Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନଡ଼ିଆ ତୋଳିବାକୁ ଯାଇ କବାଟ ଛୁଇଁବାରୁ ତାତିଲେ ଗାଁ ଲୋକେ; ଖୁଣ୍ଟରେ ବାନ୍ଧି ପିଟିଲେ, ଚାଲିଗଲା ଜୀବନ

Odisha

Crime In Odisha / ନଡ଼ିଆ ତୋଳିବାକୁ ଯାଇ କବାଟ ଛୁଇଁବାରୁ ତାତିଲେ ଗାଁ ଲୋକେ; ଖୁଣ୍ଟରେ ବାନ୍ଧି ପିଟିଲେ, ଚାଲିଗଲା ଜୀବନ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ନଡ଼ିଆ ତୋଳିବାକୁ ଯାଇ କବାଟ ଛୁଇଁବାରୁ ତାତିଲେ ଗାଁ ଲୋକେ; ଖୁଣ୍ଟରେ ବାନ୍ଧି ପିଟିଲେ, ଚାଲିଗଲା ଜୀବନ
Banapur Youth Dies After Brutal Public Assault

Key Points

ବାଣପୁର ତୋଫାନ୍ ନାୟକ ମୃତ୍ୟୁ ଘଟଣାରେ ନୂଆ ମୋଡ଼
ଚୋରି ଓ ଜାତିଆଣ ପ୍ରସଙ୍ଗରେ ବାନ୍ଧି ପିଟିପିଟି ମାରିଦେଲେ ଗାଁ ଲୋକେ
ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ପରିବାର ଲୋକେ
 
ଭୁବନେଶ୍ଵର/ଖୋର୍ଦ୍ଧା: ଗାଁ ସାରା ରୁଣ୍ଡ ହୋଇଛନ୍ତି ଲୋକ । ଦୁଇ ବିଦ୍ୟୁତ୍ ଖୁଣ୍ଟ ମଝିରେ ଯୁବକଙ୍କୁ ବାନ୍ଧି ମାଡ଼ ମାରୁଛନ୍ତି । ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରୁଛନ୍ତି । ଆଉ ଦିନ ସାରା ମାଡ଼ ଖାଇବା ପରେ ମେଡିକାଲ୍‌ରେ ଚାଲି ଯାଇଛି ଯୁବକଙ୍କ ଜୀବନ । ତୋଫାନଙ୍କ ମୃତ୍ୟୁକୁ ନେଇ ଏବେ ଆରମ୍ଭ ହୋଇଛି ତୁମ୍ବି ତୋଫାନ ।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଘୁଆପଦର ଗାଁର ତୋଫାନ ନାୟକ । ସୂଚନା ଅନୁସାରେ, ଜୁନ୍ ୨୮ ନଡ଼ିଆ ତୋଳିବାକୁ ପାଖ ଖଣତ ଗାଁକୁ ଯାଇଥିଲେ ତୋଫାନ । ହେଲେ ସେ ଜଣଙ୍କ ଘରର କବାଟ ଛୁଇଁବାରୁ ଲୋକେ ଜାତିଆଣ ଆକ୍ଷେପ କରି ତାଙ୍କୁ ବାନ୍ଧି ମାଡ଼ ମାରିଛନ୍ତି ।

ଏଥିସହ ପଢ଼ନ୍ତୁ: କୋଳଥିଆ ଡବଲ ମର୍ଡର ପଛରେ ୨ ସ୍କୁଲ ଛାତ୍ର, ପୋଲିସ୍‌ କହିଲା ହତ୍ୟାକାଣ୍ଡର ଅସଲ କାରଣ 

ଖବର ପାଇ ପୋଲିସ ଖଣତ ଗାଁରୁ ତୋଫାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ସେହିଦିନ ବିଳମ୍ବିତ ରାତିରେ ତୋଫାନଙ୍କୁ ପରିବାର ଲୋକଙ୍କ ହେପାଜତରେ ପୋଲିସ ଛାଡ଼ିଥିଲା । ହେଲେ ଥାନାରୁ ରାତିରେ ଆସିବା ପରେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲା ତୋଫାନ ।

ଫଳରେ ଘର ଲୋକେ ବାଣପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୋଫାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣା ଯାଇଥିଲା । କ୍ୟାପିଟାଲ୍ ହସ୍ପିଟାଲ୍‌ରେ ତୋଫାନଙ୍କ ମୃତ୍ୟୁ ହୋଇଛି । ପୁଅର ମୃତ୍ୟୁ ପରେ ବାଣପୁର ପୋଲିସକୁ ଦାୟୀ କରିଛନ୍ତି ପରିବାର ଲୋକେ ।

ହେଲେ ତୋଫାନଙ୍କ ପିରବାର ଲୋକେ ଆଣିଥିବା ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି । ଖୋର୍ଦ୍ଧା ଏସ୍‌ପି କହିଛନ୍ତି, "ଥାନାରେ ତୋଫାନଙ୍କୁ କୌଣସି ପ୍ରକାର ଶାରିରୀକ କିମ୍ବା ମାନସିକ ନିର୍ଯାତନା ଦିଆଯାଇ ନାହିଁ । ପରିବାର ଲୋକଙ୍କୁ ହସ୍ତାନ୍ତର ବେଳେ ତୋଫାନ ସୁସ୍ଥ ଥିଲା ।"

ଏଥିସହ ପଢ଼ନ୍ତୁ: ସ୍କୁଲ୍ ଛାତ୍ରୀଙ୍କ ଉପରେ ଢାଳି ଦେଲା ପେଟ୍ରୋଲ୍; ନିଆଁ ଲଗାଇବା ପୂର୍ବରୁ ଧରି ଛେଚିଲେ ଲୋକେ 

ଏସ୍‌ପି କହିଛନ୍ତି, ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧି ମାଡ଼ ମରା ଯାଇଥିବା ପୋଲିସକୁ କଲ୍ ଆସିଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ଏସ୍‌ପି କହିଛନ୍ତି ।

ତୋଫାନଙ୍କ ଭାଇ କହିଛନ୍ତି, "ଭାଇ ନଡ଼ିଆ ତୋଳ ସାରି ଫେରିବା ବେଳେ ଭୁଲ୍‌ରେ କବାଟ ଠକ୍ ଠକ୍ କରିଥିଲେ । ଯାହାକୁ ନେଇ ଗାଁ ଲୋକେ ଭାଇକୁ ବାନ୍ଧି ମାଡ଼ ମାରିଛନ୍ତି । ଯିଏ ଦୋଷ କରିଛି ତାକୁ ଶାସ୍ତି ମିଳୁ । ଆମକୁ ନ୍ୟାୟ ଦିଆଯାଉ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored