Videos
|
Crime

Mumbai Sex Racket Busted / ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରେ ଚାଲିଥିଲା ସେକ୍ସ ରାକେଟ; ଧରାପଡ଼ିଲେ ୨ ଅଭିନେତ୍ରୀ, ଦଲାଲ ଗିରଫ

Subhramjit Ray
Browse all articles by Subhramjit Ray
·1 month ago·2 min read
ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରେ ଚାଲିଥିଲା ସେକ୍ସ ରାକେଟ; ଧରାପଡ଼ିଲେ ୨ ଅଭିନେତ୍ରୀ, ଦଲାଲ ଗିରଫ
Mumbai Sex Racket Busted

Key Points

ମୁମ୍ବାଇ ପୋଲିସ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ ଠାବ କରିବା ସହ ଏହାର ପର୍ଦ୍ଦାଫାସ କରିଛି। ପୋଲିସ ଏହି ଘଟଣାରେ ୨ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତ ଦଲାଲଙ୍କୁ ଗିରଫ କରିଛି।
Mumbai hotel raid actresses news today: ମୁମ୍ବାଇ ପୋଲିସ ଗିରଗାଓଁ ଅଞ୍ଚଳରେ ଏକ ହାଇ-ପ୍ରୋଫାଇଲ୍ ସେକ୍ସ ରାକେଟ ଠାବ କରିଛି। ଏହି ସମ୍ପୂର୍ଣ୍ଣ ରାକେଟ ଏକ ବିଳାସପୂର୍ଣ୍ଣ ହୋଟେଲ ମଧ୍ୟରେ ପରିଚାଳିତ ହେଉଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୋଲିସ ଚଢାଉ କରିବା ସମୟରେ ଘଟଣାସ୍ଥଳରୁ ୨ ଅଭିନେତ୍ରୀଙ୍କୁ ଉଦ୍ଧାର କରିବା ସହିତ ଜଣେ ଦଲାଲକୁ ମଧ୍ୟ ଗିରଫ କରିଛି। ଏହି ଅପରେସନ ମୁମ୍ବାଇ କ୍ରାଇମବ୍ରାଞ୍ଚ, ମାନବ ଚାଲାଣ ବିରୋଧି ଶାଖା ଦ୍ୱାରା କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଏହି ରାକେଟ ବହୁ ଦିନ ଧରି ଚାଲୁଥିଲା। ପୋଲିସ ଏହି ଅପରେସନ ବିଷୟରେ ଜାଣିବା ମାତ୍ରେ ଯୋଜନାବଦ୍ଧ ଭାବରେ ଚଢାଉ କରିଥିଲା। ଏହି ରାକେଟ ସହ ଅନେକ ପ୍ରମୁଖ ବ୍ୟକ୍ତି ସମ୍ପୃକ୍ତ ରହିଥିବାର ସନ୍ଦେହ କରାଯାଉଛି।

ମରାଠୀ-ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ହେଲେ ଉଦ୍ଧାର
ଏହି ଘଟଣାରେ ମୁମ୍ବାଇ ପୋଲିସ ୨ ଜଣ ଅଭିନେତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି। ଉଭୟ ଅଭିନେତ୍ରୀ ମରାଠୀ ଚଳଚ୍ଚିତ୍ରରେ କାମ କରନ୍ତି। ଏପରିକି ସେମାନେ ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଉଦ୍ଧାର ହୋଇଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ମରାଠୀ ଚଳଚ୍ଚିତ୍ର ଶିଳ୍ପରେ କାମ କରିଛନ୍ତି। ସେ ଅନେକ ମରାଠୀ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟ ଜଣକ ବଙ୍ଗାଳୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଛୋଟ ଏବଂ କ୍ୟାମିଓ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି। ଏହି ରାକେଟ୍ ଚଳାଉଥିବା ଏଜେଣ୍ଟ, ପୋଲିସ ହାତରେ ଧରାପଡ଼ିଛି। ପ୍ରକୃତରେ ସେ ଜଣେ ମେକଅପ୍ ଆର୍ଟିଷ୍ଟ,ଯିଏ ଅନେକ ସେଲିବ୍ରିଟିଙ୍କ ପାଇଁ କାମ କରୁଛି। ସେ ଅଭିନେତ୍ରୀଙ୍କୁ ରାକେଟ୍ ମଧ୍ୟକୁ ଆଣିବା ପ୍ରଲୋଭିତ କରୁଥିଲା।

ଏହା ସହ ପଢନ୍ତୁ: ମୋବାଇଲ୍ ଫୋନ୍ ଛଡ଼ାଇ ହୋଇ ଯାଉଥିଲେ ଫେରାର; ଆଉ ଅଚାନକ ରାସ୍ତାରେ ଆସିଗଲା ମୃତ୍ୟୁ

ମୁମ୍ବାଇ ପୋଲିସ ପଠାଇଥିଲା ନକଲି ଗ୍ରାହକ
ମୁମ୍ବାଇ ପୋଲିସ ଏହି ରାକେଟ୍ ବିଷୟରେ ସୂଚନା ପାଇଥିଲା। ଠକେଇ ଏବଂ ବେଆଇନ କାର୍ଯ୍ୟକଳାପ ଯାଞ୍ଚ କରିବା ପାଇଁ, ପୋଲିସ ପ୍ରଥମେ ହୋଟେଲ ମଧ୍ୟକୁ ଜଣେ ନକଲି ଗ୍ରାହକଙ୍କୁ ପଠାଇଥିଲା। ଯେତେବେଳେ ସେ ଡିଲ୍ ନିଶ୍ଚିତ କରିଥିଲେ ଏବଂ ପୋଲିସ ପାଖକୁ ଏହି ଖବର ପଠାଇଥିଲେ। ଖବର ପାଇବା ପରେ ପୋଲିସ ଟିମ୍ ତୁରନ୍ତ ସେହି ସ୍ଥାନରେ ଚଢାଉ କରି ଅଭିନେତ୍ରୀଙ୍କୁ ଉଦ୍ଧାର କରିଥିଲା। ପୋଲିସ କହିବା ଅନୁଯାୟୀ, ସେମାନଙ୍କୁ ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଇଥିଲା ଏବଂ ଗ୍ରାହକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଥିଲା। ସୁରକ୍ଷା ଏବଂ ଗୋପନୀୟତା କାରଣରୁ ମୁମ୍ବାଇ ପୋଲିସ ଉଦ୍ଧାର ହୋଇଥିବା ଦୁଇ ଅଭିନେତ୍ରୀଙ୍କ ପରିଚୟ ଗୋପନୀୟ ରଖିଛି।

ସାମ୍ନାକୁ ଆସିପାରେ ବଡ଼ ନାଁ
ମୁମ୍ବାଇ ପୋଲିସ କ୍ରାଇମ୍ ବ୍ରାଞ୍ଚ ଏବେ ସମ୍ପୂର୍ଣ୍ଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ଏହି ରାକେଟ୍ ସହ ଜଡ଼ିତ ଆର୍ଥିକ କାରବାରର ରେକର୍ଡ ଯାଞ୍ଚ କରୁଛନ୍ତି। ସେମାନେ ରାକେଟ୍ ଏବଂ ହୋଟେଲ ପରିଚାଳନାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସମ୍ଭାବ୍ୟ ସମ୍ପୃକ୍ତି ବିଷୟରେ ମଧ୍ୟ ତଦନ୍ତ କରୁଛନ୍ତି। ପୋଲିସ କହିଛି ଯେ ଆଗାମୀ ଦିନରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି। କାରଣ ଏହାକୁ ଏକ ହାଇ-ପ୍ରୋଫାଇଲ୍ ରାକେଟ୍ ଭାବରେ ବିବେଚନା କରାଯାଉଛି। ଯେଉଁଥିରେ କିଛି ପ୍ରମୁଖ ନାମ ସାମିଲ ରହିଥିବାର ସମ୍ଭାବନା ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mumbai Sex Racket: 2 Actresses Caught at Luxury Hotel; Broker Arrested | Argus News