Videos
|
Crime

Brown Sugar Racket / କଳା ସ୍କର୍ପିଓରେ ଧଳା ଜହର ବେପାର, ମହିଳା ସାଜିଥିଲେ ମାଷ୍ଟରମାଇଣ୍ଡ

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
କଳା ସ୍କର୍ପିଓରେ ଧଳା ଜହର ବେପାର, ମହିଳା ସାଜିଥିଲେ ମାଷ୍ଟରମାଇଣ୍ଡ

Key Points

କଳା ସ୍କର୍ପିଓରେ ଧଳା ଜହର ବେପାର । ମହିଳା ସାଜିଥିଲେ ମାଷ୍ଟର ମାଇଣ୍ଡ । ମୋଷ୍ଟ ୱାଣ୍ଟେଡ ମହିଳା ନିଶା ମାଫିଆ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ୍ ।

କଳା ସ୍କର୍ପିଅରେ ଚାଲିଥିଲା ଧଳା ଜହର ବେପାର । ପୁରୁଷ ନୁହେଁ ବରଂ ମହିଳା ସାଜିଥିଲେ ଧଳାଜହର ବେପାରର ମାଷ୍ଟର ମାଇଣ୍ଡ । ଗୋଟିଏ କି ଦୁଇଟି ନୁହେଁ ୫ଟି ଜିଲ୍ଲା ପୋଲିସ୍ ପାଇଁ ମହିଳା ନିଶା ମାଫିଆ ଥିଲେ ମୋଷ୍ଟ ଓ୍ବାଣ୍ଡେଡ୍ । ଆଜି ଏହି ମହିଳା ନିଶା ମାଫିଆଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍‌ । ଜଟଣୀ ଅଞ୍ଚଳରେ ଡିଲ୍‌ କରୁଥିବା ବେଳେ ପୋଲିସ୍ ଧରିଛି । ତେବେ ଏହି ନିଶା ମାଫିଆଙ୍କ ଟାର୍ଗେଟରେ ଥିଲେ ପାଠ ପଢୁଆ ଯୁବକ । ବ୍ରାଉନସୁଗାର ବିକ୍ରି ଟଙ୍କାରେ ଅୟସ ଆରାମ ଜୀବନ ବିତାଉ ଥିଲା ମହିଳା ବ୍ରାଉନସୁଗାର ବେପାରୀ । ଚଢୁ ଥିଲା ଦାମୀ ଗାଡି । ପିନ୍ଧୁଥିଲା ସୁନା ଅଳଙ୍କାର ।


ସ୍ପେଶାଲ କ୍ରାଇମ୍ ୟୁନିଟ ଗିରଫ କରିଥିବା ନିଶା ମାଫିଆମାନେ ହେଉଛନ୍ତି ଲିନା ଓରଫ ଅନିତା ପରମଗୁରୁ, ରାଜା ଓରଫ ରାଜେନ୍ଦ୍ର କୁମାର ସାହୁ ଏବଂ ସାନୁ ଓରଫ ଶିବ ପ୍ରସାଦ ଦାସ । ସେମାନଙ୍କ ନିକଟରୁ ୫୫୫ଗ୍ରାମ ବ୍ରାଉନ ସୁଗାର, ଦୁଇଟି ଦାମୀ ଗାଡି, ୫ଟି ମୋବାଇଲ ଫୋନ୍‌, ସୁନା ଅଳଙ୍କାର ଏବଂ ନଗଦ ୫ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଗିରଫ ନିଶା ବେପାରୀମାନଙ୍କ ନାଁରେ କମିଶନରେଟ୍‌ ପୋଲିସ୍ ସହ ବିଭିନ୍ନ ଜିଲ୍ଲା ପୋଲିସରେ ଏକାଧିକ ମାମଲା ଥିବା ତଦନ୍ତରୁ ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ଶୁଣାଣିକୁ ଆସିଲେନି କି ସହଯୋଗ କଲେନି ପୋଲିସ ବାବୁ, ଗିରଫ ନିର୍ଦ୍ଦେଶ ଦେଲେ OHRC

ଗତ ୩ ବର୍ଷରେ ୫ କେଜି ୧୧୪ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ସେହିପରି ୨୦ଟି ମାମଲାରେ ୫୪ ଜଣ ନିଶା ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହସହ ୧୬ଟି ଚାରି ଚକିଆ, ଗୋଟିଏ ତିନି ଚକିଆ ଗାଡ଼ି ଏବଂ ୧୨ଟି ମୋଟର ସାଇକେଲ, ୬୫ଟି ମୋବାଇଲ ସହ ଗୋଟିଏ ଲାପଟପ୍‌ ଜବତ କରି ସ୍ପେଶାଲ କ୍ରାଇମ୍ ୟୁନିଟ ତଦନ୍ତ ଚଳାଇଛି ।


କେବଳ ଚଳିତ ବର୍ଷରେ ୧ କେଜି ୭୭୮ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଦୁଇଟି ଚାରି ଚକିଆ ଗାଡି ସହ ଦୁଇଟି ଦୁଇଚକିଆ ଗାଡି ଏବଂ ୮ଟି ମୋବାଇଲ ଜବତ କରିଛି ପୋଲିସ । ଏହାସହ ୪ଟି NDPS ମାମଲା ରୁଜୁ କରି କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଖୋଳତାଡ଼ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories