Police Torture / କେମିତି ସବୁ ସୀମା ଡେଇଁଥିଲା କବିସୂର୍ଯ୍ୟନଗର ପୋଲିସ ? ଏତଲା ଖୋଲିଲା ଗୁମର
·1 hour ago·2 min read

Key Points
ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କ ମୃତ୍ୟୁ ପରେ ଅଡ଼ୁଆ ବଢ଼ିବାରେ ଲାଗିଛି ପୋଲିସ ପାଇଁ ଅଡ଼ୁଆ । ଅର୍ଗସ୍ ନ୍ୟୁଜ୍ ହାତରେ ଲାଗିଛି ସେଦିନର ଏଫ୍ଆଇଆର୍ କପି । ଏତଲାର କୌଣସି ଜାଗାରେ ବି ସୁଶାନ୍ତ ସାହୁଙ୍କ ନାଁ ଉଲ୍ଲେଖ ନାହିଁ ।
କବିସୂର୍ଯ୍ୟନଗର (ଗଞ୍ଜାମ): ଏତଲା ଦେଇଥିଲେ IPS । ହେଲେ ସେଥିରେ ନଥିଲା ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କ ନାଁ । ପୋଲିସ ଏତଲା ରୁଜୁ କରିବା ପରେ ମଧ୍ୟ ସୁଶାନ୍ତଙ୍କ ନାଁ ଯୋଡ଼ି ନଥିଲା । ହେଲେ ବିନା ଏତଲା, ବିନା ଅଭିଯୋଗରେ ପୋଲିସ ଦିବ୍ୟାଙ୍ଗ ସୁଶାନ୍ତ କୁମାର ସାହୁଙ୍କୁ ସପ୍ତାହେ ଧରି ଥାନାରେ ଅଟକ ରଖିଥିଲା ।
କବିସୂର୍ଯ୍ୟନଗର ଥାନା ପୋଲିସର ନିର୍ଯାତନାରେ ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କ ମୃତ୍ୟୁ ପରେ ଅଡ଼ୁଆ ବଢ଼ିବାରେ ଲାଗିଛି । ଅର୍ଗସ୍ ନ୍ୟୁଜ୍ ହାତରେ ଲାଗିଛି ସେଦିନର ଏଫ୍ଆଇଆର୍ କପି । ଏତଲାର କୌଣସି ଜାଗାରେ ବି ସୁଶାନ୍ତ ସାହୁଙ୍କ ନାଁ ଉଲ୍ଲେଖ ନାହିଁ ।
ଏଥିସହ ପଢ଼ନ୍ତୁ: ଦିବ୍ୟାଙ୍ଗଙ୍କ ମୃତ୍ୟୁ ପରେ କବିସୂର୍ଯ୍ୟନଗର ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି, ୩ ପୋଲିସ ନିଲମ୍ବିତ
ଅର୍ଥାତ୍ ସୁଶାନ୍ତ କୌଣସି ମାମଲାରେ ଅଭିଯୁକ୍ତ ନ ଥାଇ ମଧ୍ୟ ପୋଲିସ ତାଙ୍କୁ ମେ ୨୫ ତାରିଖରେ ଉଠାଇ ଆଣିଥିଲା । ନିଲମ୍ବିତ IPS ନୀତେଶ ମିଶ୍ର ମେ ୨୧ ତାରିଖରେ ଏତଲା ଦେଇଥିଲେ । ଯେଉଁଥିରେ ସେ ମେ ୨୦ ତାରିଖ ସନ୍ଧ୍ୟାରେ ସୁବଳୟା ଗାଁ ପାଖରେ ଥିବା ପଥର ଖଣିରେ ରେଡ୍ କରିଥିଲେ । ସେହି ସମୟରେ ୪ ଜଣ ମିଶି ପୋଲିସ ହୋମଗାର୍ଡ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ କରିଥିବା ଉଲ୍ଲେଖ କରିଛନ୍ତି ।
IPS ନୀତେଶ ମିଶ୍ର ଦେଇଥିବା ଏତଲାରେ ଦିଲ୍ଲୀପ ସାହୁ, ବସନ୍ତ ସାହୁ, ଈଶ୍ୱର ସାହୁ ଓ ପ୍ରତିମା ସାହୁଙ୍କ ନାଁ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏତଲାରେ ସୁଶାନ୍ତଙ୍କ ନାଁ ଲେଖା ଯାଇ ନାହିଁ । ଏଥିରେ ଲେଖା ଅଛି । ଖଣିରେ ଯାହା ଘଟିଲା ନିଜ ଆଖିରେ ସବୁକିଛି ଦେଖିଥିବା ଆଇପିଏସ ନୀତେଶ ମିଶ୍ର ଏତଲାରେ ଲେଖିଛନ୍ତି ।
ତଥାପି କବିସୂର୍ଯ୍ୟନଗର ପୋଲିସ ଏତଲାରେ ନାଁ ନ ଥିବା ସୁଶାନ୍ତ ସାହୁଙ୍କୁ ମେ ୨୫ ତାରିଖରେ ଘରୁ ଉଠାଇ ଆଣିଥିଲା । ଥାନାରେ ମେ ୩୧ ପର୍ଯ୍ୟନ୍ତ ରଖି ନାନା ନିର୍ଯାତନା ଦେଇଥିଲା । ଆଉ ସୁଶାନ୍ତଙ୍କ ଅବସ୍ଥା ଗୁରୁତର ହେବା ପରେ ଘର ଲୋକଙ୍କୁ ଡାକି ସାଦା କାଗଜରେ ଦସ୍ତଖତ କରି ଛାଡ଼ି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଥାନାରୁ ସୁଶାନ୍ତ ମୁକୁଳିବା ପରେ ଘର ଲୋକେ ତାଙ୍କୁ ପ୍ରଥମେ ଆସିକା ପରେ ବ୍ରହ୍ମପୁର ବଡ଼ ମେଡିକାଲ୍ ନେଇଥିଲେ । ସେଠାରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ତେବେ ଏତଲାରେ ନାଁ ନଥାଇ ସୁଶାନ୍ତଙ୍କୁ କେଉଁ ଅଧିକାରର ପୋଲିସ ଅଟକ ରଖିଥିଲା ? ତାହା ବି ଗୋଟିଏ ସପ୍ତାହ ଧରି… । ଏବେ ତାକୁ ନେଇ ପ୍ରଶ୍ନ ଉଠିଛି । ପୁଅର ମୃତ୍ୟୁ ପରେ ସୁଶାନ୍ତଙ୍କ ବାପା କହିଛନ୍ତି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ନିଲମ୍ବନ ନୁହେଁ ଜେଲ୍ ପଠାଯାଉ ।
ଏଥିସହ ପଢ଼ନ୍ତୁ: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ପରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ଏସପିଙ୍କ ତନାଘନା
ଥାନାର ସମସ୍ତଙ୍କୁ ବଦଳି, ୩ ନିଲମ୍ବିତ
କବିସୂର୍ଯ୍ୟନଗର ଥାନାରେ ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । IPS ନୀତେଶ କୁମାର ମିଶ୍ରଙ୍କ ବଦଳି ଜିଲ୍ଲା ମୁଖ୍ଯାଳୟକୁ କରାଯାଇଛି । ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛି ଗଞ୍ଜାମ ଏସ୍ପି ହରୀଶ ବିଶି ।
କବିସୂର୍ଯ୍ୟନଗର ଥାନା ଏସ୍ଆଇ ସମୀର ରାଉତ, ଏଏସ୍ଆଇ ବୈକୁଣ୍ଠ ନାଥ ଜେନା, କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି । ହୋମଗାର୍ଡ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର ପାଇଁ ପଦକ୍ଷେପ ନିଆଯିବ ବୋଲି ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories