|
logo
Live

Argus News - ପ୍ଲଟ୍ ବ୍ୟବସାୟୀଙ୍କ ଅପହରଣର ୩ ଦିନ ପରେ ବି ମିଳୁନି ପତ୍ତା, ୮ଟି ପୋଲିସ ଟିମ୍‌ର ଛାନଭିନ୍

Crime

2 Crore Kidnap Case / ପ୍ଲଟ୍ ବ୍ୟବସାୟୀଙ୍କ ଅପହରଣର ୩ ଦିନ ପରେ ବି ମିଳୁନି ପତ୍ତା, ୮ଟି ପୋଲିସ ଟିମ୍‌ର ଛାନଭିନ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପ୍ଲଟ୍ ବ୍ୟବସାୟୀଙ୍କ ଅପହରଣର ୩ ଦିନ ପରେ ବି ମିଳୁନି ପତ୍ତା, ୮ଟି ପୋଲିସ ଟିମ୍‌ର ଛାନଭିନ୍
Odisha Kidnap Case

Key Points

କେଉଁଠି ଅଛନ୍ତି ଅପହରଣ ହୋଇଥିବା ସୁଧୀର ପାତ୍ର ? ଘଟଣାକୁ ତିନି ଦିନ ବିତିଲାଣି, କିନ୍ତୁ ଏଯାଏଁ ମିଳୁନି ଅପହରଣ ହୋଇଥିବା ସୁଧୀରଙ୍କ ପତ୍ତା ।
ବ୍ରହ୍ମପୁର: ୨ କୋଟି ଟଙ୍କା ପାଇଁ ପ୍ଲଟ୍ ବେପାରୀଙ୍କୁ ଅପହରଣ ! ନା ଏହା ପଛରେ ରହିଛି ଅନ୍ୟ କିଛି ମୁଖ୍ୟ କାରଣ ? କେଉଁଠି ଅଛନ୍ତି ଅପହରଣ ହୋଇଥିବା ସୁଧୀର ପାତ୍ର ? ଘଟଣାକୁ ତିନି ଦିନ ବିତିଲାଣି, କିନ୍ତୁ ଏଯାଏଁ ମିଳୁନି ଅପହରଣ ହୋଇଥିବା ସୁଧୀରଙ୍କ ପତ୍ତା ।

ଅପହରଣକୁ ତିନି ଦିନ ବିତିଲାଣି, କିନ୍ତୁ ଏଯାଏଁ ମିଳୁନି ଅପହରଣ ହୋଇଥିବା ସୁଧୀରଙ୍କ ଖବର । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ପୋଲିସ ଏବେ ୮ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି ।

ଏଥିସହ ପଢ଼ନ୍ତୁ: ଡେଟିଙ୍ଗ ଆପ ଖୋଲି ଚାଟିଂ କରୁଥିଲେ, ନିରୋଳା ଜାଗାକୁ ଡାକି ଲୁଟ କରୁଥିଲେ

ଏହା ମଧ୍ୟରେ ୨ କୋଟି ଟଙ୍କା ବଦଳରେ ସୁଧୀରକୁ ମୁକଳାଇବାକୁ ଅପହରଣକାରୀ ସର୍ତ୍ତ ରଖିଥିବା କଥା ପଦାକୁ ଆସିଛି । ବ୍ରହ୍ମପୁର ଓ ଗଞ୍ଜାମ ପୋଲିସର ୮ଟି ସ୍ୱତନ୍ତ୍ର ଟିମ୍ ସୁଧୀରଙ୍କ ସନ୍ଧାନରେ ଲାଗିଥିଲେ ମଧ୍ୟ ସଫଳତା ମିଳିନାହିଁ॥ ଅନ୍ୟପଟେ ଅପହରଣ ମାମଲାରେ ସବୁ ଦିଗକୁ ପୋଲିସ ତଦନ୍ତ ଜାରି ରଖିଛି ।

ସୁଧୀରଙ୍କ ପତ୍ନୀ ରଶ୍ମିତା କୁମାରୀ ପାତ୍ରଙ୍କ ଅଭିଯୋଗ ମୁତାବକ ବୁଧବାର ସନ୍ଧ୍ୟାରୁ ସୁଧୀର ନିଖୋଜ ଅଛନ୍ତି । ସେହି ରାତିରେ ତାଙ୍କର ହ୍ଵାଟ୍ସଆପ୍ ନମ୍ବରକୁ ଏକ କଲ୍ କରି ଜଣେ ବ୍ୟକ୍ତି କହିଥିଲେ, "ସ୍ୱାମୀଙ୍କୁ ମୁକ୍ତ କରିବାକୁ ହେଲେ ୨ କୋଟି ଦେବାକୁ ପଡ଼ିବ, ଟଙ୍କା ନଦେଲେ ହତ୍ୟା କରାଯିବ" ।

ସ୍ୱାମୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ରଶ୍ମିତା । ପୋଲିସ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ପରିବାର ଲୋକ ଓ ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି ।

ଏଥିସହ ପଢ଼ନ୍ତୁ: ଫେସବୁକରେ ବନ୍ଧୁତା ସ୍ଥାପନ କରି ମହିଳାଙ୍କୁ ଟାର୍ଗେଟ; ଲୁଟିଲା ଲକ୍ଷ ଲକ୍ଷ

ସୁଧୀର ବୁଧବାର ଭାବିନାରାୟଣପୁରରୁ ଭଲି ଖେଳି ଘରକୁ ଫେରୁଥିବା ବେଳେ ମାଣ୍ଡିଆପଲ୍ଲୀ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିବା ସନ୍ଦେହ କରାଯାଉଛି । ସେହି ସ୍ଥାନରୁ ତାଙ୍କ ବାଇକ୍ ଉଦ୍ଧାର ହୋଇଥିଲେ ମଧ୍ୟ ସୁଧୀରଙ୍କ କୌଣସି ପତ୍ତା ମିଳୁନି ।

ତେବେ ୨ କୋଟିର ପିସି ନା ଜମି କାରବାରକୁ ନେଇ ଶତ୍ରୁତା ? ପୋଲିସ ହାତରେ ଏବେ ଅପହରଣକାରୀଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଲାଗିଛି । ଏବେ ଦେଖିବାକୁ ବାକି ରହିଲା ପୋଲିସ କେତେ ଶୀଘ୍ର ସୁଧୀରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 Crore Kidnap Case: ପ୍ଲଟ୍ ବ୍ୟବସାୟୀଙ୍କ ଅପହରଣର ୩ ଦିନ ପରେ ବି ମିଳୁନି ପତ୍ତା, ୮ଟି ପୋଲିସ ଟିମ୍‌ର ଛାନଭିନ୍ | Argus News