35 Years Later Arrest / ପୋଲିସଠୁ ବର୍ତ୍ତିବାକୁ ରାଜ୍ୟ ରାଜ୍ୟ ବୁଲୁଥିଲେ ହତ୍ୟା ଅଭିଯୁକ୍ତ, ଧରା ପକାଇଦେଲା ଗୋଟିଏ ଭୁଲ୍
·5 months ago·2 min read

Key Points
ନା ଗୋଟିଏ ସ୍ଥାନରେ ରହୁଥିଲେ ନା ଗୋଟିଏ କାମ କରୁଥିଲେ । ପୋଲିସ ନଜରରୁ ବର୍ତ୍ତିବା ପାଇଁ ସ୍ଥାନ ବଦଳାଇବା ସହ ବଦଳାଉଥିଲେ ବେଉସା । ଏଭଳି ଭାବେ ୩୫ ବର୍ଷ ଧରି ପୋଲିସ ସହ ଚାଲିଥିଲା ଲୁଚକାଳି ଖେଳ ।
ନୂଆଦିଲ୍ଲୀ: କେବେ ଗୋଆ ତ କେବେ ମହାରାଷ୍ଟ୍ର ପୁଣି କେବେ ପଶ୍ଚିମବଙ୍ଗ । ନା ଗୋଟିଏ ସ୍ଥାନରେ ରହୁଥିଲେ ନା ଗୋଟିଏ କାମ କରୁଥିଲେ । ପୋଲିସ ନଜରରୁ ବର୍ତ୍ତିବା ପାଇଁ ସ୍ଥାନ ବଦଳାଇବା ସହ ବଦଳାଉଥିଲେ ବେଉସା । ଏଭଳି ଭାବେ ୩୫ ବର୍ଷ ଧରି ପୋଲିସ ସହ ଚାଲିଥିଲା ଲୁଚକାଳି ଖେଳ ।
ଏକ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ପୋଲିସ ୩୫ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ହତ୍ୟା ଅଭିଯୁକ୍ତକୁ ପଞ୍ଜାବର ଲୁଧିଆନାରୁ ଗିରଫ କରାଯାଇଛି । ୧୯୯୧ ଅଗଷ୍ଟ ୨ରେ ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀର ଏକ ଘରୁ ମାଆ ଓ ପୁଅଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଥିଲା ।
ଏଥିସହ ପଢ଼ନ୍ତୁ: ୫ ମାସ ପର୍ଯ୍ୟନ୍ତ ଝିଅ ଶବ ସହ ରହୁଥିଲା ବାପା; କେମିତି ଖୋଲିଲା ରାଜ୍ ?
ଚାଲିଗଲା ମାଆ, ବଞ୍ଚିଗଲା ପୁଅ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେତେବେଳେ ଘର ଭିତରେ ପଶି ମାଆ ଓ ପୁଅକୁ ଛୁରୀରେ ଲହୁଲୁହାଣ କରାଯାଇଥିଲା । ପୋଲିସ ପହଞ୍ଚି ଉଭୟଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲା । ମେଡିକାଲ୍ରେ ମାଆ ଆଖି ବୁଜିଥିବା ବେଳେ ଦୀର୍ଘ ଦିନର ଚିକିତ୍ସା ପରେ ଠିକ୍ ହୋଇଥିଲା ପୁଅ । ଡାକ୍ତର ବଞ୍ଚାଇ ଦେଇଥିଲେ ଜୀବନ ।
ଡିଏସ୍ପି ଆଦିତ୍ୟ ଗୌତମଙ୍କ କହିଛନ୍ତି, "ମହିଳାଙ୍କ ପୁଅ ଠିକ୍ ହେବା ପରେ ଦେଇଥିବା ମନ୍ତବ୍ୟ ଅନୁସାରେ, ସେମାନଙ୍କ ଉପରେ ଭଡ଼ାଟିଆ ଛବି ଲାଲ୍ ବର୍ମା ଆକ୍ରମଣ କରିଥିଲା । ମାଲିକାଣୀଙ୍କ ପୁଅ ବଞ୍ଚି ଯାଇଥିବା ଜାଣିବା ପରେ ଛବି ଲାଲ୍ ଫେରାର୍ ହୋଇ ଯାଇଥିଲା ।"
୩୫ ବର୍ଷ ହେଲା ଘରକୁ ଆସିନଥିଲା ଛବି ଲାଲ୍
ପୋଲିସ ଛବି ଲାଲ୍କୁ ଖୋଜୁଥିବା ବେଳେ ସେ କେବେ ଘରକୁ ଆସିନଥିଲା । ମଝିରେ ମଝିରେ ଛବି ଲାଲ୍ଙ୍କ ଘରେ ପୋଲିସ ଚକ୍କର କାଟିବା ସହ ସ୍ତ୍ରୀ ଓ ଛୁଆଙ୍କ ଉପରେ ନଜର ରଖିଥିଲା । ହେଲେ କିଛି ସୁରାଗ୍ ମିଳି ନଥିଲା । ଯାହାକୁ ନେଇ ପୋଲିସ ଆଶ୍ଚର୍ଯ୍ୟ ହେବା ସହ ଧିରେ ଧିରେ ଛବି ଲାଲ୍କୁ ଖୋଜିବା ବନ୍ଦ କରି ଦେଇଥିଲା ପୋଲିସ ।
କିନ୍ତୁ ୩୫ ବର୍ଷ ପରେ ଯେତେବେଳେ କ୍ରାଇମ୍ବ୍ରାଞ୍ଚ ପୁରୁଣା ଫାଇଲ୍ ଖୋଜିଲା ତ ଛବି ଲାଲ୍ର ଫାଇଲ୍ ମିଳିଲା । ଆଉ ୬ ମାସ ତଳେ କ୍ରାଇମ୍ବ୍ରାଞ୍ଚ ଏକ ଟିମ୍ ଗଠନ କରି ଛବି ଲାଲ୍ ବାବଦରେ ତଥ୍ୟ ସଂଗ୍ରହ ଆରମ୍ଭ କରିଥିଲା । ଘରକୁ କଲ୍ କରୁ ନଥିବା, ପୁଅ ବାହାଘରକୁ ମଧ୍ୟ ଆସିନଥିବା ଛବି ଲାଲ୍କୁ ନେଇ ସନ୍ଦେହ ବଢ଼ିଥିଲା ।
ଏଥିସହ ପଢ଼ନ୍ତୁ: ଦିଅର ସହ ଖରାପ ସମ୍ପର୍କ ରଖି ଭିଡିଓ କଲା ଭାଉଜ…ପରେ ବ୍ଲାକମେଲିଂ କରି ୧୦ ଲକ୍ଷ ଦାବି କଲା

ଛବି ଲାଲ୍ଙ୍କ ପଡ଼ୋଶୀଙ୍କ ଉପରେ ପୋଲିସ ନଜର ରଖିବା ଆରମ୍ଭ କରିଥିଲା । ଆଉ ସେଇଠୁ ପୋଲିସକୁ ମିଳିଥିଲା କ୍ଲୁ । ଆଉ ଏପ୍ରିଲ୍ ୯ରେ ପୋଲିସ ଲୁଧିଆନାରୁ ଛବି ଲାଲ୍କୁ ଗିରଫ କରିଛି । ଜେରା ବେଳେ ଛବି ଲାଲ୍ କହିଛି, ମୋତେ ଲାଗୁଥିଲା ଘର ମାଲାକାଣୀଙ୍କ ପାଖରେ ପ୍ରଚୁର ଟଙ୍କା ଅଛି । ତେଣୁ ଲୁଟିବା ପାଇଁ ହତ୍ୟା ଯୋଜନା କରିଥିଲି ।
ଧରା ପକାଇଦେଲା ପଡ଼ୋଶୀଙ୍କୁ ଫୋନ୍
ପୋଲିସ ନଜରରେ ଫେରାର୍ ଥିବା ଛବି ଲାଲ୍ ପଡ଼ୋଶୀଙ୍କ ମାଧ୍ୟମରେ ପରିବାର ସହ କଥା ହେଉଥିଲା । ଆଉ ପୋଲିସ ଛବି ଲାଲ୍ର ପଡ଼ୋଶୀଙ୍କ ଉପରେ ନଜର ରଖିବା ପରେ ଲୁଧିଆନାରୁ ଗିରଫ କରିବାରେ ସଫଳ ହୋଇଛି । ୩୫ ବର୍ଷର ଲୁଚକାଳି ପରେ ଲୁଧିଆନାରୁ ଧରାପଡ଼ିଛି ଛବି ଲାଲ୍ ।

Related Topics
Explore more stories