|
logo
Live
Argus News App
GET APP

Argus News - ଦଶହରା ରାତିରେ ସ୍ପେଶାଲ୍ ସେଲ୍‌ କାଟିଲେ, ବାଉଁଶ ସାହାଯ୍ୟରେ ଚୌଦ୍ଵାର ଜେଲ୍‌ରୁ ଖସିଗଲେ ୨ କଏଦୀ

Crime

Chaudwar Jail / ଦଶହରା ରାତିରେ ସ୍ପେଶାଲ୍ ସେଲ୍‌ କାଟିଲେ, ବାଉଁଶ ସାହାଯ୍ୟରେ ଚୌଦ୍ଵାର ଜେଲ୍‌ରୁ ଖସିଗଲେ ୨ କଏଦୀ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଦଶହରା ରାତିରେ ସ୍ପେଶାଲ୍ ସେଲ୍‌ କାଟିଲେ, ବାଉଁଶ ସାହାଯ୍ୟରେ ଚୌଦ୍ଵାର ଜେଲ୍‌ରୁ ଖସିଗଲେ ୨ କଏଦୀ

Key Points

ଦଶହରା ପାଇଁ ସହର ବ୍ୟସ୍ତ ଥିବାବେଳେ ଚୌଦ୍ଵାର ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଇଥିଲା କି ? କଏଦୀ ଚମ୍ପଟ ହେବା ପଛରେ ଜେଲ୍‌ର କେଉଁ କର୍ମଚାରୀଙ୍କ ହାତ ଅଛି ?

ଚୌଦ୍ଵାର (କଟକ): ଲୁଟ୍ ପରେ ହତ୍ୟା । ଚୌଦ୍ଵାର ମଣ୍ଡଳ କାରାଗାରରେ କାଟୁଥିଲେ ସଜା । ବିହାରର ୨ କଏଦୀ ଚୌଦ୍ଵାର ଜେଲ୍‌ର ସ୍ପେଶାଲ୍ ସେଲ୍‌ରେ ଥିବାବେଳେ ଚମ୍ପଟ ମାରିଛନ୍ତି । ସ୍ପେଶାଲ୍ ସେଲ୍‌ରେ ଥିବା ବେଳେ ସେଲ୍ କାଟି ବାଉଁଶ ସହାୟତାରେ ଉଭୟ କଏଦୀ ଫେରାର୍ ହୋଇଥିବା ଜଣାପଡ଼ିଛି ।


ଦଶହରାରେ ଦୁଇ କଏଦୀ ସ୍ପେଶାଲ୍ ସେଲ୍‌ କାଟି ଚମ୍ପଟ ହୋଇଛନ୍ତି । ତେବେ ସେଲ୍ କାଟିବା ପାଇଁ ବିହାରୀ କଏଦୀଙ୍କୁ କିଏ ଦେଲା ଅସ୍ତ୍ର ? ଜେଲ୍‌ ଭିତରକୁ କେଉଁଠୁ ଆସିଲା ବାଉଁଶ ? ଜେଲ୍‌ର ସୁଉଚ୍ଚ ପ୍ରାଚୀର ଡେଇଁବା ପାଇଁ ବାଉଁଶ କିଏ ଯୋଗାଇ ଦେଲା ? ଜେଲ୍‌ରେ ମୁତୟନ ସୁରକ୍ଷାକର୍ମୀ କ'ଣ କରୁଥିଲେ ? ୨ କଏଦୀ ଫେରାର୍ ହେବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନ ଉଛିଠି ।


ଏଥିସହ ପଢ଼ନ୍ତୁ: ଅକ୍ଟୋବରରେ ପ୍ରଥମ ବାତ୍ୟା ଆଶଙ୍କା, ଓଡ଼ିଶାକୁ ଅଛି କି ବିପଦ ?


୮ ମାସ ତଳେ ଯାଜପୁର ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ ଓ ହତ୍ୟା ମାମଲାରେ ଦୁଇ ଜଣ ଚୌଦ୍ଵାର ଜେଲ୍‌ରେ ସଜା କାଟୁଥିଲେ । ଦଶହରା ରାତିରେ ସ୍ପେଶାଲ ସେଲ୍ କାଟି ବାଉଁସ ମାଧ୍ୟମରେ ଫେରାର୍ ହୋଇ ଯାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨ କଏଦୀ ଚମ୍ପଟ ହେବା ପରେ ଚୌଦ୍ୱାର ଥାନା ପୋଲିସ ଜେଲ୍‌ରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଚମ୍ପଟ ଦୁଇ କଏଦୀ ହେଲେ ବିହାରର ରାଜା ସାହାଣୀ ଓରଫ ବିକାଶ ଓ ଚନ୍ଦ୍ରକାନ୍ତ କୁମାର । କଏଦୀ ଫେରାର୍ ହେବା ପରେ ଅଧିକ ତଦନ୍ତ ପାଇଁ ଜେଲ ଡିଆଇଜି ଶୁଭ୍ରକାନ୍ତ ମିଶ୍ର ଚୌଦ୍ଵାର ମଣ୍ଡଳ କାରାଗାରରେ ପହଞ୍ଚିଛନ୍ତି ।


ଏଥିସହ ପଢ଼ନ୍ତୁ: କାଶ୍ମୀରକୁ ନେଇ ଏମିତି କହିଦେଲେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍, ତା' ପରେ...


ଦଶହରା ପାଇଁ ସହର ବ୍ୟସ୍ତ ଥିବାବେଳେ ଚୌଦ୍ଵାର ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଇଥିଲା କି ? କଏଦୀ ଚମ୍ପଟ ହେବା ପଛରେ ଜେଲ୍‌ର କେଉଁ କର୍ମଚାରୀଙ୍କ ହାତ ଅଛି ? ସେଲ୍ କାଟିବା ପାଇଁ ଦରକାର ସରଞ୍ଜାମ କଏଦୀ କେଉଁଠି ପାଇଲେ, କିଏ ଦେଲା ? ଏବେ ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି ।

Related Topics

Explore more stories

Sponsored
Chaudwar Jail: ଦଶହରା ରାତିରେ ସ୍ପେଶାଲ୍ ସେଲ୍‌ କାଟିଲେ, ବାଉଁଶ ସାହାଯ୍ୟରେ ଚୌଦ୍ଵାର ଜେଲ୍‌ରୁ ଖସିଗଲେ ୨ କଏଦୀ | Argus News