Bingson John Fraud Case / କିଏ ଏହି ବିଙ୍ଗସନ ଜନ୍? ଯିଏ ୩୦୦, 5-Star ହୋଟେଲକୁ ଲଗାଇଥିଲେ ଚୂନା
·1 hour ago·3 min read

Key Points
ପୋଲିସ କହିଛି ଯେ ଅଭିଯୁକ୍ତଙ୍କୁ ପ୍ରଥମେ ୧୯୯୬ ମସିହାରେ ଗିରଫ କରାଯାଇଥିଲା ଏବଂ ସେ ତିହାର ଜେଲକୁ ଯାଇଥିଲେ। ପରେ ପ୍ରାୟ ୧୫ ବର୍ଷ ବିଭିନ୍ନ ରାଜ୍ୟର ଜେଲରେ ବିତାଇଥିଲେ।
Bingson John Cheating Case: ସଦ୍ୟ ପୋଲିସ ତାମିଲନଡୁରୁ ଜଣେ ୬୯ ବର୍ଷୀୟ ଠକକୁ ଗିରଫ କରିଛି। ଯାହାର ଠକେଇ କରିବାର କାରାନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଠକ ଜଣଙ୍କ ବିଗତ ୩ ଦଶନ୍ଧି ମଧ୍ୟରେ ସମଗ୍ର ଦେଶରେ ୩ ଶହରୁ ଅଧିକ ବିଳାସପୂର୍ଣ୍ଣ ହୋଟେଲ (5-Star Hotels) କୁ ଠକି ଦେଇଛନ୍ତି। ଏପରିକି ସେ ଠକେଇ କରିବା ପାଇଁ ନକଲି ପରିଚୟପତ୍ର ବ୍ୟବହାର କରୁଥିଲେ ଏବଂ ହୋଟେଲ୍ ବିଲ୍ ନଦେଇ ଚାଲିଯାଉଥିବା ପୋଲିସ କହିଛି।
ଗିରଫ ଅଭିଯୁକ୍ତ ଠକ ବିଙ୍ଗସନ ଜନ୍ ନିଜକୁ ଜଣେ ବିଦେଶୀ ପର୍ଯ୍ୟଟକ ଗାଇଡ୍, ଇଂରାଜୀ ଶିକ୍ଷକ କିମ୍ବା ଯୋଗ ପ୍ରଶିକ୍ଷକ ଭାବରେ ନିଜର ପଞ୍ଚତାରକା ହୋଟେଲ ଯାଞ୍ଚ ସମୟରେ ଦେଉଥିଲେ। ପୋଲିସ କହିବା ଅନୁସାରେ ଯାଞ୍ଚ ସରିବା ପରେ ସେ ଅନେକ ଦିନ ହୋଟେଲ୍ ରେ ରହୁଥିଲେ। ହୋଟଲେ ଛାଡି଼ବା ସମୟରେ ସେ ବିଲ୍ ନଦେଇ ଅଦୃଶ୍ୟ ହୋଇଯାଉଥିଲେ। ଏପରିକି ସେ ଯେଉଁ ହୋଟେଲରେ ରହୁଥିଲେ ସେଠାରୁ ସେ ବହୁ ମୂଲ୍ୟବାନ ଆସବାବପତ୍ର ଚୋରି କରି ନେଉଥିଲେ।
ତାଙ୍କର ସଦ୍ୟତମ ଟାର୍ଗେଟ ଥିଲା ରାୟପୁର ସ୍ଥିତ ହାୟାତ ହୋଟେଲ ରହିଥିଲା। ଯେଉଁଠାରେ ସେ ୨ ଦିନ ରହିଥିଲେ। ହେଲେ ସେ ତାଙ୍କର ୬୩,୭୫୫ ଟଙ୍କାର ବିଲ୍ ନଦେଇ ଚାଲି ଯାଇଥିଲେ। ଏପରିକି ସେ ହୋଟେଲ ଛାଡି଼ବା ବେଳେ ପ୍ରାୟ ୧.୪୮ ଲକ୍ଷ ଟଙ୍କାର ଏକ ଲାପଟପ୍ ଲୁଟି ନେଇଥିବାର ପୋଲିସ କହିଛି। ଏହି ହୋଟେଲ ପାଖରୁ ଅଭିଯୋଗ ପାଇବା ପରେ, ଅପରାଧ ବିରୋଧୀ ଏବଂ ସାଇବର ୟୁନିଟ୍ ଏବଂ ତେଲିବନ୍ଧା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତର ମୋବାଇଲ୍ ଫୋନ୍ ରେକର୍ଡ, ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରମାଣ ବିଶ୍ଳେଷଣ କରିବା ତାଙ୍କ ଅବସ୍ଥାନ ଭୁବନେଶ୍ୱର ଠାରେ ରହିଥବାର ଜଣାପଡ଼ିଥିଲା।
ଏହା ସହ ପଢନ୍ତୁ: ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରେ ଚାଲିଥିଲା ସେକ୍ସ ରାକେଟ; ଧରାପଡ଼ିଲେ ୨ ଅଭିନେତ୍ରୀ, ଦଲାଲ ଗିରଫ
ଏହା ପରେ ରାୟପୁର ପୋଲିସ ଟିମ୍ ଅଭିଯୁକ୍ତ ଠକକୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରିବା ସହ ଚୋରି ହୋଇଥିବା ଲାପଟପ୍ ମଧ୍ୟ ଉଦ୍ଧାର କରିଥିଲା। ଯାହାକୁ ସେ ଅଫିସ୍ କାମ ପାଇଁ ହୋଟେଲରୁ ଚୋରି କରି ନେଇଥିଲା। ଜେରା ସମୟରେ, ଜନ୍ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ। ଜେରା ବେଳେ ଅଭିଯୁକ୍ତ ଠକ କହିଥିଲା ଯେ ୧୯୯୦ ମସିହାରୁ ସେ ସମଗ୍ର ଦେଶରେ ୩ ଶହରୁ ଅଧିକ ବିଳାସପୂର୍ଣ୍ଣ ହୋଟେଲକୁ ସମାନ ଢଙ୍ଗରେ ଠକି ସାରିଛନ୍ତି।
ଗତ ୨୦୨୨ରେ ରାଜଧାନୀ ତିରୁବନନ୍ତପୁରମ ସ୍ଥିତ ଏକ ପଞ୍ଚତାରକା ହୋଟେଲ (5-Star Hotel) ଅଭିଯୋଗ କରିବା ପରେ, ତାଙ୍କୁ କେରଳର କୋଲ୍ଲମ ରେଳ ଷ୍ଟେସନ ନିକଟରେ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆଣି ହୋଟେଲ କର୍ତ୍ତୃପକ୍ଷ କହିଥିଲେ ଯେ ଏଠାରେ ରହିବା ପରେ ବିଲ୍ ନଦେଇ ଚାଲି ଯାଇଥିଲେ।
ପୋଲିସ କହିଛି ଯେ ସେ ହୋଟେଲ ଯାଞ୍ଚ ବେଳେ, ସେ ନିଜକୁ ଜଣେ ସମ୍ମାନଜନକ ଅତିଥି ପରି ବ୍ୟବହାର କରିଥିଲେ। ଏପିରିକି ହୋଟେଲ କର୍ମଚାରୀଙ୍କୁ ଏତେ ପ୍ରଭାବିତ କରିଥିଲେ ଯେ ସେମାନେ ତାଙ୍କୁ କୌଣସି ଅଗ୍ରିମ ଟଙ୍କା ଦେବାକୁ କହି ନଥିଲେ। ସେଠାରେ ରହିବା ପରେ, ସେ ଟଙ୍କା ନଦେଇ ଚାଲିଯାଇଥିଲେ। ଏପରିକି ହୋଟେଲରୁ ଏକ ଲାପଟପ୍ ମଧ୍ୟ ଚୋରି କରି ନେଇଥିଲେ। ଏହା ପରେ କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।
ଜନ୍ ଏକ ଇଂରାଜୀ-ମାଧ୍ୟମ ବିଦ୍ୟାଳୟରେ ପଢିଥିଲେ। ହେଲେ ସେ କେବେ ବିବାହ କରିନଥିଲେ। ୧୯୮୦ ଦଶକରେ, ସେ ଦିଲ୍ଲୀରେ ଜଣେ ପର୍ଯ୍ୟଟକ ଗାଇଡ୍ ଭାବରେ କାମ କରୁଥିଲେ। ତାଙ୍କ ଚାକିରିର ଏକ ଅଂଶ ଭାବରେ, ସେ ପର୍ଯ୍ୟଟକଙ୍କ ସହିତ ଯିବା ସମୟରେ ଅନେକ ହୋଟେଲ ତାଙ୍କୁ ମାଗଣାରେ ରହିବାକୁ ଅନୁମତି ଦେଇଥିଲେ। ଜେରା ସମୟରେ, ସେ କହିଥିଲେ ଯେ କିଛି ଗୋଟିଏ ଭୁଲ ହେବା ପରେ ଦିନେ ତାଙ୍କୁ ଏକ ବିଳାସପୂର୍ଣ୍ଣ ହୋଟେଲ କର୍ମଚାରୀ ଅପମାନିତ କରିଥିଲେ। ଏହା ପରେ ସେବେଠାରୁ, ସେ ମହଙ୍ଗା ହୋଟେଲକୁ ଟାର୍ଗେଟ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏହା ସହ ପଢନ୍ତୁ: ମାଛ ବଦଳରେ ଜାଲରେ ଫସିଲା ଦୁର୍ଦ୍ଦାନ୍ତ 'ଟାଇଗର'; ମାଡ଼ି ବସିଲେ ମତ୍ସ୍ୟଜୀବୀ
ପୋଲିସ କହିଛି ଯେ ଅଭିଯୁକ୍ତଙ୍କୁ ପ୍ରଥମେ ୧୯୯୬ ମସିହାରେ ଗିରଫ ହେବା ପରେ ତାଙ୍କୁ ତିହାର ଜେଲ ପଠା ଯାଇଥିଲେ। ଏହା ପରେ କେରଳ, ତାମିଲନାଡୁ, ଗୋଆ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟର ଜେଲରେ ସେ ପ୍ରାୟ ୧୫ ବର୍ଷ ବିତାଇଥିଲେ। ଜେରା ସମୟରେ, ସେ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ ଯେ ସେ ତିହାର ଜେଲରେ ରହିବା ସମୟରେ କୁଖ୍ୟାତ ସିରିଏଲ କିଲର ଏବଂ ଠକ ଚାର୍ଲ୍ସ ଶୋଭରାଜ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଜନ୍ ହୋଟେଲକୁ ଠକିବା ପାଇଁ ଶୋଭରାଜଙ୍କ ଭଳି ନକଲି ପରିଚୟ ଏବଂ ପ୍ରତାରଣା କରିବା ଶୈଳୀରେ ବ୍ୟବହାର କରୁଥିଲେ।
ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଜେଲରୁ ମୁକ୍ତ ହେବା ପରେ ସେ ଏକ ନୂତନ ସହରକୁ ଯାତ୍ରା କରୁଥିଲେ। ସେଠାରେ ନକଲି ପରିଚୟ ବ୍ୟବହାର କରି ଏକ ପଞ୍ଚତାରକା ହୋଟେଲରେ କଛି ଦିନ ରହୁଥିଲେ ଏବଂ ଏହା ପରେ ବିଲ୍ ନଦେଇ ଚାଲିଯାଉଥିଲେ। ରାୟପୁର ପୋଲିସ ଏବେ ତାଙ୍କର ଅପରାଧିକ ରେକର୍ଡ ଯାଞ୍ଚ କରୁଛି ଏବଂ ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ବିବରଣୀ ସଂଗ୍ରହ କରୁଛି। ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି ଏବଂ ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories