Double Murder / ବେଲ୍ ନ ମିଳିବାରୁ ୨ ଜଣଙ୍କୁ ମାରିଦେଲେ, ହତ୍ୟା ପାଇଁ କୋର୍ଟରେ ଦେଇଥିଲେ ଧମକ
·1 hour ago·2 min read

Key Points
ରାଗ, ପ୍ରତିଶୋଧରେ ଡବଲ୍ ମର୍ଡର । ପୁରୁଣା ବିବାଦକୁ ନେଇ ରକ୍ତ ରଞ୍ଜିତ ହେଲା ଗାଁ । କୋର୍ଟ ପରିସରରେ ଅଭିଯୁକ୍ତ ୨ ଜଣଙ୍କୁ ମାରିବାକୁ ଧମକ ଦେଇଥିଲା । ଆଉ ଧମକର ୨ ଘଣ୍ଟା ଭିତରେ ଅଭିଯୁକ୍ତଙ୍କ ପରିବାର ଲୋକେ ମାମୁ, ଭଣଜାଙ୍କୁ ମାରିଦେଲେ ।
ପାଟନା: ଭୁଲ୍ ପରେ ପଶ୍ଚାତାପ କଲେ ରାଗ ଥମେ, ମନ ଶାନ୍ତ ହୁଏ । କିନ୍ତୁ ଗୋଟିଏ ଭୁଲ୍ ପରେ ରାଗିବା ଆଉ ପ୍ରତିଶୋଧର ନିଶା ଏକ ବଡ଼ ଅପରାଧ ପାଇଁ ବାଟ କଢ଼ାଇ ନିଏ । ଯେଉଁଥିପାଇଁ ଦିନ ଦ୍ଵି-ପ୍ରହରରେ ଦୁଇ ଦୁଇଟି ମୁଣ୍ଡ ଗଡ଼ିଛି । ପୁଅ ଜେଲ୍ରେ ଥିବାବେଳେ ମାମୁ, ଭଣଜାଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତର ପରିବାର ଲୋକେ ।
ରାଗ, ପ୍ରତିଶୋଧରେ ଏଭଳି ଡବଲ୍ ମର୍ଡର ହୋଇଛି ବିହାର ନୱାଦା ଜିଲ୍ଲାର ନରହଟ ଥାନା ଛୋଟି ପାଲି ଗାଁରେ । ପୁରୁଣା ବିବାଦକୁ ନେଇ ଗାଁ ରକ୍ତ ରଞ୍ଜିତ ହୋଇଛି । ସୋମବାର କୋର୍ଟ ପରିସରରେ ଅଭିଯୁକ୍ତ ୨ ଜଣଙ୍କୁ ମାରିବାକୁ ଧମକ ଦେଇଥିଲା । ଆଉ ଧମକର ୨ ଘଣ୍ଟା ଭିତରେ ଅଭିଯୁକ୍ତଙ୍କ ପରିବାର ଲୋକେ ପଡ଼ିଶାରେ ରହୁଥିବା ମାମୁ, ଭଣଜାଙ୍କୁ ମାରିଦେଲେ ।
ଏଥିସହ ପଢ଼ନ୍ତୁ: ପ୍ରମାଣ ଅଭାବରୁ ଅବଦୁର ରେହମାନକୁ ଖଲାସ କଲେ କୋର୍ଟ
ଗାଁ ଦାଣ୍ଡରେ ସମସ୍ତଙ୍କ ଆଗରେ ମାମୁ, ଭଣଜାଙ୍କ ଦେହରେ ଛୁରି ଭୁସି ଚାଲିଥିଲେ । ଗ୍ରାମବାସୀ ଅଟକାଇବାକୁ ଆସି ଆହତ ମଧ୍ୟ ହୋଇଛନ୍ତି । ଡବଲ୍ ମର୍ଡର୍ ପରେ ଗାଁରେ ଏବେ ଉତ୍ତେଜନା ଲାଗି ରହିଛି । ଫୋର୍ସ ମୁତୟନ କରାଯିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି ।
ପ୍ରତିଶୋଧର ଜ୍ଵାଳାରେ ଦୁଇ ଜଣଙ୍କୁ ହତ୍ୟା
ସୂଚନା ଅନୁସାରେ, ଉଭୟ ପରିବାର ମଧ୍ୟରେ ବିଗତ ୬ ମାସ ହେଲା ଝଗଡ଼ା ଲାଗି ରହିଥିଲା । ଯୁବତୀଙ୍କୁ ଦୁର୍ବ୍ୟବହାର, ମାଡ଼ ମାରିା ଏବଂ ଜମି ବିବାଦକୁ ନେଇ ବିବାଦ ପହଞ୍ଚିଥିଲା ଥାନାରେ । ଉଭୟ ପକ୍ଷ ଏତଲା ଦେଇଥିଲେ । ସୋମବାର ଅଭିଯୁକ୍ତ ପକ୍ଷର ପହୀମ ମଲ୍ଲିକ ଏକ ପୁରୁଣା ମାମଲାରେ ବେଲ୍ ପାଇଁ କୋର୍ଟ ଯାଇଥିଲେ । ହେଲେ କୋର୍ଟ ବେଲ୍ ନ ଦେଇ ଜେଲ୍ ପଠାଇଥିଲେ ।
କୋର୍ଟ ଜେଲ୍ ପଠାଇବା ପରେ ଅଭିଯୁକ୍ତ ପହୀମ ଓ ତାଙ୍କ ପରିବାର ହିଂସା ପରାଣୟ ହୋଇ ଉଠିଥିଲେ । ପୀଡ଼ିତଙ୍କ ପରିବା ଅନୁସାରେ, କୋର୍ଟରେ ହିଁ ପହୀମ ଧମକ ଦେଇଥିଲା । କହିଥିଲା, ୨ ଦିନରେ ତୁମ ଘରୁ ୨ ଜଣଙ୍କ ମୃତଦେହ ଉଠିବ । ହେଲେ ଆମେ କେବେ ଭାବି ନଥିଲୁ ମାତ୍ର ୨ ଘଣ୍ଟାରେ ଏହା ସତ ହୋଇଯିବ ।
ଏଥିସହ ପଢ଼ନ୍ତୁ: ନାବାଳିକାକୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା; ଘଟଣାର ୭୭ଦିନରେ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ
ମୃତକ ମହମ୍ମଦ ଅହମଦଙ୍କ ଦାଦାଙ୍କ ଅନୁସାରେ, ଆମେ କୋର୍ଟରୁ ଫେରିବା ଆଗରୁ ଅଭିଯୁକ୍ତ ପକ୍ଷ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ । ଅହମଦ ଓ କାଶିଫ ପହଞ୍ଚିବା ମାତ୍ରେ ଉଭୟଙ୍କୁ ଧରି ଆକ୍ରମଣ ଆରମ୍ଭ କରି ଦେଇଥିଲେ । ଅହମଦ ଓ କାଶିଫଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ହତ୍ୟାକାଣ୍ଡ ପରେ ଗାଁରେ ଉତ୍ତେଜନା ଲାଗି ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories