରେ ଭିଏସ୍ଏସ୍ ନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ ଦେଖିବାକୁ ମିଳିଥିଲା । ହାତରେ ଖଣ୍ଡା ଆଉ କଟୁରୀ ଧରି ଜଣଙ୍କ ପଛରେ ଜଣେ ଗୋଡ଼ାଇ ଯାଇଥିଲେ । ଆଉ ତଳେ ପଡ଼ିବା କ୍ଷଣି ଚୋଟ ପରେ ଚୋଟ ପକାଇ ଚାଲିଥିଲେ ।

ଦିନ ଦ୍ଵିପ୍ରହରରେ ସମସ୍ତଙ୍କ ଆଖି ଆଗରେ ଏଭଳି ଘଟଣା ଘଟିଥିଲା । ଆକ୍ରମଣ ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଭୟଭୀତ ହୋଇ ପଡ଼ିଥିଲେ ରାଜଧାନୀ ବାସିନ୍ଦା । ଭିଡିଓରେ ଦେଖା ଯାଇଥିଲା, ଭିଏସ୍ଏସ୍ ନଗର ଓଭର୍ ବ୍ରିଜ୍‌ ପାଖରେ ଦୁଇ ଜଣ ଦୌଡ଼ୁଛନ୍ତି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ

ଆଗରେ ଦୌଡ଼ୁଥିବା ଯୁବକ ଜଣଙ୍କ ତଳେ ପଡ଼ିଯିବା ପରେ ପଛରେ ଖାଲି ଦେହରେ ଖଣ୍ଡା ଧରିଥିବା ଯୁବକ ଆକ୍ରମଣ କରୁଛନ୍ତି । ତଳେ ପଡ଼ିଥିବା ଯୁବକଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇ ଚାଲୁଛନ୍ତି । ଆଉ ତଳେ ପଡ଼ିଥିବା ଯୁବକ ଉଠିବା ମାତ୍ରେ ତେଲେଙ୍ଗା କଟୁରୀରେ ଆକ୍ରମଣକୁ ପ୍ରତିରୋଧ କରିବାକୁ ପ୍ରୟାସ କରୁଛନ୍ତି । ଶେଷରେ ଖଣ୍ଡା ଧରି ଆକ୍ରମଣ କରୁଥିବା ଯୁବକ ଦୌଡ଼ି ପଳାଉଛନ୍ତି ।

ଘଟଣାରେ ଆହତ ହୋଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଖଣ୍ଡାରେ ଆକ୍ରମଣ କରିଥିବା ଯୁବକ ଜଣଙ୍କ ଫେରାର୍ ରହିଥିବା ବେଳେ ପୋଲିସ ଛାନଭିନ୍ କରିଥିଲା । ଆକ୍ରମଣ କରିଥିବା ଓ ଆହତ ହୋଇଥିବା ଯୁବକ ଉଭୟ ନିକଟରେ ଥିବା ବସ୍ତି ଅଞ୍ଚଳରେ ରହୁଥିବା ଜଣାପଡ଼ିଥିଲା । ଆଉ ଏବେ ପୁଣି ଥରେ ସେହି ଭିଏସ୍ଏସ୍ ନଗର ଅଞ୍ଚଳର ହୋଟେଲ୍‌ରେ ଭଙ୍ଗାରୁଜା ପୋଲିସ ପାଇଁ ମୁଣ୍ଡବ୍ୟଥା ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Drunken Men Attack Hotel Staff in Bhubaneswar’s VSS Nagar on Diwali Night | Argus News | Argus News