Sana Mir Kashmir Row / କାଶ୍ମୀରକୁ ନେଇ ଏମିତି କହିଦେଲେ ପାକିସ୍ତାନର ପୂର୍ବତନ କ୍ୟାପଟେନ୍, ତା' ପରେ...

Key Points
ଏସିଆ କପରେ ଭାରତ-ପାକିସ୍ତାନୁ ବିବାଦ ଥମିନଥିବା ବେଳେ ଏବେ ଆଉ ଏକ ବିବାଦ । ମହିଳା ବିଶ୍ବକପରେ କାଶ୍ମୀର ପ୍ରସଙ୍ଗ ଉଠାଇଲେ ପାକ୍ କମେଣ୍ଟେଟର । କହିଲେ...
ଜାରି ରହିଛି ମହିଳା ଦିନିକିଆ କ୍ରିକେଟ୍ ବିଶ୍ବକପ୍ । ଭାରତ-ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ତେବେ ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ପୁଣି ରାଜନୀତି ପୁରାଇଛି ପାକିସ୍ତାନ । ପାକିସ୍ତାନୀ ଭାଷ୍ୟକାର ଏବଂ ପାକିସ୍ତାନ ମହିଳା ଦଳର ପୂର୍ବତନ ଅଧିନାୟକ ସାନା ମୀର କମେଣ୍ଟ୍ରି ସମୟରେ କାଶ୍ମୀରର କଥା କହିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପ୍ରବଳ ହଙ୍ଗାମା ସୃଷ୍ଟି କରିଛି । ଏମିତିକି ଅନେକ ଲୋକ ତାଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ବିବାଦ ବଢ଼ିବା ବାଧ୍ୟ ହୋଇ ସାନା ମୀରାଙ୍କ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି ।
ଅକ୍ଟୋବର ୨ରେ ଶ୍ରୀଲଙ୍କାର ଆର୍.ପ୍ରେମାଦାସ ଷ୍ଟାଡିୟମରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା । ତେବେ ଏହି ମ୍ୟାଚରେ ପାକିସ୍ତାନୀ କ୍ରିକେଟର ନାତାଲିଆ ପରଭେଜଙ୍କୁ ପରିଚୟ କରାଇ ସାନା ମୀର କ୍ରିକେଟରେ ରାଜନୀତି ପୂରାଇଛନ୍ତି ।
ଅଧିକ ପଢ଼ନ୍ତୁ: ପୁଣି ରବିବାର ଦେଖିବାକୁ ମିଳିବ ନୋ ହ୍ୟାଣ୍ଡସେକ୍ ପାର୍ଟ-୪, ଟିମ୍ ଇଣ୍ଡିଆ ପାକ୍ ଖେଳାଳିଙ୍କ ସହ ମିଳାଇବେନି ହାତ
ନାତାଲିଆ ପରଭେଜଙ୍କ ବିଷୟରେ ସାନା ମୀର କହିଛନ୍ତି, 'ଏହି ବିଶ୍ବକପରେ ଅନେକ ନୂଆ ଖେଳାଳି ରହିଛନ୍ତି । ଯେପରି ନାତାଲିଆ ପରଭେଜ, ଯିଏ କାଶ୍ମୀରରୁ ଆସିଛନ୍ତି... ଆଜାଦ କାଶ୍ମୀର, ତାଙ୍କର ଅଧିକାଂଶ କ୍ରିକେଟ ଲାହୋରରେ ଖେଳିଛନ୍ତି । ତାଙ୍କୁ ତାଙ୍କର ଅଧିକାଂଶ କ୍ରିକେଟ ଖେଳିବା ପାଇଁ ଲାହୋର ଆସିବାକୁ ପଡ଼ିଥାଏ ବୋଲି ସାନା ମୀରା କହିଥିଲେ ।
Sana Mir is doing commentary for the ICC World Cup...
— AT10 (@Loyalsachfan10) October 2, 2025
If someone is afraid of losing his/her respect
he/she thinks 10 times before saying anything
but she is from a country where there is no such thing as respect..
Remove her @ICC from the panel
pic.twitter.com/gC6C9oaXR9
ପୂର୍ବତନ ପାକିସ୍ତାନୀ ଅଧିନାୟକ ସାନା ମୀରଙ୍କ ଏହି ମନ୍ତବ୍ୟ ପରେ ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ICC କ୍ରିକେଟ କମେଣ୍ଟ୍ରି ପ୍ୟାନେଲରୁ ନାତାଲିଆ ପରଭେଜଙ୍କୁ ହଟାଇବା ପାଇଁ ଦାବି କରାଯାଇଛି । ଭାରତ ପାକ୍ ଅଧିକୃତ କାଶ୍ମୀର ସମେତ ସମଗ୍ର ଜମ୍ମୁ ଓ କାଶ୍ମୀରକୁ ନିଜର ଅବିଚ୍ଛେଦ୍ୟ ଏବଂ ସାର୍ବଭୌମ କ୍ଷେତ୍ର ବୋଲି ବିବେଚନା କରେ । ଭାରତ ସରକାର ଦାବି କରନ୍ତି ଯେ ପାକିସ୍ତାନ ଅବୈଧ ଭାବରେ ପିଓକେ ଦଖଲ କରୁଛି ଏବଂ ପାକିସ୍ତାନ ଏହାକୁ ତୁରନ୍ତ ଖାଲି କରିବା ଉଚିତ।
📱 Get Argus News App
✨ଭାରତ ଏହି ଅଞ୍ଚଳକୁ ନିରନ୍ତର ଭାବରେ ନିଜର ଅଞ୍ଚଳ ବୋଲି ବିବେଚନା କରିଆସୁଛି। ଭାରତୀୟ ସଂସଦ ପିଓକେ ସମେତ ସମଗ୍ର କାଶ୍ମୀରକୁ ଭାରତୀୟ ଅଞ୍ଚଳ ଭାବରେ ମାନ୍ୟତା ଦେବା ପାଇଁ ଏକ ପ୍ରସ୍ତାବ ପାସ୍ କରିଛି। ଭାରତ ଦାବି କରିଛି ଯେ ପାକିସ୍ତାନ ପିଓକେରୁ ତାର ସାମରିକ ଏବଂ ପ୍ରଶାସନିକ ଉପସ୍ଥିତି ପ୍ରତ୍ୟାହାର କରୁ। ଭାରତ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କୂଟନୈତିକ ଆଲୋଚନାକୁ ପ୍ରାଥମିକତା ଦିଏ । ସାନା ମିରଙ୍କ ମନ୍ତବ୍ୟ ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ପୂର୍ବତନ ଅଧିନାୟକ ସାନା ମୀର ଏହି ବୟାନ ପରେ ସୋସିଆଲ ମିଡିଆରେ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ସେ 'X'ରେ ଲେଖିଛନ୍ତି, "ଏହା ଦୁର୍ଭାଗ୍ୟଜନକ ଯେ ମୋର ମନ୍ତବ୍ୟକୁ ଅଯଥା ବିବାଦ ଭିତରକୁ ଟଣାଯାଉଛି ଏବଂ କ୍ରୀଡ଼ା ବ୍ୟକ୍ତିତ୍ୱ ଉପରେ ଅନାବଶ୍ୟକ ଚାପ ପକାଯାଉଛି । ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋର ଉଦ୍ଦେଶ୍ୟ କେବଳ ଜଣେ ଖେଳାଳିଙ୍କ ପୃଷ୍ଠଭୂମି ଏବଂ ତାଙ୍କ କଷ୍ଟକର ଯାତ୍ରାକୁ ଲୋକଲୋଚନକୁ ଆଣିବାର ଥିଲା । ମହିଳା ବିଶ୍ୱକପ୍ ୨୦୨୫ରେ ମୁଁ ଯେଉଁ ଖେଳାଳିଙ୍କ ନାମ ଉଲ୍ଲେଖ କରିଥିଲି ସେ ପାକିସ୍ତାନର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଆସିଛନ୍ତି ଏବଂ ମୋର ଉଦ୍ଦେଶ୍ୟ କେବଳ ତାଙ୍କ ଯାତ୍ରା ଏବଂ ଚ୍ୟାଲେଞ୍ଜକୁ ଜଣାଇବାର ଥିଲା । କମେଣ୍ଟ୍ରି ସମୟରେ ଆମେ ପ୍ରାୟତଃ ଖେଳାଳିମାନଙ୍କର ଦେଶ କିମ୍ବା ଅଞ୍ଚଳ ନିର୍ବିଶେଷରେ ପ୍ରେରଣାଦାୟକ କାହାଣୀ ବାଣ୍ଟିଥାଉ । ମୁଁ ସେହି ଖେଳାଳିଙ୍କ ବିଷୟରେ ସମାନ ଭାବରେ ଉଲ୍ଲେଖ କରିଥିଲି, ଯେପରି ମୁଁ ସେହି ଦିନ ଅନ୍ୟ ଦୁଇଜଣ ଖେଳାଳିଙ୍କ ପାଇଁ କରିଥିଲି।"
It's unfortunate how things are being blown out of proportion and people in sports are being subjected to unnecessary pressure. It is sad that this requires an explanation at public level.
— Sana Mir ثناء میر (@mir_sana05) October 2, 2025
My comment about a Pakistan player's hometown was only meant to highlight the challenges… pic.twitter.com/G722fLj17C
ସେହିପରି ସାନା ମୀର ଆହୁରି କହିଛନ୍ତି, "ଦୟାକରି ଏହି ମନ୍ତବ୍ୟକୁ ରାଜନୀତିକରଣ କରନ୍ତୁ ନାହିଁ । ଜଣେ କମେଣ୍ଟେଟର ଭାବରେ ଆମର କାମ ହେଉଛି ଖେଳ, ଦଳ ଏବଂ ଖେଳାଳିମାନଙ୍କ ଉପରେ ଧ୍ୟାନ ଦେବା ଏବଂ ସେମାନଙ୍କର ସାହସ ଏବଂ ଅଧ୍ୟବସାୟର କାହାଣୀକୁ ବିଶ୍ୱ ସମ୍ମୁଖରେ ପହଞ୍ଚାଇବା । ମୁଁ କାହାର ଭାବନାକୁ ଆଘାତ ଦେବାକୁ ଉଦ୍ଦେଶ୍ୟ ରଖି ନଥିଲି ବୋଲି ସେ କହିଛନ୍ତି ।
Related Topics
Explore more stories