Shocking News / ୪୦ଟି ଦେଶକୁ ପଠାଇଥିଲା ସୁଇସାଇଡ୍ ପ୍ୟାକେଟ୍; ମିଳିଲା ୧୦୦ ମୃତ୍ୟୁର ଲିଙ୍କ୍
·3 months ago·2 min read

Key Points
ଧରାପଡ଼ିଲା ମୃତ୍ୟୁର ସୌଦାଗର
ତିଆରି କରୁଥିଲା ସୁଇସାଇଡ୍ ପ୍ୟାକେଟ୍
ମିଳିଲା ୧୦୦ଜଣଙ୍କ ମୃତ୍ୟୁର ଲିଙ୍କ୍
ତିଆରି କରୁଥିଲା ସୁଇସାଇଡ୍ ପ୍ୟାକେଟ୍
ମିଳିଲା ୧୦୦ଜଣଙ୍କ ମୃତ୍ୟୁର ଲିଙ୍କ୍
କାନାଡାର ଅଧିବାସୀ କେନେଥ୍ ଲ' । ଇଣ୍ଟରନେଟ୍ ମାଧ୍ୟମରେ ୪୦ଟି ଦେଶକୁ ପଠାଉଥିଲା ସୁଇସାଇଡ୍ ପ୍ୟାକେଟ୍ । ଆଉ ବିକୁଥିଲା ବିଷ ବା ପଏଜନ୍ । ଇଣ୍ଟରନେଟ୍ ମଧ୍ୟରେ ଲୁଚି ରହିଥିବା ଏହି ଭୟଙ୍କର "ମୃତ୍ୟୁ ବଜାର"ର ହୋଇଛି ପର୍ଦ୍ଦାଫାଶ । ଶେଷରେ ଧରାପଡ଼ିଛି ଏହି ମୃତ୍ୟୁର ସୌଦାଗର । ସେ ନିଜ ଦୋଷ ସ୍ୱୀକାର କରିଥିବାବେଳେ ତାକୁ ଗିରଫ କରିଛି ସ୍ଥାନୀୟ ପୋଲିସ ।
ଇଣ୍ଟରନେଟର ଏହି ମୃତ୍ୟୁ ବଜାରର ସତ ବେଶ ଭୟଙ୍କର । ୬୦ ବର୍ଷୀୟ ପୂର୍ବତନ ଇଞ୍ଜିନିୟର ଏବଂ ହୋଟେଲ ରୋଷେୟା କେନେଥ୍ ଲ ବିରୁଦ୍ଧରେ ଅନଲାଇନ୍ ୱେବସାଇଟ୍ ମାଧ୍ୟମରେ ବିଶ୍ୱର ଡଜନ ଡଜନ ଦେଶକୁ "ଆତ୍ମହତ୍ୟା ବା ସୁଇସାଇଡ୍ ପ୍ୟାକେଟ" ପଠାଇବାର ଅଭିଯୋଗ ରହିଛି । ଯିଏ ସେହି ସୁଇସାଇଡ୍ ପ୍ୟାକେଟ୍ ମଗାଇଛି, ତାହାର ମୃତ୍ୟୁ ନିଶ୍ଚିତ ଘଟିଛି । ଏପରି ମୃତ୍ୟୁବରଣ କରିଥିବା ୧୦୦ରୁ ଅଧିକ ମୃତକଙ୍କ ବିଷୟରେ ଜଣାପଡ଼ିଛି ।
ଅଦାଲତରେ ଅଭିଯୁକ୍ତ କେନେଥ୍ ୧୪ଟି ମାମଲାରେ ନିଜର ଦୋଷ ସ୍ଵୀକାର କରିଛି । କୋର୍ଟରେ ଯେତେବେଳେ ଆତ୍ମହତ୍ୟା କରିଥିବା ମାତ୍ର ୧୬ରୁ ୩୬ ବର୍ଷ ବୟସର ୧୪ ଜଣ କାନାଡୀୟ ଯୁବକଙ୍କ ନାମ ଗୋଟିଏ ପରେ ଗୋଟିଏ ପଢ଼ି ଶୁଣାଯାଇଥିଲା, ସେତେବେଳେ ମୃତକଙ୍କ ପରିବାର ନିଜ ଲୁହକୁ ଅଟକାଇପାରିନଥିଲେ । ହଠାତ୍ କୋର୍ଟ ଭିତରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆସନ୍ତା ସେପ୍ଟେମ୍ବରରେ ଅଭିଯୁକ୍ତ କେନେଥ ଏହି ଭୟଙ୍କର ଅପରାଧ ପାଇଁ କଠୋର ଦଣ୍ଡ ଦିଆଯିବ ବୋଲି କୋର୍ଟ କହିଛନ୍ତି ।

- ସୁଇସାଇଡ୍ ପାଇଁ କରୁଥିଲା ଉତ୍ସାହିତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୪୮ ଘଣ୍ଟାରେ ୧୮ ମୃତ୍ୟୁ, ବିଷାକ୍ତ ମଦ ନେଲା ଜୀବନ
ବି:ଦ୍ର: ଯଦି ଆପଣ କିମ୍ବା ଆପଣ ଜାଣିଥିବା କେହି ଆତ୍ମହତ୍ୟା କରିବାର ଚିନ୍ତା କରୁଛନ୍ତି, ତେବେ ଏହା ଏକ ଅତ୍ୟନ୍ତ ଗୁରୁତର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି । ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ଯୋଗାଯୋଗ କରନ୍ତୁ । ଆପଣ ଟେଲିମାନ୍ସ ହେଲ୍ପଲାଇନ୍ ନମ୍ବର 1800914416କୁ ମଧ୍ୟ କଲ୍ କରିପାରିବେ । ଏଠାରେ ଆପଣଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ବିଶେଷଜ୍ଞମାନେ ଆପଣଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ମନେ ରଖନ୍ତୁ, ଜୀବନ ଅତ୍ୟନ୍ତ ମୂଲ୍ୟବାନ।
- ହଟ୍ ସସ୍ ଆଳରେ ବିଷ ବ୍ୟବସାୟ
- ସୁଇସାଇଡ୍ ପ୍ୟାକେଟ୍ ବିକି କୋଟି କୋଟି ରୋଜଗାର
ବି:ଦ୍ର: ଯଦି ଆପଣ କିମ୍ବା ଆପଣ ଜାଣିଥିବା କେହି ଆତ୍ମହତ୍ୟା କରିବାର ଚିନ୍ତା କରୁଛନ୍ତି, ତେବେ ଏହା ଏକ ଅତ୍ୟନ୍ତ ଗୁରୁତର ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି । ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ଯୋଗାଯୋଗ କରନ୍ତୁ । ଆପଣ ଟେଲିମାନ୍ସ ହେଲ୍ପଲାଇନ୍ ନମ୍ବର 1800914416କୁ ମଧ୍ୟ କଲ୍ କରିପାରିବେ । ଏଠାରେ ଆପଣଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ ଏହି ପରିସ୍ଥିତିକୁ ଦୂର କରିବା ପାଇଁ ବିଶେଷଜ୍ଞମାନେ ଆପଣଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ମନେ ରଖନ୍ତୁ, ଜୀବନ ଅତ୍ୟନ୍ତ ମୂଲ୍ୟବାନ।
Related Topics
Explore more stories