Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନାବାଳିକା ଭାଣିଜୀକୁ କିରୋସିନ୍ ଢାଳି ଜାଳି ଦେଇଥିଲା ନୃଶଂସ ମାମୁ; କୋର୍ଟ ଦେଲେ ଫାଶୀ ଦଣ୍ଡ

Crime

Death Sentence / ନାବାଳିକା ଭାଣିଜୀକୁ କିରୋସିନ୍ ଢାଳି ଜାଳି ଦେଇଥିଲା ନୃଶଂସ ମାମୁ; କୋର୍ଟ ଦେଲେ ଫାଶୀ ଦଣ୍ଡ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ନାବାଳିକା ଭାଣିଜୀକୁ କିରୋସିନ୍ ଢାଳି ଜାଳି ଦେଇଥିଲା ନୃଶଂସ ମାମୁ; କୋର୍ଟ ଦେଲେ ଫାଶୀ ଦଣ୍ଡ
Uncle Gets Death Sentence in Brutal Niece Murder Case

Key Points

ଭାଣେଜୀକୁ ଦୁର୍ବ୍ୟବହାର ପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲା ମାମୁ । ଯାହା ଫଳରେ ନାବାଳିକା ଭାଣେଜୀଙ୍କ ମୃତ୍ୟୁ ହୋଇଥିଲା । ୨୦୨୨ ମସିହାର ଏହି ଚର୍ଚ୍ଚିତ ମାମଲାର ବିଚାର କରି ଦୋଷୀ ମାମୁକୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।
ବ୍ରହ୍ମପୁର: ନାବାଳିକା ଭାଣିଜୀ ଉପରେ ମାମୁ ରଖିଥିଲା ଖରାପ ନଜର । ଭାଣିଜୀକୁ ଦୁର୍ବ୍ୟବହାର ପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲା । ଯାହା ଫଳରେ ନାବାଳିକା ଭାଣିଜୀଙ୍କ ମୃତ୍ୟୁ ହୋଇଥିଲା । ୨୦୨୨ ମସିହାର ଏହି ଚର୍ଚ୍ଚିତ ମାମଲାର ବିଚାର କରି ଦୋଷୀ ମାମୁକୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପୋକ୍ସୋ କୋର୍ଟର ବିଚାରପତି ରୋହିତ ଲାଲ ପଣ୍ଡା ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଦୋଷୀ ମାମୁ ହେଲେ ସୁପ୍ରିନ ଦିଗାଲ । ୨୦୨୨ମସିହା ଏପ୍ରିଲ ୨୫ତାରିଖରେ ଗୋଇଲୁଣ୍ଡି ବିଦ୍ୟାନଗରରେ ଏହି ଅଘଟଣ ଘଟିଥିଲା ।

ଏଥିସହ ପଢ଼ନ୍ତୁ: ଜନ୍ମଦିନ ପାର୍ଟିରେ ସୁଇମିଂ ପୁଲ୍‌ରେ ସୁମିତ୍ରାଙ୍କ ମୃତ୍ୟୁ; ଦୁଇ ବନ୍ଧୁଙ୍କୁ ପୋଲିସର ଜେରା 

ସୂଚନା ଅନୁସାରେ, ସୁପ୍ରିନ୍ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଫୁଲବାଣୀ ଜେଲ୍‌ରେ ସଜା କାଟୁଥିଲେ । ଜେଲ୍‌ରେ ଥିବାବେଳେ ପାରୋଲ୍‌ରେ ବାହାରକୁ ଆସିଥିଲେ । ସେହି ସମୟରେ ଭଉଣୀ ଘରକୁ ଆସି ଭାଣିଜୀ ଉପରେ ଖରାପ ନଜର ପକାଇଥିଲେ ।

କିରୋସିନ୍ ଢାଳି ନିଆଁ ଲଗାଇବାରୁ ୧୩ ବର୍ଷର ଭାଣେଜୀ ଗାୟତ୍ରୀ ପାତ୍ରଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାରେ ପୋଲିସ ତଦନ୍ତ କରି ମୃତ ନାବାଳିକା ଗାୟତ୍ରୀଙ୍କ ମାମୁ ସୁପ୍ରିନ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏଥିସହ ପଢ଼ନ୍ତୁ: ନଡ଼ିଆ ତୋଳିବାକୁ ଯାଇ କବାଟ ଛୁଇଁବାରୁ ତାତିଲେ ଗାଁ ଲୋକେ; ଖୁଣ୍ଟରେ ବାନ୍ଧି ପିଟିଲେ, ଚାଲିଗଲା ଜୀବନ 

ଉକ୍ତ ମାମଲାରେ ପୋକ୍ସୋ କୋର୍ଟ ମୋଟ ୧୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ । ସୋମବାର ମାମଲାର ବିଚାର ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ମଙ୍ଗଳବାର କୋର୍ଟ ପୋକ୍ସୋ ମାମଲାରେ ମାମୁକୁ ଖଲାସ କରିଥିବା ବେଳେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ମାମୁକୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ସ୍ଵତନ୍ତ୍ର ପିପି ଡ. ଶିବ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । 

ପ୍ରେମିକକୁ ଆଜୀବନ ଜେଲ୍

ସେହିଭଳି ଭୁବନେଶ୍ୱରର ବହୁ ଚର୍ଚିତ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟାକାଣ୍ଡ ମାମଲା । ହତ୍ୟାକାରୀ ପ୍ରେମିକ ଜଗନ୍ନାଥ ପ୍ରଧାନକୁ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ । ୨୦୨୧ ମସିହା ଜୁଲାଇ ୫ ତାରିଖରେ ଭୀମଟାଙ୍ଗୀ ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିଲା ।

ସ୍ୱାମୀ ଡ୍ୟୁଟି ଯିବା ପରେ ପ୍ରିୟଙ୍କାଙ୍କ ଘରକୁ ଯାଇଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କ ଛୁଆ ପାଇଁ ଦହିବରା ନେଇଥିଲା । ପ୍ରିୟଙ୍କାଙ୍କୁ ହତ୍ୟା ପରେ ସିନ୍ଦୂର ପିନ୍ଧେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା ଜଗନ୍ନାଥ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored