Crime In Odisha / ଗଞ୍ଜେଇ ଚାଲାଣର ନୂଆ ତରିକା, ତୈଳ ଆକାରରେ ଚାଲାଣ ବେଳେ ଧରିଲା ପୋଲିସ
·8 months ago·2 min read

Key Points
ଚିତ୍ରକୋଣ୍ଡା ପୋଲିସ ଚଢ଼ାଉ କରିବା ବେଳେ ବାଇକ୍କୁ ଘଞ୍ଚ ଜଙ୍ଗଲେ ଛାଡ଼ି ଦେଇ ପଳାଇଥିଲେ ଅଭିଯୁକ୍ତ । ପୋଲିସ ବାଇକ୍ ନିକଟରୁ ପ୍ଲାଷ୍ଟିକ ଜରିରେ ଥିବା ତରଳ ଗଞ୍ଜେଇ ଜବତ କରିଥିଲା ।
ମାଲକାନଗିରି: ପ୍ରଥମଥର ପାଇଁ ଓଡ଼ିଶାରେ ଜବତ ହୋଇଛି ତରଳ ଗଞ୍ଜେଇ । ରବିବାର ମାଲକାନଗିରି ପୋଲିସ ୬୦ ଲିଟର ତରଳ ଗଞ୍ଜେଇ ଜବତ କରିଛି । ଚିତ୍ରକୋଣ୍ଡାର ଏସାର ଛକରୁ ପୋଲିସ ୬୦ ଲିଟର ତରଳ ଗଞ୍ଜେଇ ଜବତ କରିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ୍ପି ବିନୋଦ ପାଟିଲ୍ ।
ଗଞ୍ଜେଇ ତରଳ ଆକାରରେ ଚାଲାଣ କରାଯାଉଥିବା ନେଇ ପ୍ରଥମେ ସୂଚନା ପାଇଥିଲା ପୋଲିସ । ଏହା ପରେ ପୋଲିସ ରେଡ୍ କରିଥିଲା । ଆନ୍ଧ୍ରପ୍ରଦେଶର ୮ ଜଣ ଲୋକ ଜଙ୍ଗଲ ରାସ୍ତା ଦେଇ ତରଳ ଗଞ୍ଜେଇ ଚାଲାଣ କରୁଥିଲେ । ରେଡ୍ ବେଳେ ବାଇକ୍ରେ ତରଳ ଗଞ୍ଜେଇ ଛାଡ଼ି ଅଭିଯୁକ୍ତ ଖସି ପଳାଇଛନ୍ତି ।
ଏଥିସହ ପଢ଼ନ୍ତୁ: ୫୨ ବର୍ଷ, ୫୨ ରନ୍; ପ୍ରଥମଥର ବିଶ୍ଵ ବିଜେତା ହେଲା ଭାରତୀୟ ମହିଳା ଦଳ
ବିଶ୍ଵସ୍ତ ସୂତ୍ରରୁ ଚିତ୍ରକୋଣ୍ଡା ପୋଲିସକୁ ଗଞ୍ଜେଇ ବାବଦରେ ଖବର ମିଳିଥିଲା । ଯାହା ପରେ ଚିତ୍ରକୋଣ୍ଡା ପୋଲିସ ଚଢ଼ାଉ କରିବା ବେଳେ ବାଇକ୍କୁ ଘଞ୍ଚ ଜଙ୍ଗଲେ ଛାଡ଼ି ଦେଇ ପଳାଇଥିଲେ ଅଭିଯୁକ୍ତ । ପୋଲିସ ବାଇକ୍ ନିକଟରୁ ପ୍ଲାଷ୍ଟିକ ଜରିରେ ଥିବା ତରଳ ଗଞ୍ଜେଇ ଜବତ କରିଥିଲା ।
ପୋଲିସର ପ୍ରାଥମିକ ଅନୁସନ୍ଧାନ ଅନୁସାରେ, ଚିତ୍ରକୋଣ୍ଡାରୁ ଜବତ ତରଳ ଗଞ୍ଜେଇକୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା । ତେବେ ଓଡ଼ିଶାରେ ତରଳ ଗଞ୍ଜେଇ ମାମଲା ପ୍ରଥମ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲଙ୍ଗାନା ଓ ତାମିଲନାଡ଼ୁରେ ଏହା ସାଧାରଣ ।
ଏଥିସହ ପଢ଼ନ୍ତୁ: ଟପିଗଲେ ନୃଶଂସତାର ସବୁ ସୀମା, ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରି ଭୁସିଦେଲେ ଶିବ
ମାଲକାନଗିରି ପୋଲିସ ମୋଟ ୬୦ ଲିଟର ତରଳ ଗଞ୍ଜେଇ ସହ ୮ଟି ବାଇକ୍କୁ ଜବତ କରିଛି । ଜବତ ସାମଗ୍ରୀର ମୂଲ୍ୟ ମୂଲ୍ୟ ୮ କୋଟି ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସ୍ପି ।
ରାଜ୍ୟରେ ଗଞ୍ଜେଇ ଚାଲାଣ ରୋକିବାକୁ ପୋଲିସ ସୀମାନ୍ତ ଅଞ୍ଚଳ ଉପରେ ଯାଞ୍ଚ କଡ଼ାକଡ଼ି କରିଛି । ବିଶେଷକରି ଆନ୍ତଃରାଜ୍ୟ ସୀମା ଉପରେ ରଖା ଯାଇଛି ତୀକ୍ଷଣ ନଜର । ଗତ ସପ୍ତାହରେ ମାଲକାନଗିରି ପୋଲିସ ୩ଟି ଭିନ୍ନ ସ୍ଥାନରୁ ପ୍ରାୟ ୧୭ କୋଟି ମୂଲ୍ୟର ଗଞ୍ଜେଇ ଧରିବା ସହ ଉତ୍ତରପ୍ରଦେଶର ୩ ଜଣଙ୍କୁ ଗିରଫ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories