Birthday Night Tragedy / ଜନ୍ମଦିନ ରାତିରେ ବୋହୂକୁ ହତ୍ୟା ! ୧୮ ମାସ ତଳେ କରିଥିଲେ ପ୍ରେମ ବିବାହ
·53 mins ago·2 min read

Key Points
ରାତିରେ ପରିବାର ସହ ଚର୍ଚ୍ଚିତା କେକ୍ କାଟିଥିଲେ । ଜନ୍ମଦିନ କେକ୍ ସହ ଇନଷ୍ଟାଗ୍ରାମରେ ନିଜ ଫଟୋ ପୋଷ୍ଟ କରିଥିଲେ । ହେଲେ ରବିବାର ସକାଳ ପାଇବା ବେଳକୁ ଖବର ଆସିଲା... ଚର୍ଚ୍ଚିତା ଆଉ ନାହିଁ ।
ରେମୁଣା (ବାଲେଶ୍ଵର): ହାତରେ କେକ୍, ଇନଷ୍ଟାଗ୍ରାମରେ 'ବର୍ଥଡେ ଭାଇଭ୍' ଲେଖି ପୋଷ୍ଟ । ଖୁସିର ମୁହୂର୍ତ୍ତକୁ ସେ ସମସ୍ତଙ୍କ ସହ ସୋସିଆଲ୍ ମିଡିଆରେ ବାଣ୍ଟିଥିଲେ । ହେଲେ ଜଣାନଥିଲା ଜନ୍ମଦିନର ରାତି ହିଁ ନିଜ ପାଇଁ ଶେଷ ରାତି ହୋଇଯିବ । ସକାଳର ସୂର୍ଯ୍ୟ ଉଦୟ ପୂର୍ବରୁ ସେ ଚିରଦିନ ପାଇଁ ଶୋଇ ଯାଇଥିବ ।
ମୃତ୍ୟୁ ପରେ ଚର୍ଚ୍ଚିତା ଏବେ ଚର୍ଚ୍ଚାରେ । କାରଣ ଶନିବାର ଚର୍ଚ୍ଚିତାଙ୍କର ଜନ୍ମଦିନ ଥିଲା । ରାତିରେ ପରିବାର ସହ ଚର୍ଚ୍ଚିତା କେକ୍ କାଟିଥିଲେ । ଜନ୍ମଦିନ କେକ୍ ସହ ଇନଷ୍ଟାଗ୍ରାମରେ ନିଜ ଫଟୋ ପୋଷ୍ଟ କରିଥିଲେ । ହେଲେ ରବିବାର ସକାଳ ପାଇବା ବେଳକୁ ଖବର ଆସିଲା... ଚର୍ଚ୍ଚିତା ଆଉ ନାହିଁ ।
ଏଥିସହ ପଢ଼ନ୍ତୁ: ପାରିବାରିକ କଳହର କରୁଣ ଅନ୍ତ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଛଣପୁର ଗାଁରେ ଚର୍ଚ୍ଚିତାଙ୍କ ମୃତ୍ୟୁ ହୋଇଛି । ଚର୍ଚ୍ଚିତା ୨୦୨୪ ଜୁଲାଇ ମାସରେ ଘରୁ ଲୁଚି ପଳାଇ ଯାଇ ପ୍ରେମ ବବାହ କରିଥିଲେ । ଏବେ ପ୍ରେମ ବିବାହର ୨ ମାସ ପରେ ଜନ୍ମଦିନ ରାତିରେ ଚର୍ଚ୍ଚିତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିଛି । ଚର୍ଚ୍ଚିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକେ ।
ବେଡ୍ ରୁମ୍ର ଫ୍ୟାନ୍ରୁ ଚର୍ଚ୍ଚିତାଙ୍କ ଝୁଲନ୍ତା ମୃତଦେହ ମିଳିଛି । ତେବେ ଚର୍ଚ୍ଚିତାଙ୍କ ବେକରେ ଗଭୀର କ୍ଷତ ସହ ହାତ-ପାଦରେ ରକ୍ତ ଜମାଟ ବାନ୍ଧିଥିବା ଦେଖା ଯାଇଛି । ଝିଅକୁ ହତ୍ୟା ନେଇ ଚର୍ଚ୍ଚିତାଙ୍କ ବାପା ଶିଳ୍ପାଞ୍ଚଳ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଵାମୀ ଜଗଦୀଶଙ୍କୁ ଅଟକ ରଖି ତଦନ୍ତ କରୁଛି ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଆଗପାଳର ଦୀନେଶ ନାୟକଙ୍କ ଏକମାତ୍ର ଝିଅ ଚର୍ଚ୍ଚିତା । ବାଲେଶ୍ୱରର ଏକ ପ୍ରତିଷ୍ଠିତ କଲେଜରେ ସେ ପାଠ ପଢୁଥିଲେ। ସେହି ସମୟରେ କଲେଜରେ ପିଅନ ଭାବେ କାର୍ଯ୍ୟରତ ଛଣପୁର ଗାଁର କୁନ୍ଦୁରି ଚରଣ ମହାନ୍ତିଙ୍କ ପୁଅ ଜଗଦୀଶ ମହାନ୍ତିଙ୍କ ପୁଅ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ଏଥିସହ ପଢ଼ନ୍ତୁ: ହିରୋଇନ କରାଇଦେବି କହି ଗଣଦୁଷ୍କର୍ମ, ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲିଂ ଅଭିଯୋଗ
ପରେ ଜଗଦୀଶଙ୍କ ପାଇଁ ଚର୍ଚ୍ଚିତା ଘରକୁ ପର କରିଥିଲେ । ଘର ଛାଡ଼ିବା ସହ ମନ୍ଦିରରେ ଜଗଦୀଶଙ୍କୁ ବିବାହ କରିଥିଲେ । ଆଉ ବିବାହର ୧୮ ମାସ ପରେ ଜନ୍ମଦିନ ବାସୀ ଚର୍ଚ୍ଚିତାଙ୍କ ମୃତଦେହ ମିଳିଛି ।
ଚର୍ଚ୍ଚିତାଙ୍କ ପରିବାରର ଅଭିଯୋଗ ଅନୁସାରେ, ଜନ୍ମଦିନ ରାତିରେ କୌଣସି କଥାକୁ ନେଇ ପ୍ରବଳ ଗଣ୍ଡଗୋଳ ହୋଇଛି । ଜ୍ବାଇଁ ଜଗଦୀଶଙ୍କ ସହ ଶ୍ୱଶୁର, ଶାଶୁ, ନଣନ୍ଦ ଓ ଦିଅର ମିଶି ଯୌତୁକ ପାଇଁ କିମ୍ବା ଅନ୍ୟ କୌଣସି କାରଣରୁ ଝିଅକୁ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି । ଏତଲା ପରେ ଛାନଭିନ୍ ଜାରି ରଖିଛି ପୋଲିସ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories