Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Gun Mafia in Bhubaneswar / ବିହାରୀ ବନ୍ଧୁକ ମାୟାରେ ଅପରାଧୀ, କଥା କଥାକେ ଫୁଟାଉଛନ୍ତି ଗୁଳି

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ବିହାରୀ ବନ୍ଧୁକ ମାୟାରେ ଅପରାଧୀ, କଥା କଥାକେ ଫୁଟାଉଛନ୍ତି ଗୁଳି

Key Points

ବିହାରୀ ବନ୍ଧୁକ ମାୟାରେ ଅପରାଧୀ
ରାଜଧାନୀରେ ଆକ୍ଟିଭ ବନ୍ଧୁକ ମାଫିଆ
ରୁଟରେ ପହଁଚି ପାରୁନି ପୋଲିସ

ବିହାରୀ ବନ୍ଧୁକ ମାୟାରେ ଅପରାଧୀ । ରାଜଧାନୀରେ ଆକ୍ଟିଭ ବନ୍ଧୁକ ମାଫିଆ । କଥା କଥା କେ ଭୁବନେଶ୍ବରରେ ଫୁଟୁଛି ଗୁଳି । ବର୍ଷକ ମଧ୍ୟରେ ୬୦ରୁ ଅଧିକ ବନ୍ଧୁକ ଧରିଲାଣି ପୋଲିସ । କମିଶନରେଟ ପୋଲିସର ପଞ୍ଝାରେ ବନ୍ଧୁକ ମାଫିଆ ଗ୍ୟାଙ୍ଗ୍ । ବର୍ଷକ ମଧ୍ୟରେ ରାଜ୍ୟ ବାହାର ଏବଂ ଭିତରର ୫୦ ଜଣ ବନ୍ଧୁକ ମାଫିଆଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି ପୋଲିସ । ସେଥିରେ ଅଛନ୍ତି ଜମି ମାଫିଆ, ଗୋ ମାଫିଆ, ନିଶା ବେପାରୀ ଏବଂ ଖଣି ମାଫିଆ । ନିଜର ଦବଦବା ଏବଂ ଭାଇଗିରି ପାଇଁ ଅଣ୍ଟାରେ ବନ୍ଧୁକ ଖୋସି ବୁଲୁଥିଲେ ।


୧୭ ସେପ୍ଟେମ୍ବରରେ ଭୁବନେଶ୍ୱରରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ କବ୍‌ଜାରେ ପଡ଼ିଥିଲେ ଏକ ବଡ଼ଧରଣର ବନ୍ଧୁକ ମାଫିଆ ଗ୍ୟାଙ୍ଗ୍ । ଦୀର୍ଘ ୧୭ ବର୍ଷ ଧରି ଏହି ତିନି ଜଣିଆ ଗ୍ୟାଙ୍ଗ କରୁଥିଲେ ବନ୍ଧୁକ ବେପାର । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାକୁ କରୁଥିଲେ ବନ୍ଧୁକ ଚୋରା ଚାଲାଣ । ସେମାନଙ୍କ ପାଖରୁ ୮ଟି ବିହାରୀ ବନ୍ଧୁକ, ୩୪ ରାଉଣ୍ଡ ଗୁଳି, ୧୦ଟି ମାଗାଜିନ୍ ଓ ୩ଟି କାର୍ ଜବତ କରାଯାଇଥିଲା । ସେହିଭଳି ସେପ୍ଟେମ୍ବର ୨୭ ତାରିଖରେ ଆଉ ଜଣେ ବନ୍ଧୁକ ବେପାରିକୁ ଗିରଫ କରିଥିଲା କମିସନରେଟ ପୋଲିସ । ତା ନିକଟରୁ ୧୦ଟି ବନ୍ଧୁକ ଏବଂ ୮ ରାଉଣ୍ଡ ଗୁଳି ଜବତ ହୋଇଥିଲା ।

ଅଧିକ ପଢ଼ନ୍ତୁ: କଳା ସ୍କର୍ପିଓରେ ଧଳା ଜହର ବେପାର, ମହିଳା ସାଜିଥିଲେ ମାଷ୍ଟରମାଇଣ୍ଡ

ଗିରଫ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ଲୋହାରଦାଗା ଅଞ୍ଚଳର ୫୦ ବର୍ଷୀୟ ମହେଶ କୁମାର ଶାହା ଓରଫ ଟିପୁ, ଖୋର୍ଦ୍ଧା ଜିଲ୍ଲା ଦେଉଳଟାଙ୍ଗୀର ୪୮ ବର୍ଷୀୟ ମହମ୍ମଦ ସଜାବତ୍ ଓ ଖୋର୍ଦ୍ଧା ଜଙ୍କିଆ ଗୟାବନ୍ଧର ୫୩ ବର୍ଷୀୟ ଫିରୋଜ୍ ଅଲ୍ଲୀ ଖାଁ । ନୟାପଲ୍ଲୀ ହାତୀଆସୁଣୀ ନିକଟରେ ୩ଟି କାରରେ ୩ ବନ୍ଧୁକ ବେପାରୀ ବନ୍ଧୁକ ଡିଲ୍‌ କରୁଥିବା ବେଳେ ଖବର ପାଇ ପୂର୍ବରୁ ଜଗି ବସିଥିବା ସ୍ପେଶାଲ କ୍ରାଇମ ୟୁନିଟ ମାଡି ବସିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜବତ ବନ୍ଧୁକ ବିହାର ମୁଁଗେରରୁ ମହେଶ କୁମାର ଶାହା ଓରଫ ଟିପୁ ୩୦ ରୁ ୩୫ ହଜାର ଟଙ୍କାରେ ଆଣୁଥିଲା । ମହମ୍ମଦ ସଜାବତ ଓ ଫିରୋଜ ଅଲ୍ଲୀ ଖାଁ ଟ୍ରେନ ଓ କାରରେ ବନ୍ଧୁକ ଆଣି ରାଜ୍ୟରେ ୮୦ରୁ ୮୫ ହଜାର ଟଙ୍କାରେ ବିକ୍ରି କରୁଥିଲେ । ପୋଲିସ ସୂଚନା ଅନୁସାରେ ଦୀର୍ଘ ୧୭ ବର୍ଷ ଧରି ଏ ଗ୍ୟାଙ୍ଗ ଚଳାଇ ଆସୁଥିଲେ ଚୋରା ଚାଲାଣ । ବର୍ଷକୁ ଭୁବନେଶ୍ୱରରେ ଅତିକମ୍‌ରେ ୬୦ଟି ବନ୍ଧୁକ ବିକ୍ରି ହେଉଥିବା ପୋଲିସ ଆଗରେ କହିଛନ୍ତି ତିନି ଅଭିଯୁକ୍ତ ।


ପ୍ରଶ୍ନ ଉଠୁଛି, ସାରା ରାଜ୍ୟରେ କେତେ ବନ୍ଧୁକ ବିକ୍ରି କରିଛନ୍ତି ଏହି ଗ୍ୟାଙ୍ଗ ? ଅପରାଧୀ ହାତରେ କେତେ ବନ୍ଧୁକ ଏବେ ବି ରହିଛି ? ସେସବୁ ହିସାବ ପୋଲିସ ପାଖରେ ଅଛି କି ନାହିଁ ? କଟକ ୪୨ ମୌଜାରେ ଏକ ବନ୍ଧୁକ କାରଖାନା ଠାବ ପରେ ବନ୍ଧୁକ କାରବାରର ଚେର ଖୋଜିଥିଲା କ୍ରାଇମବ୍ରାଞ୍ଚ STF ଏବଂ କମିଶନରେଟ ପୋଲିସ । ନିକଟରେ ଗଞ୍ଜାମରେ ଆଇନଜୀବୀଙ୍କୁ ଗୁଳି କରି ହତ୍ୟା ଘଟଣା ପରେ ସାରା ରାଜ୍ୟରେ ବନ୍ଧୁକ କାରବାରର ଲିଙ୍କ୍ ନେଇ ଖୋଳତାଡ଼ କରୁଛି ଓଡିଶା ପୋଲିସ ।

Related Topics

Explore more stories

Sponsored
Gunshots in Bhubaneswar: Rise of Bihar Gun Mafia | Argus News