IIC Sandhyarani Jena / ଅଡୁଆରେ ନିଲମ୍ବିତ IIC ସନ୍ଧ୍ୟାରାଣୀ ଜେନା; ମାଆ-ପୁଅଙ୍କୁ ଥାନାରେ ନିର୍ଦ୍ଧୁମ ପିଟିଥିଲେ
·3 months ago·2 min read

Key Points
ଏଥର ଖସିବା ମୁସ୍କିଲ
ଅଡୁଆରେ ନିଲମ୍ବିତ IIC ସନ୍ଧ୍ୟାରାଣୀ
ଯେଉଁ ଥାନାକୁ ଯାଉଥିଲେ ନାଁ ପକାଉଥିଲେ
ନିକଟରେ ମାଆପୁଅଙ୍କୁ ଦେଇଥିଲେ ଥାର୍ଡ ଡିଗ୍ରୀ
ଅଡୁଆରେ ନିଲମ୍ବିତ IIC ସନ୍ଧ୍ୟାରାଣୀ
ଯେଉଁ ଥାନାକୁ ଯାଉଥିଲେ ନାଁ ପକାଉଥିଲେ
ନିକଟରେ ମାଆପୁଅଙ୍କୁ ଦେଇଥିଲେ ଥାର୍ଡ ଡିଗ୍ରୀ
ବଢ଼ିଲା ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ । ତାଳଚୁଆର ନିଲମ୍ବିତ ଥାନା ଅଧିକାରିଣୀଙ୍କ ନାଁରେ ମାମଲା ରୁଜୁ । ପୀଡିତ ମାଆ ପୁଅଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କଲା ତାଳଚୁଆ ଥାନା ପୋଲିସ । ତାଳଚୁଆ ସାମୁଦ୍ରିକ ଥାନାରେ ମାଆ-ପୁଅଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ । ତଳେ ପକାଇ ଅତି ନିର୍ଦ୍ଦୟ ଭାବେ ମାଆପୁଅଙ୍କୁ ପିଟିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।
ପଢନ୍ତୁ ଏହି ଖବର: କେମିତି ସବୁ ସୀମା ଡେଇଁଥିଲା କବିସୂର୍ଯ୍ୟନଗର ପୋଲିସ ? ଏତଲା ଖୋଲିଲା ଗୁମର
- ଅର୍ଦ୍ଧଲଗ୍ନ କରି ମାଆପୁଅଙ୍କୁ ପିଟିଥିଲେ
- ସଂଧ୍ୟାରାଣୀଙ୍କ ନାଁରେ ମାଳ ମାଳ ଅଭିଯୋଗ
ପଢନ୍ତୁ ଏହି ଖବର: କେମିତି ସବୁ ସୀମା ଡେଇଁଥିଲା କବିସୂର୍ଯ୍ୟନଗର ପୋଲିସ ? ଏତଲା ଖୋଲିଲା ଗୁମର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଗତ କିଛି ଦିନ ଧରି ବିବାଦ ଘେରରେ ଓଡ଼ିଶା ପୋଲିସ । ବାରଙ୍ଗ ଥାନାରେ ଅଭିଯୋଗ ନେଇ ଯାଇଥିବା ରାକେଶଙ୍କୁ ମାଡ ମାରିଥିଲେ ପୋଲିସ କର୍ମଚାରୀ । ଅତି ଗୁରୁତର ହୋଇ ଏବେ ଆଇସିୟୁରେ ରାକେଶ। ତାଙ୍କୁ ଭେଟିବାକୁ ବି ଦିଆଯାଉନଥିବା ଅଭିଯୋଗ ହେଉଛି । ବାଲିଅନ୍ତା ସୌମ୍ୟଙ୍କୁ ଲୋକେ ପିଟୁଥିବା ବେଳେ ତମାସା ଦେଖୁଥିଲା ପୋଲିସ । ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ବିବାଦରେ ଓଡ଼ିଶା ପୋଲିସ । ଅପରାଧୀମାନେ ପୋଲିସକୁ ଭୟ କରୁନଥିବା ବେଳେ ଅଭିଯୋଗ ନେଇ ଯାଉଥିବା ଲୋକଙ୍କ ଉପରେ ପୋଲିସର ଦବଙ୍ଗଗିରିକୁ ନେଇ ପ୍ରଶ୍ନ ଉଠିଛି ।
Related Topics
Explore more stories