Videos
|
Crime

Crime In Odisha / ଆଉ ସହର ନୁହେଁ, ଗାଁ ଗାଁରେ ମାତିଲେଣି ଅପରାଧୀ; ଗାଡ଼ି ଲୁଟ୍ ପାଇଁ କଲେ ଗୁଳିମାଡ଼

Sushanta Sahoo
Browse all articles by Sushanta Sahoo
·59 mins ago·2 min read
ଆଉ ସହର ନୁହେଁ, ଗାଁ ଗାଁରେ ମାତିଲେଣି ଅପରାଧୀ; ଗାଡ଼ି ଲୁଟ୍ ପାଇଁ କଲେ ଗୁଳିମାଡ଼
Man Shot in Leg Over Bike Keys

Key Points

ସଞ୍ଜ ନଇଁଲେ ଅନ୍ଧାରର ସୁଯୋଗ ନେଇ ଅପରାଧ ଘଟାଇବାକୁ ଯୋଜନା କରୁଛନ୍ତି । ଆଉ ସୁଯୋଗ ଦେଖି ଡକାୟତି କରୁଛନ୍ତି । ସଞ୍ଜ ଅନ୍ଧାରରେ ଗୁଳିମାଡ଼ କରି ଲୁଟି ନେଇଛନ୍ତି ବାଇକ୍ ।
ନୟାଗଡ଼: ପୋଲିସକୁ ନାହିଁ ଡର, ଭୟ । ସହର ପରେ ଗାଁ ମୁହାଁ ହେଲେଣି ଅପରାଧୀ । ସଞ୍ଜ ନଇଁଲେ ଅନ୍ଧାରର ସୁଯୋଗ ନେଇ ଅପରାଧ ଘଟାଇବାକୁ ଯୋଜନା କରୁଛନ୍ତି । ଆଉ ସୁଯୋଗ ଦେଖି ଡକାୟତି କରୁଛନ୍ତି । ସଞ୍ଜ ଅନ୍ଧାରରେ ଗୁଳିମାଡ଼ କରି ଲୁଟି ନେଇଛନ୍ତି ବାଇକ୍ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ରଣପୁର ବ୍ଲକ ପଟିଆ ପାଇକସାହିର ପିଣ୍ଟୁ ନାୟକ ଗୁରୁବାର ସନ୍ଧ୍ଯାରେ ନଈ ବନ୍ଧକୁ ଯାଇଥିଲେ । ସେହି ସମୟରେ ୩ ଜଣ ଦୁର୍ବୃତ୍ତ ଆସି ପିଣ୍ଟୁଙ୍କୁ ତାଙ୍କ ବାଇକ୍ ଚାବି ମାଗିଥିଲେ । ହେଲେ ଚାବି ଦେବାକୁ ମନା କରି ଦେଇଥିଲେ ପିଣ୍ଟୁ ।

ସଙ୍ଗେ ସଙ୍ଗେ ୩ ଜଣ ଦୁର୍ବୃତ୍ତ ବନ୍ଧୁକ ବାହାର କରି ପିଣ୍ଟୁଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ । ଫଳରେ ସେଠି ପିଣ୍ଟୁ ତଳେ ପଡ଼ି ଯାଇଥିଲେ । ରକ୍ତାକ୍ତ ଅବସ୍ଥାରେ ପିଣ୍ଟୁ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତ ପିଣ୍ଟୁଙ୍କ ଠାରୁ ଗାଡ଼ି ଚାବି ଛଡ଼ାଇ ନେଇ ଫେରାର୍ ହୋଇ ଯାଇଛନ୍ତି ।.

ଏଥିସହ ପଢ଼ନ୍ତୁ: ଅଫିସ୍‌ରୁ ବାସଭବନକୁ ଯାଉଥିଲେ ତହସିଲଦାର୍; ସ୍କର୍ପିଓରୁ ମିଳିଲା ₹୫ ଲକ୍ଷ ଟଙ୍କା 

ପିଣ୍ଟୁଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ । ଗୁରୁତର ଅବସ୍ଥାରେ ଚାନ୍ଦପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପିଣ୍ଟୁଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଖବର ପାଇ ଚାନ୍ଦପୁର ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ତେବେ ପଟିଆ-ପାଇକସାହି ଅଞ୍ଚଳରେ ବାଇକ୍ ପାଇଁ ଏଭଳି ଗୁଳିମାଡ଼ ପ୍ରଥମଥର ପାଇଁ ହୋଇଛି । ପୋଲିସ ପକ୍ଷରୁ ଅଞ୍ଚଳରେ ବ୍ୟାପକ ପେଟ୍ରୋଲିଂ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଖବର ଲେଖାଯିବା ସୁଦ୍ଧା ପୋଲିସ ଅଭିଯୁକ୍ତଙ୍କ କୌଣସି ଟେର୍ ପାଇ ନାହିଁ ।

ରାସ୍ତା ପଚାରିବା ବାହାନାରେ ଅଳଙ୍କାର ଲୁଟ୍

ସେପଟେ ବରଗଡ଼ ଜିଲ୍ଲା ବିଜେପୁର-ପଦ୍ମପୁର ରାସ୍ତାରେ ଡକାୟତି ହୋଇଛି । ପହଣ୍ଡି ଗାଁ ନିକଟରେ ଗୁରୁବାର ସନ୍ଧ୍ୟାରେ ଆକ୍ରମଣ କରି ଲୁଟି ନେଇଛନ୍ତି ସୁନା ଗହଣା । ତିନିଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରାସ୍ତା ପଚାରିବା ବାହାନାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍‌ କରିବା ସହ ଭୁଜାଲିରେ ଆକ୍ରମଣ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ହାତ ବାନ୍ଧି ମାନସିକ ବିକାରଗ୍ରସ୍ତଙ୍କୁ ମନ ଇଚ୍ଛା ପିଟିଲେ ଦୋକାନୀ; ପ୍ଲାଟଫର୍ମରେ ଛିଡ଼ା ହୋଇ ଦେଖୁଥିଲେ ସମସ୍ତେ 

ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ ପଦ୍ମପୁର ଯିବା ପାଇଁ ମହିଳା ଜଣଙ୍କୁ ରାସ୍ତା ପଚାରିବା ଶାଢ଼ୀ ଟାଣିଥିଲେ । ପରେ ଭୁଜାଲିରେ ଆକ୍ରମଣ କରି ସୁନା ଗହଣା ଲୁଟି ନେଇଛନ୍ତି । ଘଟଣାରେ ୩ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ଆହତମାନେ ଝିର୍ଲି ଗାଁର, ସେମାନଙ୍କୁ ବିଜେପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜେପୁର ଥାନା ପୋଲିସ ଛାନଭିନ୍ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: